ଗାଡ଼ି ଧକ୍କାରେ ହରିଣର ଜୀବନ ଗଲା : ମୃତ ହରିଣ ସହିତ ଗାଡ଼ି ଜବତ

ତେଲକୋଇ,୪।୧୦(ଡି.ଏନ.ଏ.)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନ ହନୁମତିଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜାଇଲୋ ଗାଡି ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି । ଦୋବଲାପାଳ ନିକଟସ୍ଥ ଏକ ପ୍ଲାଣ୍ଟର ପୁନରୁଦ୍ଧାର ଲାଗି କେତେକ ବ୍ୟକ୍ତି ଏହି ଗାଡି ଯୋଗେ ଯାଉଥିବା ବେଳେ ହରିଣଟି ଗାଡି ସାମ୍ନାକୁ ଚାଲି ଆସି ଦୁର୍ଘଟଣାର ଶିକାର ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ସେଠାରେ ହରିଣଟିର ମୃତ୍ୟୁ ଘଟିଥିଲା। ସେଠାରେ ଉପସ୍ଥିତ ଜଙ୍ଗଲ ବିଭାଗର ଜଗୁଆଳିଙ୍କ ଉଦ୍ୟମ କ୍ରମେ ବନ କର୍ମଚାରୀ ପହଞ୍ଚି ମୃତ ହରିଣ ସହିତ ଜାଇଲୋ ଗାଡିକୁ ଜବତ କରିଥିଲେ। ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇଥିଲେ। ବନାଞ୍ଚଳ ଅଧିକାରୀ ପି. ନାୟକଙ୍କ ସୂଚନା ଅନୁଯାଇ ମୃତ ହରିଣର ଓଜନ ପ୍ରାୟ ୮୦କିଲୋରୁ ଅଧିକ ରହିଛି । ଏନେଇ ତଦନ୍ତ ଜାରି ରହିଛି।