Categories: ଭଦ୍ରକ

ଗାଡ଼ିରୁ ଖସି ଶ୍ରମିକଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୫।୮ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ତୋରତ ପୋଲ ଉପରେ ରବିବାର ରାତିରେ ଗାଡ଼ିରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଧାମନଗର ଥାନା ମୁସ୍ତାଫାପୁର ପଞ୍ଚାୟତ ଅଧୀନ ଗୌଡବିଶ ନୂଆପଡା ଗ୍ରାମର ବଳିଆ ସିଧୁ। ତାଙ୍କ ସ୍ତ୍ରୀ କୁନି ସିଧୁ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ଜବତ କରି ସୋମବାର ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିଲା। ଏ ନେଇ ଥାନାରେ ଏକ ମାମଲା(ନଂ.୧୨୧/୧୯) ରୁଜୁ କରାଯାଇଛି।
ସୂଚନା ଅନୁସାରେ, ଧାମନଗର ଅଞ୍ଚଳର କେତେକ ଶ୍ରମିକ ପାଣିକୋଇଲି ଅଞ୍ଚଳରୁ କାମ ସାରି ଟାଟାଏସିଇ(ନଂ. ଓଡି ୨୨ ଏଲ୍‌ ୨୪୧୮ ନଂ)ରେ ମିକ୍ସଚର ମେଶିନ ବାନ୍ଧି ଫେରୁଥିଲେ। ତୋରତ ପୋଲ ନିକଟରେ ମିକ୍ସଚର ମେଶିନରୁ ଗାଡ଼ି ସଂଯୋଗ ଖୋଲିଯିବାରୁ ବଳିଆ ରାସ୍ତାରେ ଖସି ପଡ଼ିଥିଲେ। ମେଶିନ ମାଡ଼ରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।