ଗାଡ଼ିରୁ ଖସି ଯୁବକ ମୃତ

ଗୁଣପୁର, ୭।୧୦(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଗୁଣପୁର ବ୍ଲକ ବନ୍ଧୁଗୁଡା ନିକଟରେ ସୋମବାର ଚଳନ୍ତା ଗାଡ଼ିରୁ ଖସପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସେ ହେଲେ ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ବାଇଝଲ ଗାଁର ଇଶକ କାର୍ଜି(୩୫)। ପ୍ରକାଶ ଯେ, ବାଇଝଲରୁ ଏକ ମ୍ୟାକ୍ସ ପିକ୍‌ଅପ ଗାଡ଼ି ଗୁଣପୁର ଆସୁଥିଲା। ଇଶକ ସେଥିରେ ଆସୁଥିଲେ। ହଠାତ୍‌ ବନ୍ଧୁଗୁଡ଼ା ନିକଟରେ ସେ ଗାଡ଼ିରୁ ଖସି ପଡିଥିଲେ। ଫଳରେ ଇଶକଙ୍କ ପଛମୁଣ୍ଡ ମାଡ଼ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଇଶକଙ୍କୁ ମୃତ ଘୋଷଣା କରିଥିଲେ।