ଗାଁ ମାଟିରେ ସଂଗ୍ରାମୀ ଭବାନୀ ଚରଣଙ୍କ ଶେଷକୃତ୍ୟ ସମ୍ପନ୍ନ

ନିମାପଡ଼ା,୫।୫(ଡି.ଏନ୍‌.ଏ.): ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଗାନ୍ଧୀବାଦୀ ନେତା, ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କର ଶେଷକୃତ୍ୟ ପୈତୃକ ଗ୍ରାମ ନିମାପଡ଼ାର ଗଡ଼ଅଣ୍ଢିଆ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟୀୟ ମର୍ଯାଦା ସହ ସମ୍ପନ୍ନ ହୋଇଛି। ବଡ଼ପୁଅ ସୁବାସ ମୁଖାଗ୍ନୀ ଦେଇଛନ୍ତି। ଏହି ସମୟରେ ନିମାପଡ଼ାର ଗାନ୍ଧୀ, ସ୍ବାଧିନତା ସଂଗ୍ରାମୀ ଭବାନୀ ବାବୁ ଅମର ରହେ ଧ୍ୱନୀରେ ସାରା ସହର ପ୍ରକମ୍ପିତ ହୋଇଥିଲା। ତେବେ ମନ୍ତ୍ରୀ, ବିଧାୟକ, ରାଜନେତା, ପୁରୀ ଜିଲାପାଳ, ଏସ୍‌ପିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶବାଧାରରେ ସାମିଲ ହେବା ସହ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ ଗୁରୁବାର କ୍ୟାପିଟାଲ ହସ୍‌ପିଟାଲରେ ତାଙ୍କ ପରଲୋକ ଘଟିଥିଲା।