ଗାଁର ନାଁ କାମାରଗୁଡା: ୮କିମି ଗଲେ ଡାକ୍ତରଖାନା, ୧୫ କିମି ଗଲେ ପଞ୍ଚାୟତ କାର୍ଯ୍ୟାଳୟ

ଏମଭି ୭୯,୧୨ା୭: ମାଲକାନଗିରି ଜିଲା କାଲିମେଳା ବ୍ଲକ ପଶୁଗୁ ପଞ୍ଚାୟତର ଜିନେଲଗୁଡାଠାରୁ ୪ କିମି ଦୂରରେ ରହିଛି ଆଦିବାସୀ ଗାଁ କାମାରଗୁଡା। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏଠାରେ ପହଞ୍ଚତ୍ପାରିନି ମୌଳିକ ସୁବିଧା ଓ ସୁଯୋଗ। ଗ୍ରାମରେ କେବେ ସରକାରୀ ବାବୁ କିମ୍ବା ଜନ ପ୍ରତିନିଧିଙ୍କ ପାଦ ପଡିନି। ସମସ୍ୟା ଭିତରେ ଦଶନ୍ଧି ପରେ ଦଶନ୍ଧି ଜୀବନ ଅତିବାହିତ କରି ଚାଲିଛନ୍ତି ଏହି ଗ୍ରାମବାସୀ। ଗ୍ରାମକୁ ଯିବାକୁ ରାସ୍ତା ନାହିଁ । ଶିକ୍ଷା, ସ୍ବାସ୍ଥ୍ୟ ଓ ବିଦ୍ୟୁତ୍‌ ସୁବିଧା ଏଯାଏ ମିଳିନି। ଗ୍ରାମରେ ପହଞ୍ଚତ୍ବାକୁ ହେଲେ ନାଳ ପାହାଡ ରାସ୍ତା ଦେଇ ଯିବାକୁ ପଡେ। ଗ୍ରାମଠାରୁ ଅନ୍ୟ ଏକ ଗ୍ରାମ ଜିନାଲଗୁଡାରେ ରହିଛି ଗୋଟିଏ ପ୍ରାଥମିକ ବିଦ୍ୟାଳୟ। ଯେଉଁଠିକୁ ପିଲାଙ୍କୁ ଯିବା କଷ୍ଟକର ହୋଇଥାଏ ବୋଲି କେତେକ ଗ୍ରାମବାସୀ କହିଥାନ୍ତି। ସ୍ବାସ୍ଥ୍ୟସେବା କଥା ନ କହିଲେ ଭଲ। ଦେହ କାହାର ଖରାପ ହେଲେ ୮କିମି ଦୂରରେ ଥିବା ଏମଭି- ୭୯ ଡାକ୍ତରଖାନା ଯିବାକୁ ପଡେ। ସେ ପର୍ଯ୍ୟନ୍ତ ରୋଗୀଙ୍କୁ ଭାରରେ ବୋହି ନେବାକୁ ପଡେ। । ଦୁଇ ଦୁଇଟି ନାଳ, ଖାଲ ଖମରା ଓ କାଦୁଅ ରାସ୍ତା ଦେଇ ପ୍ରାୟ ୧୫ କିମି ଅତିକ୍ରମ କରି ଯିବାକୁ ହୁଏ ପଶୁଗୁ ପଞ୍ଚାୟତକୁ । ସେଠାରୁ ସରକାରୀ ଚାଉଳ, କିରୋସିନି ଅବା ଭତ୍ତା ଆଣନ୍ତି। ଗ୍ରାମବାସୀ। ପଞ୍ଚାୟତ କାର୍ଯ୍ୟାଳୟରୁ ଭାରରେ ବୋହିବୋହି ଗ୍ରାମକୁ ଆଣନ୍ତି। ପିଇବା ପାଣି ମୁନ୍ଦେ ପାଇବାକୁ କମାରଗୁଡାବାସୀ ଭୋଗୁଛନ୍ତି ସବୁସମୟରେ ଜଳକଷ୍ଟ। ଗ୍ରାମରେ ନଳକୂପ ଥିଲେ ମଧ୍ୟ ସେଥିରୁ ପାଣି ବାହାରୁନାହିଁ । ପାଣି ପାଇଁ ଚୁଆ ଓ ନଦୀ ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡୁଛି। ଗ୍ରାମଠାରୁ ନଦୀର ଦୂରତା ପ୍ରାୟ ୪ କିମି । ଏଭଳି ସବୁବେଳେ ସମସ୍ୟାରେ ଜୀବନ କାଟୁଥିବା କମାରଗୁଡାବାସୀଙ୍କ ସମସ୍ୟାର ଅନ୍ତ କେବେ ହେବ ତାହାର ଉତ୍ତର କାହା ପାଖରେ ନାହିଁ।