ଗାଁବାସୀକୁ ଘାରୁଛେ ଫ୍ଲୋରାଇଡ ପାଏନ୍‌ ଚିନ୍‌ତା

ଗୋଲାମୁଣ୍ଡା, ୧୨।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଗଣ୍ଡାମେର ଗାଁବାସୀକୁ ଫ୍ଲୋରାଇଡ ପାଏନ୍‌ର ଚିନ୍‌ତା ଘାରୁଛେ। ଗାଁବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଲକ୍ଷାଧିକ ଟଁକା ଖରଚ୍‌ରେ ଗୁଟେ ପାଏନ୍‌ ପ୍ରକଳ୍ପ ତିଆର କରାଯାଇଛେ। ହେଲେ ଟଁାକିରୁ ପାଏନ୍‌ ଗଲବାର ଲାଗି ଗାଁବାସୀକୁ ସିଧାସଲଖ ପମ୍ପ ଜରିଆରେ ପାଏନ୍‌ ଯୁଗେଇ ଦିଆଯାଉଛେ। ଅନେକ ସମିଆରେ ବିଦ୍ୟୁତ୍‌ କାଟ୍‌ ଲାଗି ପାଏନ୍‌ ଯୋଗାଣରେ ବି ଖେଲଢ଼େପ ହେଉଛେ। ଏନ୍‌ତାଥି ଗାଁବାସୀ ପିଇଲା ପାଏନ୍‌ଲାଗି ବଡ଼ା ଜହଗଁଜ୍‌ ହେଉଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଗଣ୍ଡାମେର ଗାଁରେ ପାଖାପାଖି ୨ହଜାର ଲୋକ୍‌ ବାସ କରୁଛନ୍‌। ଗାଁବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଆଏଜ୍‌କେ ୧୧ ବଛର ତଲେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫୁ ଗାଁରେ ଗୁଟେ ପ୍ରକଳ୍ପ ତିଆର କରାଯାଇଥିଲା। ହେଲେ ପାଏନ୍‌ ଟଁାକିଟା ଆଏଜ୍‌ତକ କାମେ ଲାଗି ନାଇଁପାରବାର। ଅତି ହଲକା କାମ୍‌ ଲାଗି ଟଁାକିରେ ପାଏନ୍‌ ନାଇଁ ରହିବାର ସବୁ ଗଲି ଯାଉଛେ। ଏନ୍‌ତାଥି ଗଁାବାସୀକୁ ମୋଟର ପମ୍ପ ଚଲେଇ ସିଧାସଲଖ ପାଏନ୍‌ ଯୁଗେଇ ଦିଆଯାଉଛେ। ହେଲେ ଅନେକ ସମିଆରେ ବିଦ୍ୟୁତ୍‌ କାଟ୍‌ ଲାଗି ଲୋକ୍‌ ପାଏନ୍‌ ଲାଗି ବଡ଼ା ଦହଗଁଜ୍‌ ହେଉଛନ୍‌। ଇଆଡ଼େ ଗାଁରେ ୨୨ଟା ନଲ୍‌ଚୁଅଁା ରହିଛେ। ହେଲେ ୧୬ଟା ନଲ୍‌ଚୁଅଁାରୁ ଫ୍ଲୋରାଇଡ ମିଶା ପାଏନ୍‌ ବାହାରୁଥିଲାବେଲେ ୬ଟା ଲୁକ୍‌କର କାମେ ଲାଗୁଛେ। ସେନ୍‌ତା ପାଏନ୍‌ ଟଁାକିରୁ ପାଏନ୍‌ ସପ୍‌ଲେ ନାଇଁ ହେବାର ଲାଗି ଖଜୁରପଡ଼ା, ବନ୍ଧପଡ଼ା, ଗହଁଟିଆପଡ଼ା, ହଂସପଡ଼ା ଆର ପରାଭୋଏ ପଡ଼ାର ଷ୍ଟାଣ୍ଡ ପୋଷ୍ଟମାନକେ ପାଏନ୍‌ ନାଇଁ ଯାଉଥିବାର ପଡ଼ାବାସୀ ଅଭିଯୋଗ କରିଛନ୍‌। ପାଏନ୍‌ ଟଁାକି ମରାମତି ଲାଗି ବିଭାଗୀୟ କତୁରପକ୍ଷକୁଁ ବାରବାର କହେଲେ ବି କିଛି ଲାଭ ନାଇଁ ମିଲବାର ବଲି ଗାଁବାସୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ବିଭାଗୀୟ ଯନ୍ତ୍ରୀକୁଁ ପଚ୍‌ରାଲାରୁ ତିଆରି ହେଲାଦିନୁ ଓଭର ହେଡ ଟ୍ୟାଙ୍କରୁ ପାଏନ୍‌ ଗଲୁଛେ। ସେଥିରଲାଗି ମୋଟର ଲଗେଇ ପାଏନ୍‌ ଯୁଗେଇ ଦିଆଯାଉଛେ। ଟ୍ୟାଙ୍କ ମରାମତି ହେଲା ଉତାରୁ ସେଥ୍‌ରୁ ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ଜିଲା ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଗଁାବାସୀ ଦାବି କରିଛନ୍‌।