ଗଳାକାଟି ହତ୍ୟା ଘଟଣା: କୋର୍ଟରେ ହତ୍ୟାକାରୀଙ୍କ ଆତ୍ମସମର୍ପଣ

ବ୍ରହ୍ମପୁର ଅଫିସ,୧୩ା୧୨- ବ୍ରହ୍ମପୁର ରେଳଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ପୋଲିସ ଅଭିଯୁକ୍ତ ବି. ବୁଲା ଦୋରାଙ୍କୁ ଧରିପାରି ନ ଥିବା ବେଳେ ଗୁରୁବାର ସେ ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ଜାମିନ ଆବେଦନକୁ ଏସ୍‌ଡ଼ିଜେଏମ୍‌ ଖାରଜ କରି ଦେଇଥିଲେ। ପରେ ଅଭିଯୁକ୍ତ ବୁଲାଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଏହି ହତ୍ୟା ଘଟଣାର ଅଧିକ ତଥ୍ୟ ହାସଲ କରିବା ପାଇଁ ରେଳବିଭାଗ ପୋଲିସ (ଜିଆରପି) ଅଭିଯୁକ୍ତ ବୁଲାଙ୍କୁ ୩ ଦିନ ରିମାଣ୍ଡରେ ଆଣିବ ବୋଲି ଜିଆରପି ଏସ୍‌ଡ଼ିଆରପିଓ ଚନ୍ଦ୍ର ଶେଖର ସାହୁ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ, ରେଳଷ୍ଟେଶନ ନିକଟରେ ଥିବା ଅନ୍ନପୂର୍ଣ୍ଣା ହୋଟେଲ ମାଲିକଙ୍କ ପୁଅ ଅନିଲ ପଣ୍ଡାଙ୍କୁ ଗତ ୩ ତାରିଖ ରାତିରେ ୪ନଂ. ପ୍ଲାଟଫର୍ମ ନିକଟରେ ହତ୍ୟା କରାଯାଇଥିଲା। ରେଳରେ ଯାତ୍ରୀଙ୍କ ଖାଦ୍ୟ ଯୋଗାଣକୁ କେନ୍ଦ୍ରକରି ଷ୍ଟେଶନରେ ହକର ଭାବେ କାମ କରୁଥିବା ବୁଲା ଗତ ୩ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ଅନିଲ ପଣ୍ଡାଙ୍କ ଗଳା କାଟି ହତ୍ୟା କରିଥିଲେ ବୋଲି ପୋଲିସ କହିଥିଲା। ଜିଆରପି ପୋଲିସ ଏନେଇ ନଂ.୧୨୦/୧୯ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଜିଆରପି ୨ଟି ଟିମ ଗଠନ କରିଥିଲା। ହେଲେ ଅଭିଯୁକ୍ତଙ୍କ ଟେର ପାଇପାରି ନ ଥିଲା। ଘଟଣା ପରେ ଅଭିଯୁକ୍ତଙ୍କ କେତେକ ସମ୍ପର୍କୀୟଙ୍କୁ ପୋଲିସ ଥାନାରେ ଅଟକ ରଖି ଜେରା ଚଳାଇଥିଲା। ଅନ୍ୟପଟେ କୋର୍ଟରେ ବୁଲା ଆତ୍ମସମର୍ପଣ କରିବା ନେଇ ପୋଲିସ ଆଗୁଆ ସୂଚନା ପାଇ କୋର୍ଟ ପରିସରରେ ସାଦା ପୋଷାକରେ ପାଇଁତରା ମାରୁଥିଲା। ହେଲେ ଗୁରୁବାର ପୋଲିସକୁ ଚକମା ଦେଇ ହତ୍ୟାକାରୀ ବୁଲା ତାଙ୍କ ଆଇନଜୀବୀଙ୍କ ଜରିଆରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri