ଗଳଗଣ୍ଡ ରୋଗ୍‌ରେ ପୀଡ଼ିତ କୌଶଲ୍ୟା: ଦରଦ୍‌ ଲାଗି ଛଟ୍‌କି ଛାଡୁଛନ୍‌

ଲାଠୋର, ୧୮ା୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀପଡ଼ାର କୌଶଲ୍ୟା ନାଏକ(୫୬)। ସେ ଗଳଗଣ୍ଡ ରୋଗ୍‌ରେ ପୀଡ଼ିତ ଅଛନ୍‌। ପରିବାରଟା ନିହାତି ଗରିବ୍‌। ଅଭାବ ଅନାଟନ ଲାଗି ତାକର ଉଚ ଚିକିଛା ହେଇ ନାଇଁପାରବାର। ଏନ୍‌ତାଥି ପରିବାର ଲୋକ୍‌ ପରଶାସନକେ ଯେତେ ଜଲଦି ହେବା ସାହାଯ୍‌ ଯୁଗେଇ ଦେବାକେ ଗୁହାରି କରିଛନ୍‌।
ସୂଚନା ଅନ୍‌ସାରେ କଲୋନୀପଡ଼ାର ନରେନ୍ଦ୍ର ନାଏକ। ପରିବାର କହେଲେ ମାଏକିନା କୌଶଲ୍ୟା ଆର ଦୁଇ ପୁଓକେ ନେଇ ହଁସଖୁସିରେ ରହୁଥିଲେ। ୨ ଏକର ଆଟ୍‌ ଜମି ଚାଷ୍‌ବାସ କରି ଜୀବନ୍‌ ଜିବ୍‌କା ଚଲଉଥିଲେ। ଦୁଇପୁଓକୁ ବିହାଚୁରା ବି କରିଛନ୍‌। ବିହାଚୁରା ଉତାରୁ ଦୁଇପୁଓ ଭିନେ ହେଇ ରହୁଥିଲାବେଲେ ବୁରୁଧ୍‌ ଦମ୍ପତି ନିଜର ଝାଟିମାଟି କୁରିଆରେ ମୁଡ଼ ଗୁଁଜିଛନ୍‌। ଏହେଦେ ଜୀବନ୍‌ ଜିବ୍‌କା ଲାଗି ସେମାନକୁ କୁଲିମଜୁରି କରବାକେ ପଡ଼ୁଛେ। ହେଲେ ବଏସ୍‌ ଅଧ୍‌କା ହେବାର ଲାଗି ନରେନ୍ଦ୍ର ଆଘର ଲେଖେଁ କାମ୍‌କବାର କରି ନାଇଁପାରବାର। ଏନ୍‌ତାଥି ନରେନ୍ଦ୍ର ସରକାରୀ ଯୋଜନାରେ ମାସିକ ପାଉଥିବାର ୫ଶହ ଟଁକା ଭତା ଆର ୧୦ କେ.ଜି. ଚାଉଲ ଦମ୍ପତିକୁଁ ନିଅଁଟ ହେଉଛେ। ଦମ୍ପତି ଏନ୍‌ତା ଅଭାବ ଅନାଟନରେ ଚଲୁଥିଲାବେଲେ ଆଏଜ୍‌କେ ୫ ବଛର ତଲେ କୌଶଲ୍ୟାକଁର ବେଁକେ ଗୁଟେ ଛୋଟ ବଥ ହେଇଥିଲା। ସେଟା ଦିନୁଦିନ୍‌କେ ବଢ୍‌ତେଲ ଗଲା। ନରେନ୍ଦ୍ର ଧାରଉଧାର କରି କୌଶଲ୍ୟାକୁଁ ଆସରପାସର ଡାକ୍‌ତରଖାନାରେ ଚିକିଛା କରାଲେ। ହେଲେ କିଛି ଲାଭ ନାଇଁହେଲା। ଶେଷେ ଭୁବନେଶ୍ୱରରେ ଥିବାର ଆଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)କେ ନେଇ ଚିକିଛା କଲେ। ପରୀକ୍ଷା ନିରୀକ୍ଷାରୁ କୌଶଲ୍ୟା ଗଳଗଣ୍ଡ ରୋଗ୍‌ରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ଡାକ୍‌ତର ଉଷୋକଷା ଲେଖିଦେଇ ଦିନାକେତେ ଖାଏଲା ଉତାରୁ ଅପରେଶନ କରାହେବା ବଲି କହିଥିଲେ। ନରେନ୍ଦ୍ର ମାଏକିନାକେ ଧରି ଘରକେ ଫିରିଆଏଲେ। ସେଦିନ୍‌ଠାନୁ ନରେନ୍ଦ୍ର କୌଶଲ୍ୟାକୁଁ ଉଷୋ ଘିନି କରି ଖାଏବାକେ ଦେଇ ନାଇଁପାରବାର କି ଅପରେଶନ ଲାଗି ଟଁକା ଯୁଗାଡ଼ କରି ନାଇଁପାରବାର। ଇଆଡ଼େ ଯେ କୌଶଲ୍ୟା ଦରଦ୍‌ ଲାଗି ଛଟ୍‌କି ଛାଡ଼ୁଛନ୍‌। ଖାସ୍‌ଲା, ଛିଁକ୍‌ଲା ସମିଆରେ ସେ ବହୁତ୍‌ ଦରଦ୍‌ ଅନୁଭବ କରୁଥିବାର କହିଛନ୍‌। ସରକାର ସ୍ବାସ୍ଥ୍ୟବୀମା କାର୍ଡ ଜରିଆରେ ଗରିବ୍‌ ଦୁଖିକୁ ଚିକିଛା ସାହାଯ୍‌ ଯୁଗେଇ ଦେଉଥିଲାବେଲେ ଇ ପରିବାର କାର୍ଡ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ କୌଶଲ୍ୟାକୁଁ ଉଚ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri