ଗର୍ଭବତୀ ନାରୀର ଯତ୍ନ

କିଛିଦିନ ହେବ କେବେ ଅଧିକ ଖରା ତ କେବେ ଦିନ ଦିନ ଲାଗି ରହୁଛି ପ୍ରବଳ ବର୍ଷା। ତେବେ ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ବିଶେଷ କରି ଏଭଳି ବର୍ଷା ଅଧିକ ପ୍ରଭାବିତ କରୁଛି ଭାବୀ ମା’ ମାନଙ୍କୁ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ବିଭିନ୍ନ ରୋଗ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଛି। ତେଣୁ ଏ ସମୟରେ ଗର୍ଭବତୀ ନାରୀମାନଙ୍କୁ ଉଭୟ ନିଜ ସହ ଗର୍ଭସ୍ଥ ଶିଶୁ ପାଇଁ ବିଶେଷ ଭାବରେ ସତର୍କ ରହିବା ଆବଶ୍ୟକ…
ସୁଷମ ଖାଦ୍ୟ – ଗର୍ଭବତୀ ନାରୀମାନେ ନିଜ ସହ ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ। ବିଶେଷ କରି ବର୍ଷା ସମୟରେ ସେମାନଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବାରୁ ଅନେକ ଗୁଡିଏ ଖାଦ୍ୟ ଜନିତ ସଂକ୍ରମଣ ରୋଗ ହୋଇଥାଏ ଯଥା – ଝାଡା, ଜଣ୍ଡିସ୍‌, ଆନ୍ତ୍ରିକ ଜ୍ୱର ଆଦି ହୋଇଥାଏ ା ତେଣୁ ଏ ସମୟରେ ବେଶି ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। ଏହାଛଡା ବେଶି ତେଲ, ମସଲାଯୁକ୍ତ, ବାସିଖାଦ୍ୟ ଆଦି ନ ଖାଇ ସଦ୍ୟ ପ୍ରସ୍ତୁତ ଗରମ ଖାଦ୍ୟ ଖାଇବା ସହ ଗରମ ସୁପ୍‌ ପିଇବା ଭଲ ା କାକୁଡି, ଟମାଟୋ ଓ ପିଆଜ ଆଦି ଗରମ ପାଣିରେ ଧୋଇ ସାଲାଡ ପ୍ରସ୍ତୁତ କରିବା ଦରକାର ା ବିଶେଷଭାବରେ ଶାଗଜାତୀୟ ଖାଦ୍ୟ ଯଥା- ପାଳଙ୍ଗଶାଗ, ବିଭିନ୍ନ ପ୍ରକାର ଶାଗ, ବନ୍ଧାକୋବି, ଫୁଲକୋବି ଆଦି ପରିବା ପତ୍ରରେ ଛୋଟ ଛୋଟ ପୋକ ଓ ଜୀବାଣୁ ଥିବାରୁ ଏହାକୁ ରାନ୍ଧିବା ପୂର୍ବରୁ ଗରମ ପାଣିରେ ୩-୪ ଥର ଭଲଭାବେ ଧୋଇବା ଉଚିତ୍‌ ା ଏହି ସମୟରେ ମଟନ ଓ ଚିକେନ୍‌ ମଧ୍ୟ ବେଶି ପରିମାଣରେ ଖାଇବା ଠିକ୍‌ ନୁହେଁ। ଏହା ହଜମ ନ ହୋଇ ଅଜୀର୍ଣ୍ଣ ରୋଗ, ଝାଡା ଓ ବାନ୍ତିର କାରଣ ସାଜିଥାଏ।
– ବର୍ଷା ଅଧିକ ହେଲେ ଅନେକେ ଭାବନ୍ତି ଜଳବାୟୁ ଆର୍ଦ୍ର ଥିବାରୁ ବେଶି ପାଣି ପିଇବା ଉଚିତ ନୁହେଁ। ହେଲେ ମନେ ରଖନ୍ତୁ ଏ ସମୟରେ ପରିବେଶର ଉଷ୍ଣତା କମିଯିବାରୁ ବେଶି ପାଣି ପିଇବା ଓ ପାନୀୟ ଜିନିଷ ବ୍ୟବହାର କରିବା ଆବଶ୍ୟକ। ଏ ସମୟରେ କମ୍‌ ପାଣି ପିଇଲେ ଗର୍ଭବତୀଙ୍କୁ ଡିହାଇଡ୍ରେଶନ ହୋଇ ବାନ୍ତିି ଲାଗେ, ମୁଣ୍ଡ ବିନ୍ଧେ ଏବଂ ଅଚେତ ହେବା ଭଳି ଲାଗେ । ତେଣୁ ସେମାନେ ଫଳରସ, ପଇଡ, ପାଣି, ଲେମ୍ବୁ ସରବତ ଆଦି ପ୍ରଚୁର ପରିମାଣରେ ପିଇବା ଦରକାର। ହେଲେ ବଜାରରେ ମିଳୁଥିବା ଦହି ଓ ଲସି ପିଇବା ଠିକ୍‌ ନୁହେଁ ା ସେହିପରି ବାହାରେ ବିକ୍ରି ହେଉଥିବା ଖାଦ୍ୟ ଆଦୌ ଖାଇବା ଉଚିତ ନୁହେଁ। ଏଥିରେ ବ୍ୟବହୃତ ହେଉଥିବା ସମସ୍ତ ଜିନିଷରେ ପ୍ରଚୁର ପରିମାଣରେ ତେଲ ଓ ମସଲା ସହ ସଂକ୍ରମିତ ପାଣି ବ୍ୟବହାର ହୋଇଥିବାରୁ ସଂକ୍ରମଣ ଜନିତ ରୋଗ ହେବାର ଆଶଙ୍କା ବେଶି ଥାଏ ା ବେଳେ ବେଳେ କଟା ହୋଇଥିବା ଫଳ ବହୁତ ସମୟ ବାହାରେ ରହିବା ଦ୍ୱାରା ବି ସଂକ୍ରମଣ ହୋଇଥାଏ। ତେଣୁ ବାହାରେ ରହିଥିବା କଟା ଫଳ ଖାଇବା ଅନୁଚିତ୍‌।
ଗର୍ଭବତୀଙ୍କୁ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ସଫାସୁତରା ରହିବା ଆବଶ୍ୟକ। ଭଲ ଭାବରେ ସ୍ନାନ କରିବା ଦ୍ୱାରା ଚର୍ମ ପରିଷ୍କାର ହୁଏ ଓ ଜୀବାଣୁ ଚର୍ମ ଭିତରକୁ ଯାଇପାରେ ନାହିଁ ା ବାହାରେ ବର୍ଷାରେ ଭିଜିଗଲେ ନିଜ ଶରୀରକୁ ଟାୱେଲରେ ପୋଛି ଶୁଖିଲା କରିବା ପରେ ଗରମ ପାଣିରେ ଗାଧୋଇବା ଦ୍ୱାରା ସଂକ୍ରମଣ ହୋଇ ନ ଥାଏ ା କେବଳ ସ୍ନାନ, ଶୌଚ ଠିକ୍‌ ଭାବେ କରିବା ନୁହେଁ ନଖକାଟିବା, ରାନ୍ଧିବା ଓ ଖାଇବା ଆଗରୁ ହ୍ୟାଣ୍ଡଓ୍ବାଶ୍‌ ଲଗାଇ ହାତ ଧୋଇବା ଆବଶ୍ୟକ। ଯାହାକି ନିଜ ସହ ଗର୍ଭସ୍ଥ ଶିଶୁକୁ ବି ନୀରୋଗ ରଖିଥାଏ। ସେହିପରି ନିଜର ଘରଦ୍ୱାର ଓ ଆଖପାଖ ସ୍ଥାନ ମଧ୍ୟ ପରିଷ୍କାର ରଖନ୍ତୁ। କାର୍ବୋଲିକ୍‌ ସାବୁନର ଦ୍ରବଣରେ ଘରଦ୍ୱାର ପୋଛି ସଫା କରିବା ଦ୍ୱାରା ଜୀବାଣୁମୁକ୍ତ ରହିଥାଏ ା ଏହା ସହ ବିଛଣା ଚଦର ଓ ତଉଲିଆ ଆଦି ସଫା ରଖିବା ଆବଶ୍ୟକ। ମ୍ୟାଲେରିଆ ଓ ଡେଙ୍ଗୁ ରୋଗରୁ ରକ୍ଷା ପାଇଁ ମଶାରି ଟାଣି ଶୁଅନ୍ତୁ। ଆବଶ୍ୟକ ସ୍ଥଳେ ମଶାଧୂପ ଓ ମଶାକ୍ରିମ ବ୍ୟବହାର କରିପାରିବେ। ସର୍ବଦା କଟନ୍‌ ବା ସୂତା କପଡା ପିନ୍ଧିବା ଭଲ ା
– ଗର୍ଭାବସ୍ଥାରେ ହେଭି ମେକଅପ୍‌ ବା ଗାଢ ପ୍ରସାଧନ ବ୍ୟବହାର କରିବା ଠିକ୍‌ ନୁହେଁ। ବିଶେଷ କରି ମସ୍କାରା ଓ ପଫ୍‌, ଆଇ-ଲାଇନର ଓ ଲିପଷ୍ଟିକ୍‌ରୁ ସଂକ୍ରମଣର ଭୟ ଥାଏ, ତେଣୁ ହାଲୁକା ମେକଅପ୍‌ ନିଅନ୍ତୁ।
– ବାହାରକୁ ଯାଉଥିଲେ ପାଖରେ ଛତା, ରେନିକୋଟ ରଖନ୍ତୁ। ଯଦି ପ୍ରସବର ସମ୍ଭାବନା ତାରିଖ ନିକଟରେ ଥାଏ, ତେବେ ସବୁ ପ୍ରକାର ପ୍ରସ୍ତୁତି କରି ରଖନ୍ତୁ। ଯଥା- ଡାକ୍ତରଙ୍କର ଫୋନ୍‌ ନମ୍ବର, ହସପିଟାଲ, ଆମ୍ବୁଲାନ୍ସର ଫୋନ୍‌ ନମ୍ବର ଏବଂ ହସପିଟାଲ ଯିବା ପାଇଁ ଗାଡି ଠାରୁ ଆରମ୍ଭ କରି ସବୁ ଜିନିଷର ପ୍ରସ୍ତୁତି ଆଗରୁ କରି ରଖନ୍ତୁ।
ପାଣିପାଗ ଯାହା ହେଉ ନା କାହିଁକି ଏହା ଅନୁଯାୟୀ ସମସ୍ତ ପ୍ରକାର ପ୍ରସ୍ତୁତି ସହ ସ୍ବାସ୍ଥ୍ୟରକ୍ଷାର ନିୟମ ମାନି ଚଳିଲେ ନିଜେ ନୀରୋଗ ରହିବା ସହ ଗର୍ଭସ୍ଥ ଶିଶୁକୁ ବି ସୁରକ୍ଷିତ ରଖିବା ସହଜ।

-ଡା. ସରୋଜିନୀ ଷଡ଼଼ଙ୍ଗୀ

ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞା
ଲିଙ୍କ୍‌ରୋଡ଼, କଟକ
ମୋ- ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri