ଗର୍ଭଗୃହରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ମନା

ପୁରୁଣା ଭୁବନେଶ୍ୱର, ୧୭।୩(ଡି.ଏନ୍‌.ଏ.): ମହାମାରୀ କରୋନା ପାଇଁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଯାତ୍ରୀଙ୍କ ପାଇଁ ୭ଟି ଗାଇଡଲାଇନ ବ୍ୟବସ୍ଥା କରାଯାଇଛି। ସେହିପରି ଗର୍ଭଗୃହରେ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେନି ବୋଲି ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକଶ ପାଇଛି। ଯାତ୍ରୀମାନେ ସିଂହଦ୍ୱାରଠାରେ ଥିବା ସାନିଟାଇଜରରେ ହାତ, ଗୋଡ଼ ଧୋଇ ମନ୍ଦିରକୁ ପ୍ରବେଶ କରିବେ। ରେଜିଷ୍ଟରରେ ନାମ ଓ ଠିକଣା ଲେଖିବା, ସମସ୍ତ ସେବାୟତ ମାସ୍କ ପିନ୍ଧିବା, ସିଂହଦ୍ୱାରରେ ପ୍ରବେଶ କରିବା ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବା, ଜ୍ୱର, କାଶ ଓ ଥଣ୍ଡା ହୋଇଥିବା ବ୍ୟକ୍ତି ପ୍ରବେଶ ନ କରିବା ବାରଣ କରାଯାଇଛି। ବିଏମ୍‌ସି ଓ କ୍ୟାପିଟାଲ ହସ୍ପିଟାଲ ଡାକ୍ତରମାନେ ମନ୍ଦିର ସିଂହଦ୍ୱାରଠାରେ ସଚେତନତା କ୍ୟାମ୍ପରେ ଯୋଗଦେଇ ଯାତ୍ରୀଙ୍କୁ ସଚେତନ କରାଇବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହାର ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଥିଲା।
ସର୍ତ୍ତାବଳୀ ମାନିଲେ ଉତ୍ତରପ୍ରଦେଶ ମନ୍ତ୍ରୀ
କରୋନା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି। ସୋମବାର ଉପସ୍ଥିତ କର୍ମଚାରୀମାନେ ଯାତ୍ରୀଙ୍କ ଠାରୁ ରେଜିଷ୍ଟରରେ ନାମ ଓ ଠିକଣା ଲେଖି ରଖୁଥିବାବେଳେ ସାନିଟାଇଜର ବ୍ୟବହାର କରାଉଥିଲେ। କିନ୍ତୁ କେତେଜଣ ଯାତ୍ରୀ ସେଥିରୁ ନିବୃତ ରହୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଉତ୍ତର ପ୍ରଦେଶର ମନ୍ତ୍ରୀ ଅନିଲ ରାଜଭାର ରେଜିଷ୍ଟରରେ ନାମ ଓ ଠିକଣା ଲେଖିବା ସହ ମାସ୍କ ପିନ୍ଧି ସାନିଟାଇଜରର ବ୍ୟବସ୍ଥା ଆପଣେଇଥିଲେ। ପରେ ସେ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଗାଇଡଲାଇନ ଅନୁସାରେ ପ୍ରସ୍ଥାନ ପଥ ଉତ୍ତର ଦ୍ୱାରା ଥିବାବେଳେ ଅନେକ ଶ୍ରଦ୍ଧାଳୁ ସିଂହଦ୍ୱାରରେ ପ୍ରବେଶ ଓ ସିଂହଦ୍ୱାରରେ ପ୍ରସ୍ଥାନ କରୁଥିବା ଦେଖିବାକୁ ମିଳିଥିଲା। ରେଜିଷ୍ଟର ମୁତାବକ ଅପରାହ୍ନ ୫ଟା ସୁଧା ୩୭୨ଜଣ ପର୍ଯ୍ୟଟକ ହୋଇଥିବା ଜଣାପଡ଼ିଛି।
ଖୋଲାରହିଲା ଶ୍ରୀଲିଙ୍ଗରାଜ ହାଟ
ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣ ପାର୍ଶ୍ୱକୁ ଥିବା ଲିଙ୍ଗରାଜ ହାଟ ସୋମବାର ଖୋଲା ରହିଥିଲା। ଜନଗହଳି ପାଇଁ କଟକଣା ଥିବାବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ସେଭଳି କୌଣସି ସଚେତନତା ମୂଳକ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଥିଲା।
ବିଏମ୍‌ସି ହସ୍ପିଟାଲରେ ସଚେତନତା ଠପ
ଶ୍ରୀଲିଙ୍ଗରାଜ ମନ୍ଦିର ପଶ୍ଚିମ ପାର୍ଶ୍ୱ ପାଚେରିକୁ ଲାଗିରହିଥିବା ବିଏମ୍‌ସି ହସ୍ପିଟାଲରେ କରୋନା ସମ୍ପର୍କିତ କୌଣସି ସଚେତନତା କାର୍ଯ୍ୟକ୍ରମ ଠପ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ସୋମବାର ହସ୍ପିଟାଲର କୌଣସି କର୍ମଚାରୀ ମାସ୍କ ପିନ୍ଧି ନ ଥିବା ବେଳେ ଆଉଟଡୋରରେ ରୋଗୀଙ୍କ ପାଇଁ କିଛି ବ୍ୟବସ୍ଥା କରାଯାଇ ନ ଥିଲା। କୌଣସି ସରକାରଙ୍କ ପକ୍ଷରୁ ସାନିଟାଇଜର ଯୋଗାଇ ଦିଆଯାଇ ନାହିଁ ବୋଲି କେତେଜଣ କର୍ମଚାରୀ ନାମ ଗୋପନ ରଖି କହିଛନ୍ତି।

ଏମାନେ ଯାହା କୁହନ୍ତି

କରୋନା ପାଇଁ ସରକାରଙ୍କ ସଚେତନତା ପଦକ୍ଷେପ ସ୍ବାଗତ ଯୋଗ୍ୟ। ଯାତ୍ରୀ କମିଲେ ମଧ୍ୟ ଏଭଳି ମହାମାରୀ କବଳରୁ ହୁଏତ ଆମେ ସମସ୍ତେ ବର୍ତ୍ତି ଯାଇପାରିବା।
– ନରସିଂହ ଖୁଣ୍ଟିଆ, ବରିଷ୍ଠ ସେବାୟତ
ଶ୍ରୀଲିଙ୍ଗରାଜ ମନ୍ଦିରରେ ସରକାର ଏଭଳି କଟକଣା ଜାରି କରିଥିବାରୁ ସ୍ବାଗତଯୋଗ୍ୟ। ଧୀରେ ଧୀରେ ସେବାୟତଙ୍କ ସମେତ ଯାତ୍ରୀ, ଭକ୍ତମାନେ ଅଭ୍ୟାସରେ ପଡ଼ିିଲେ କରୋନାରୁ ମୁକ୍ତିପାଇପାରିବେ। ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ରହିଛି।
– ମଣ୍ଟୁ ପଣ୍ଡା, ସେବାୟତ
ପଦକ୍ଷେପ ସ୍ବାଗତ ଯୋଗ୍ୟ। ସମସ୍ତ ଯାତ୍ରୀଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ଯାତ୍ରୀ ସଂଖ୍ୟା କମିଲେ ବି ସତକର୍ତ୍ତାମୂଳକଭାବେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ।
– ଶିବପ୍ରସାଦ ବେହେରା,
ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri