ଗରିବ କୃଷକ ପରିବାରରୁ ରକେଟ୍‌ମ୍ୟାନ୍‌ ଶିବନ

ଚନ୍ଦ୍ରୟାନ-୨ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି କ୍ଷଣ ପୂର୍ବରୁ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଏହି ମିଶନକୁ ପୂର୍ଣ୍ଣ ସଫଳତା ମିଳିନଥିଲେ ବି ଭାରତୀୟ ଅନ୍ତରୀକ୍ଷ ଗବେଷଣା ଲାଗି ଏହା ଏକ ବଡ ଉପଲବ୍ଧି ବୋଲି କୁହାଯାଇପାରେ। ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର(ଇସ୍ରୋ)ର ଏହି ମିଶନକୁ ଆଗକୁ ନେବାରେ ମୁଖ୍ୟ ଭୂମିକା ନେଇଥିଲେ ଇସ୍ରୋର ନିର୍ଦ୍ଦେଶକ ଡ. କେ.ଶିବନ। ତାମିଲନାଡୁର ନଟିଲ ଜିଲା ଅନ୍ତର୍ଗତ କନ୍ୟାକୁମାରୀର ସରାକଲ୍ଲବିଲାଇ ଗାଁରେ ୧୪ ଏପ୍ରିଲ,୧୯୫୭ରେ ଏକ କୃଷକ ପରିବାରରେ କେ. ଶିବନଙ୍କ ଜନ୍ମ। ବାପା କୈଳାସବଡିବୁ ଓ ମା ଚେଲ୍ଲମଙ୍କ ପୁଅ ଶିବନଙ୍କ ବାଲ୍ୟଶିକ୍ଷା ସରକାରୀ ସ୍କୁଲରେ ଶେଷ ହୋଇଥିଲା। ଚାଷ କରିବା ପାଇଁ ମଜୁରିଆ ଲଗାଇବା ତାଙ୍କ ପରିବାର ପକ୍ଷରେ ସମ୍ଭବ ନଥିବାରୁ ଶିବନ ପଢିବା ସମୟରେ ଭାଇ ଓ ଭଉଣୀଙ୍କ ସହ ତାଙ୍କ ବିଲରେ କାମ କରୁଥିଲେ। ସେ ଭଲ ପଢୁଥିବାରୁ ତାଙ୍କ ପରିବାର ଲୋକମାନେ ତାଙ୍କୁ ପଢ଼ିବାର ସୁଯୋଗ ଦେଲେ। ଆର୍ଥିକ ଅଭାବ ଓ ଜୀବନର ଦୁଃଖଦ ମୁହୂର୍ତ୍ତକୁ ସାମ୍‌ନା କରି ଶିବନ ନାଗେରକୋୟଲର ଏସ୍‌ଟି ହିନ୍ଦୁ କଲେଜରେ ବିଏସ୍‌ସି (ଗଣିତ)ପଢିଲେ। ପୂରା ୧୦୦ ପ୍ରତିଶତ ମାର୍କ ରଖି ସ୍ନାତକ ଶେଷ କରିବା ପରେ ତାଙ୍କ ବାପା ପୁଣି ତାଙ୍କୁ ପଢାଇବାକୁ ଚାହିଁଲେ। ସେ ଥିଲେ ତାଙ୍କ ପରିବାରର ପ୍ରଥମ ଗ୍ରାଜୁଏଟ୍‌। ଶିବନ ୧୯୮୦ରେ ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି(ଏମ୍‌ଆଇଟି)ରେ ନାମ ଲେଖାଇ ଏରୋନଟିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଇଣ୍ଡିିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରେ (ଆଇଆଇଏସ୍‌ସି) ଇଞ୍ଜିନିୟରିଂରେ ସ୍ନାକୋତ୍ତର କଲେ। ୨୦୦୬ରେ ଆଇଆଇଟି ବମ୍ବେରୁ ଏରୋସ୍ପେସ ଇଞ୍ଜିନିୟରିଂରେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ।
ଏମ୍‌ଆଇଟିରେ ଏରୋନଟିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଶିବନ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ସହ ଯୋଡି ହୋଇଥିଲେ। ସେହି ସମୟରେ ସେ ପୋଲାର ସାଟେଲାଇଟ୍‌ ଲଞ୍ଚ ଭେହିକିଲ(ପିଏସ୍‌ଏଲ୍‌ଭି) ପରିଯୋଜନାରେ ବି କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ଇସ୍ରୋ ତାଙ୍କୁ ବିଭିନ୍ନ ଅଭିଯାନରେ କାମ କରିବାର ସୁଯୋଗ ଦେଇଥିଲା। ସେ ୨୦୧୧ରେ ପିଏସ୍‌ଏଲ୍‌ଭି ପରିଯୋଜନାର ନିର୍ଦ୍ଦେଶକ ହୋଇଥିଲେ। ଏହାପରେ ୨୦୧୪ରେ ଲିକ୍ୱଡ଼ ପ୍ରପଲ୍‌ଶନ ସିଷ୍ଟମ୍‌ ସେଣ୍ଟରର ନିର୍ଦ୍ଦେଶକ ହୋଇଥିଲେ। ଏହାପରେ ୨୦୧୫ରେ ବିକ୍ରମ୍‌ ସରାଭାଇ ସ୍ପେସ୍‌ ସେଣ୍ଟର(ବିଏସ୍‌ଏସ୍‌ସି)ର ନିର୍ଦ୍ଦେଶକ ହେବା ପରେ ୨୦୧୮ରୁ ଇସ୍ରୋର ନିର୍ଦ୍ଦେଶକ ପଦ ସମ୍ଭାଳୁଛନ୍ତି। ଏହି ପଦ ସମ୍ଭାଳିବା ପୂର୍ବରୁ ସେ ବିକ୍ରମ୍‌ ସରାଭାଇ ସ୍ପେସ୍‌ ସେଣ୍ଟର୍‌ର ନିର୍ଦ୍ଦେଶକ ଥିବା ସମୟରେ ସାଇକୋଜେନିକ ଇଞ୍ଜିନ,ପିଏସ୍‌ଏଲ୍‌ଭି,ଜିଏସ୍‌ଏଲ୍‌ଭି ଓ ରିୟୁଜେବଲ ଲଞ୍ଚ ଭେହିକିଲ କାର୍ଯ୍ୟକ୍ରମରେ ତାଙ୍କ ଯୋଗଦାନକୁ ଲକ୍ଷ୍ୟ କରି ତାଙ୍କୁ ରକେଟ୍‌ମ୍ୟାନ ଆଖ୍ୟା ଦିଆଯାଇଛି। ୨୦୧୭ରେ ଭାରତ ମହାକାଶକୁ ଏକାଥରକେ ୧୦୪ଟି ଉପଗ୍ରହ ପ୍ରେରଣ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୧୫, ଜୁଲାଇ୨୦୧୯ରେ ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣରେ କିଛି ତ୍ରୁଟି ଦେଖାଦେବା ପରେ ତାହାକୁ ଶିବନ ଓ ସାଥୀ ବୈଜ୍ଞାନିକମାନେ ୨୪ ଘଣ୍ଟା ମଧ୍ୟରେ ଠିକ୍‌ କରିଦେଇଥିଲେ ।
ଶିବନଙ୍କ ପିଲାଦିନ ଏତେ ଅଭାବ ଭିତରେ କଟୁଥିଲା ଯେ, ଚପଲ ପିନ୍ଧବାକୁ ପାଉନଥିଲେ। ଖାଲି ପାଦରେ ସ୍କୁଲକୁ ଯାଉଥିଲେ। ଫୁଲ୍‌ପ୍ୟାଣ୍ଟ ପିନ୍ଧିବା କଲେଜରେ ସାତ ସପନ ଥିଲା। ଧୋତି ବିନ୍ଧି ସେ କଲେଜ ଯାଉଥିଲେ। କିନ୍ତୁ ଏମ୍‌ଆଇଟି ଯିବା ପରେ ପ୍ରଥମେ ପ୍ୟାଣ୍ଟ ପିନ୍ଧିଥିଲେ। ଶିବନ ସମୟ ପାଇଲେ ବଗିଚାରେ କାମ କରିବାରେ ବିତାନ୍ତି । ସଙ୍ଗୀତ ଶୁଣିବାକୁ ବି ଭଲ ପାଆନ୍ତି। ରାଜେଶ ଖାନାଙ୍କ ଅଭନୀତ ‘ଆରାଧନା’ ତାଙ୍କର ପ୍ରିୟ ଫିଲ୍ମ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri