ଶୁଦ୍ଧିକ୍ରିୟାର ୧୨ ବର୍ଷ ପରେ ଘରକୁ ଫେରିଲେ

ଜିର୍‌ନିଆ : ଜୀବିତ ବ୍ୟକ୍ତିର ଅନ୍ତିମ ସଂସ୍କାରର ସବୁ ବିଧି ସମ୍ପନ୍ନ କରାଯିବା ପରେ ୧୨ ବର୍ଷ ପରେ ବ୍ୟକ୍ତି ପୁଣି ଘରକୁ ଫେରିବା ଘଟଣାରେ ଯେକେହି ବିସ୍ମୟ ପ୍ରକାଶ କରିବା ସ୍ବାଭାବିକ। ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଖର୍‌ଗୋନ ଜିଲାରେ। ଏହିି ଜିଲା ଜିର୍‌ନିଆ ଅଞ୍ଚଳର କାଠିଆବନ୍ଧାନ ଗାଁର ଭୀମ ସିଂ ତାଙ୍କ ଘରକୁ ଫେରିଛନ୍ତି। ମାନସିକ ଭାରସାମ୍ୟ ହରାଇ ଘରୁ ଭୀମ ପଳାଇ ଯିବା ପରେ ଗାଁ ପାଖ ଜିର୍‌ନିଆ ବଜାରରେ ବୁଲୁଥିଲେ । ପରେ ସେ ରାଜସ୍ଥାନକୁ ଚାଲିଯାଇଥିଲେ। କୋଟା ଜିଲାର ମାମୋରି ଗାଁ ନିବାସୀ ବ୍ରଜବୋହନ ମୀନା ନାମକ ଜଣେ କୃଷକ ତାଙ୍କୁ ନେଇ ଆଠ ବର୍ଷ ଯାଏ ନିଜ ପୁଅ ଭଳି ପାଳିଥିଲେ। ଦିନରେ ଭୀମ ଆଦିବାସୀ ଭାଷା ଗୀତରେ ଜିର୍‌ନିଆ ହାଟ ଓ ନିଜ ଗାଁ ନାମ ଉଲ୍ଲେଖ କଲା। ଏହାପରେ ବ୍ରଜମୋହନ ତାହାକୁ ଇଣ୍ଟନେଟ୍‌ରେ ଖୋଜି ସ୍ଥାନୀୟ ସିଇଓ ମହେନ୍ଦ୍ର କୁମାର ଶ୍ରୀବାସ୍ତବଙ୍କୁ ସୂଚନା ଦେଲେ। ତାଙ୍କ ଫଟୋ ମଧ୍ୟ ପଠାଇଥିଲେ। ଶ୍ରୀବାସ୍ତବ ଭୀମ ସିଂଙ୍କ ଗାଁକୁ ଯାଇ ତାଙ୍କ ମା-ବାପାଙ୍କ ସହ ଆଲୋଚନା କରିଥିଲେ। ସେମାନେ ଭୀମ ସିଂଙ୍କ ଫଟୋ ଦେଖି ଚିହ୍ନିଥିଲେ । ଏହାପରେ ତାଙ୍କ ବଡ଼ ଭାଇ ମଦନ ଓ ଦୁଇ ପଞ୍ଚାୟତ ସମ୍ପାଦକ ଯାଇ ଭୀମସିଂଙ୍କୁ ରାଜସ୍ଥାନରୁ ଆଣିଥିଲେ। ପଞ୍ଚାୟତ ସରପଞ୍ଚ ମୀନାଙ୍କୁ ଆମନ୍ତ୍ରଣ କରି ସମ୍ମାନିତ କରିଛନ୍ତି। ଭୀମଙ୍କ ଅନ୍ତିମ ସଂସ୍କାର ବିଧି ଶେଷ କରିଥିଲେ ବି ଭୀମଙ୍କ ମା ଜାନୁବାଈ ପୁଅକୁ ହରାଇବା ଦିନୁ କୌଣସି ଓଷାବ୍ରତ କରିନହାନ୍ତି କି କିଛି ପର୍ବ ପାଳନ କରିନାହାନ୍ତି। ଭୀମଙ୍କୁ ଖୋଜିବା ପାଇଁ ଏକ ଡଜନ ଛେଳି ବିକ୍ରି କରିଦେଇଛନ୍ତି ବୋଲି ତାଙ୍କ ବାପା ଖୁସରିୟା କହିଛନ୍ତି।
ସାରା ଦେଶରେ ଟ୍ରାଫିକ ନିୟମ କଡ଼ାକଡି ହେବା ପରେ ପୋଲିସ ଦ୍ୱାରା ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କରାଯାଉଛି। ଗୋଟିଏ ଗାଡି ଉପରେ ଯେଭଳି ଜରିମାନା ଆଦାୟ କରାଯାଉଛି ତାହା ଚାଳକଙ୍କ ହୋସ୍‌ ଉଡାଇଦେଉଛି। ଏମିତିକ ଜରିମାନା ଅଧ ଲକ୍ଷ ପାଖାପାଖି ବି ହୋଇଯାଉଛି। ଖାଲି ଚାଳକ କାହିଁକି ଖୋଦ ଜରିମାନା ଆଦାୟ କରୁଥିବା ଟ୍ରାଫିକ ପୋଲିସ ବି ଏଥିରେ ପଡ଼ିଗଲେଣି। ଏହା ଜାଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଘଟଣାଟି ପୂରା ସତ। ଧିବର ମାଛ ଧରିବ କ’ଣ ନିଜେ ଜାଲରେ ପଡିଗଲା ଭଳି ଜରିମାନା ଜାଲରେ ପଡିଯାଇଛନ୍ତି ରାଞ୍ଚିର ଟ୍ରାଫିକ ପୋଲିସ ରାକେଶ କୁମାର। ଜରମାନା କେବଳ ସାଧାରଣ ଚାଳକଙ୍କ ପାଇଁ ହୋଇଛି ତାହା ନୁହେଁ ଏହା ମଧ୍ୟ ପୋଲିସଙ୍କ ପାଇଁ ଲାଗୁ କରାଯାଇଛି ରାଞ୍ଚିରେ। ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ଏହା ପ୍ରମାଣ କରିଛନ୍ତି ସେଠାକାର ଟ୍ରାଫିକ ଅଧୀକ୍ଷକ। ରାକେଶଙ୍କ ଉପରେ ଟ୍ରାଫିକ ପୋଲିସ ଅଧୀକ୍ଷକ ଅଜିତ୍‌ ପିଟର ଡୁଙ୍ଗ୍‌ଡୁଙ୍ଗ୍‌ ଏହି ଜରିମାନା କରିଛନ୍ତି। ରାକେଶ ରାତିରେ ତାଙ୍କ ବାଇକ୍‌ରେ ରାଞ୍ଚିର ପ୍ଲାଜା ଚୌକ ଟ୍ରାଫିକ ପୋଷ୍ଟ୍‌ରୁ ମିଶନ ଚୌକକୁ ଯାଉଥିବା ସମୟରେ ଟ୍ରାଫିକ ଅଧୀକ୍ଷକଙ୍କ ହାବୁଡ଼ରେ ପଡିଯାଇଥିଲେ। ଭୁଲ୍‌ଥିଲା,ରାକେଶଙ୍କ ବାଇକ ପଛରେ ବସିଥିବା ଏଏସଆଇ ରାମେଶ୍ୱର ରାୟ ହେଲ୍‌ମେଟ୍‌ ପିନ୍ଧିନଥିଲେ। ଟ୍ରାଫିକ୍‌ ଅଧୀକ୍ଷକ ଦୁଇଜଣଙ୍କୁ ଅଫିସ୍‌କୁ ଡକାଇ ରାକେଶଙ୍କୁ ବାଇକ୍‌ର ସବୁ କାଗଜପତ୍ର ମାଗିଥିଲେ। କିନ୍ତୁ ରାକେଶଙ୍କ ପାଖରେ ନା ଥିଲା ଡ୍ରାଇଭିଂ ଲାଇସେନସ, ନା ଥିଲା ପଲ୍ୟୁସନ୍‌ ସାର୍ଟିଫିକେଟ କି ଇନ୍‌ସ୍ୟୁରାନ୍ସ। ଏଥିପାଇଁ ୧୭ ହଜାର ଟଙ୍କାର ଚାଲାଣ କାଟିଛନ୍ତି। ଯେହେତୁ ରାକେଶ ଜଣେ ଟ୍ରାଫିକ ପୋଲିସ୍‌ ସେଥିପାଇଁ ଏହି ଜରିମାନାକୁ ଦୁଇଗୁଣ କରିଦିଆଯାଇ ୩୪ ହଜାର ଟଙ୍କା ଚାଲାଣ କଟାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri