ଶୁଦ୍ଧିକ୍ରିୟାର ୧୨ ବର୍ଷ ପରେ ଘରକୁ ଫେରିଲେ

ଜିର୍‌ନିଆ : ଜୀବିତ ବ୍ୟକ୍ତିର ଅନ୍ତିମ ସଂସ୍କାରର ସବୁ ବିଧି ସମ୍ପନ୍ନ କରାଯିବା ପରେ ୧୨ ବର୍ଷ ପରେ ବ୍ୟକ୍ତି ପୁଣି ଘରକୁ ଫେରିବା ଘଟଣାରେ ଯେକେହି ବିସ୍ମୟ ପ୍ରକାଶ କରିବା ସ୍ବାଭାବିକ। ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଖର୍‌ଗୋନ ଜିଲାରେ। ଏହିି ଜିଲା ଜିର୍‌ନିଆ ଅଞ୍ଚଳର କାଠିଆବନ୍ଧାନ ଗାଁର ଭୀମ ସିଂ ତାଙ୍କ ଘରକୁ ଫେରିଛନ୍ତି। ମାନସିକ ଭାରସାମ୍ୟ ହରାଇ ଘରୁ ଭୀମ ପଳାଇ ଯିବା ପରେ ଗାଁ ପାଖ ଜିର୍‌ନିଆ ବଜାରରେ ବୁଲୁଥିଲେ । ପରେ ସେ ରାଜସ୍ଥାନକୁ ଚାଲିଯାଇଥିଲେ। କୋଟା ଜିଲାର ମାମୋରି ଗାଁ ନିବାସୀ ବ୍ରଜବୋହନ ମୀନା ନାମକ ଜଣେ କୃଷକ ତାଙ୍କୁ ନେଇ ଆଠ ବର୍ଷ ଯାଏ ନିଜ ପୁଅ ଭଳି ପାଳିଥିଲେ। ଦିନରେ ଭୀମ ଆଦିବାସୀ ଭାଷା ଗୀତରେ ଜିର୍‌ନିଆ ହାଟ ଓ ନିଜ ଗାଁ ନାମ ଉଲ୍ଲେଖ କଲା। ଏହାପରେ ବ୍ରଜମୋହନ ତାହାକୁ ଇଣ୍ଟନେଟ୍‌ରେ ଖୋଜି ସ୍ଥାନୀୟ ସିଇଓ ମହେନ୍ଦ୍ର କୁମାର ଶ୍ରୀବାସ୍ତବଙ୍କୁ ସୂଚନା ଦେଲେ। ତାଙ୍କ ଫଟୋ ମଧ୍ୟ ପଠାଇଥିଲେ। ଶ୍ରୀବାସ୍ତବ ଭୀମ ସିଂଙ୍କ ଗାଁକୁ ଯାଇ ତାଙ୍କ ମା-ବାପାଙ୍କ ସହ ଆଲୋଚନା କରିଥିଲେ। ସେମାନେ ଭୀମ ସିଂଙ୍କ ଫଟୋ ଦେଖି ଚିହ୍ନିଥିଲେ । ଏହାପରେ ତାଙ୍କ ବଡ଼ ଭାଇ ମଦନ ଓ ଦୁଇ ପଞ୍ଚାୟତ ସମ୍ପାଦକ ଯାଇ ଭୀମସିଂଙ୍କୁ ରାଜସ୍ଥାନରୁ ଆଣିଥିଲେ। ପଞ୍ଚାୟତ ସରପଞ୍ଚ ମୀନାଙ୍କୁ ଆମନ୍ତ୍ରଣ କରି ସମ୍ମାନିତ କରିଛନ୍ତି। ଭୀମଙ୍କ ଅନ୍ତିମ ସଂସ୍କାର ବିଧି ଶେଷ କରିଥିଲେ ବି ଭୀମଙ୍କ ମା ଜାନୁବାଈ ପୁଅକୁ ହରାଇବା ଦିନୁ କୌଣସି ଓଷାବ୍ରତ କରିନହାନ୍ତି କି କିଛି ପର୍ବ ପାଳନ କରିନାହାନ୍ତି। ଭୀମଙ୍କୁ ଖୋଜିବା ପାଇଁ ଏକ ଡଜନ ଛେଳି ବିକ୍ରି କରିଦେଇଛନ୍ତି ବୋଲି ତାଙ୍କ ବାପା ଖୁସରିୟା କହିଛନ୍ତି।
ସାରା ଦେଶରେ ଟ୍ରାଫିକ ନିୟମ କଡ଼ାକଡି ହେବା ପରେ ପୋଲିସ ଦ୍ୱାରା ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କରାଯାଉଛି। ଗୋଟିଏ ଗାଡି ଉପରେ ଯେଭଳି ଜରିମାନା ଆଦାୟ କରାଯାଉଛି ତାହା ଚାଳକଙ୍କ ହୋସ୍‌ ଉଡାଇଦେଉଛି। ଏମିତିକ ଜରିମାନା ଅଧ ଲକ୍ଷ ପାଖାପାଖି ବି ହୋଇଯାଉଛି। ଖାଲି ଚାଳକ କାହିଁକି ଖୋଦ ଜରିମାନା ଆଦାୟ କରୁଥିବା ଟ୍ରାଫିକ ପୋଲିସ ବି ଏଥିରେ ପଡ଼ିଗଲେଣି। ଏହା ଜାଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଘଟଣାଟି ପୂରା ସତ। ଧିବର ମାଛ ଧରିବ କ’ଣ ନିଜେ ଜାଲରେ ପଡିଗଲା ଭଳି ଜରିମାନା ଜାଲରେ ପଡିଯାଇଛନ୍ତି ରାଞ୍ଚିର ଟ୍ରାଫିକ ପୋଲିସ ରାକେଶ କୁମାର। ଜରମାନା କେବଳ ସାଧାରଣ ଚାଳକଙ୍କ ପାଇଁ ହୋଇଛି ତାହା ନୁହେଁ ଏହା ମଧ୍ୟ ପୋଲିସଙ୍କ ପାଇଁ ଲାଗୁ କରାଯାଇଛି ରାଞ୍ଚିରେ। ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ଏହା ପ୍ରମାଣ କରିଛନ୍ତି ସେଠାକାର ଟ୍ରାଫିକ ଅଧୀକ୍ଷକ। ରାକେଶଙ୍କ ଉପରେ ଟ୍ରାଫିକ ପୋଲିସ ଅଧୀକ୍ଷକ ଅଜିତ୍‌ ପିଟର ଡୁଙ୍ଗ୍‌ଡୁଙ୍ଗ୍‌ ଏହି ଜରିମାନା କରିଛନ୍ତି। ରାକେଶ ରାତିରେ ତାଙ୍କ ବାଇକ୍‌ରେ ରାଞ୍ଚିର ପ୍ଲାଜା ଚୌକ ଟ୍ରାଫିକ ପୋଷ୍ଟ୍‌ରୁ ମିଶନ ଚୌକକୁ ଯାଉଥିବା ସମୟରେ ଟ୍ରାଫିକ ଅଧୀକ୍ଷକଙ୍କ ହାବୁଡ଼ରେ ପଡିଯାଇଥିଲେ। ଭୁଲ୍‌ଥିଲା,ରାକେଶଙ୍କ ବାଇକ ପଛରେ ବସିଥିବା ଏଏସଆଇ ରାମେଶ୍ୱର ରାୟ ହେଲ୍‌ମେଟ୍‌ ପିନ୍ଧିନଥିଲେ। ଟ୍ରାଫିକ୍‌ ଅଧୀକ୍ଷକ ଦୁଇଜଣଙ୍କୁ ଅଫିସ୍‌କୁ ଡକାଇ ରାକେଶଙ୍କୁ ବାଇକ୍‌ର ସବୁ କାଗଜପତ୍ର ମାଗିଥିଲେ। କିନ୍ତୁ ରାକେଶଙ୍କ ପାଖରେ ନା ଥିଲା ଡ୍ରାଇଭିଂ ଲାଇସେନସ, ନା ଥିଲା ପଲ୍ୟୁସନ୍‌ ସାର୍ଟିଫିକେଟ କି ଇନ୍‌ସ୍ୟୁରାନ୍ସ। ଏଥିପାଇଁ ୧୭ ହଜାର ଟଙ୍କାର ଚାଲାଣ କାଟିଛନ୍ତି। ଯେହେତୁ ରାକେଶ ଜଣେ ଟ୍ରାଫିକ ପୋଲିସ୍‌ ସେଥିପାଇଁ ଏହି ଜରିମାନାକୁ ଦୁଇଗୁଣ କରିଦିଆଯାଇ ୩୪ ହଜାର ଟଙ୍କା ଚାଲାଣ କଟାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ହର୍ମୁଜ ପ୍ରଣାଳୀରେ ଇରାନ ଅଭିମୁଖେ ଯାଉଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଆମେରିକା କଲାଣି ଏମିତି ଦାବି ଚିନ୍ତାରେ ପଡ଼ିଲାଣି ସାରା ବିଶ୍ୱ

ତେହରାନ,୩୧।୫: ଶନିବାର ଆମେରିକା ଚେତାବନୀ ଦେଇଛି ଯେ ଆବଶ୍ୟକ ହେଲେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କହିଛନ୍ତି…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri