ଗରିବ କୃଷକ ପରିବାରରୁ ରକେଟ୍‌ମ୍ୟାନ୍‌ ଶିବନ

ଚନ୍ଦ୍ରୟାନ-୨ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି କ୍ଷଣ ପୂର୍ବରୁ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଏହି ମିଶନକୁ ପୂର୍ଣ୍ଣ ସଫଳତା ମିଳିନଥିଲେ ବି ଭାରତୀୟ ଅନ୍ତରୀକ୍ଷ ଗବେଷଣା ଲାଗି ଏହା ଏକ ବଡ ଉପଲବ୍ଧି ବୋଲି କୁହାଯାଇପାରେ। ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର(ଇସ୍ରୋ)ର ଏହି ମିଶନକୁ ଆଗକୁ ନେବାରେ ମୁଖ୍ୟ ଭୂମିକା ନେଇଥିଲେ ଇସ୍ରୋର ନିର୍ଦ୍ଦେଶକ ଡ. କେ.ଶିବନ। ତାମିଲନାଡୁର ନଟିଲ ଜିଲା ଅନ୍ତର୍ଗତ କନ୍ୟାକୁମାରୀର ସରାକଲ୍ଲବିଲାଇ ଗାଁରେ ୧୪ ଏପ୍ରିଲ,୧୯୫୭ରେ ଏକ କୃଷକ ପରିବାରରେ କେ. ଶିବନଙ୍କ ଜନ୍ମ। ବାପା କୈଳାସବଡିବୁ ଓ ମା ଚେଲ୍ଲମଙ୍କ ପୁଅ ଶିବନଙ୍କ ବାଲ୍ୟଶିକ୍ଷା ସରକାରୀ ସ୍କୁଲରେ ଶେଷ ହୋଇଥିଲା। ଚାଷ କରିବା ପାଇଁ ମଜୁରିଆ ଲଗାଇବା ତାଙ୍କ ପରିବାର ପକ୍ଷରେ ସମ୍ଭବ ନଥିବାରୁ ଶିବନ ପଢିବା ସମୟରେ ଭାଇ ଓ ଭଉଣୀଙ୍କ ସହ ତାଙ୍କ ବିଲରେ କାମ କରୁଥିଲେ। ସେ ଭଲ ପଢୁଥିବାରୁ ତାଙ୍କ ପରିବାର ଲୋକମାନେ ତାଙ୍କୁ ପଢ଼ିବାର ସୁଯୋଗ ଦେଲେ। ଆର୍ଥିକ ଅଭାବ ଓ ଜୀବନର ଦୁଃଖଦ ମୁହୂର୍ତ୍ତକୁ ସାମ୍‌ନା କରି ଶିବନ ନାଗେରକୋୟଲର ଏସ୍‌ଟି ହିନ୍ଦୁ କଲେଜରେ ବିଏସ୍‌ସି (ଗଣିତ)ପଢିଲେ। ପୂରା ୧୦୦ ପ୍ରତିଶତ ମାର୍କ ରଖି ସ୍ନାତକ ଶେଷ କରିବା ପରେ ତାଙ୍କ ବାପା ପୁଣି ତାଙ୍କୁ ପଢାଇବାକୁ ଚାହିଁଲେ। ସେ ଥିଲେ ତାଙ୍କ ପରିବାରର ପ୍ରଥମ ଗ୍ରାଜୁଏଟ୍‌। ଶିବନ ୧୯୮୦ରେ ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି(ଏମ୍‌ଆଇଟି)ରେ ନାମ ଲେଖାଇ ଏରୋନଟିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଇଣ୍ଡିିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରେ (ଆଇଆଇଏସ୍‌ସି) ଇଞ୍ଜିନିୟରିଂରେ ସ୍ନାକୋତ୍ତର କଲେ। ୨୦୦୬ରେ ଆଇଆଇଟି ବମ୍ବେରୁ ଏରୋସ୍ପେସ ଇଞ୍ଜିନିୟରିଂରେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ।
ଏମ୍‌ଆଇଟିରେ ଏରୋନଟିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଶିବନ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ସହ ଯୋଡି ହୋଇଥିଲେ। ସେହି ସମୟରେ ସେ ପୋଲାର ସାଟେଲାଇଟ୍‌ ଲଞ୍ଚ ଭେହିକିଲ(ପିଏସ୍‌ଏଲ୍‌ଭି) ପରିଯୋଜନାରେ ବି କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ଇସ୍ରୋ ତାଙ୍କୁ ବିଭିନ୍ନ ଅଭିଯାନରେ କାମ କରିବାର ସୁଯୋଗ ଦେଇଥିଲା। ସେ ୨୦୧୧ରେ ପିଏସ୍‌ଏଲ୍‌ଭି ପରିଯୋଜନାର ନିର୍ଦ୍ଦେଶକ ହୋଇଥିଲେ। ଏହାପରେ ୨୦୧୪ରେ ଲିକ୍ୱଡ଼ ପ୍ରପଲ୍‌ଶନ ସିଷ୍ଟମ୍‌ ସେଣ୍ଟରର ନିର୍ଦ୍ଦେଶକ ହୋଇଥିଲେ। ଏହାପରେ ୨୦୧୫ରେ ବିକ୍ରମ୍‌ ସରାଭାଇ ସ୍ପେସ୍‌ ସେଣ୍ଟର(ବିଏସ୍‌ଏସ୍‌ସି)ର ନିର୍ଦ୍ଦେଶକ ହେବା ପରେ ୨୦୧୮ରୁ ଇସ୍ରୋର ନିର୍ଦ୍ଦେଶକ ପଦ ସମ୍ଭାଳୁଛନ୍ତି। ଏହି ପଦ ସମ୍ଭାଳିବା ପୂର୍ବରୁ ସେ ବିକ୍ରମ୍‌ ସରାଭାଇ ସ୍ପେସ୍‌ ସେଣ୍ଟର୍‌ର ନିର୍ଦ୍ଦେଶକ ଥିବା ସମୟରେ ସାଇକୋଜେନିକ ଇଞ୍ଜିନ,ପିଏସ୍‌ଏଲ୍‌ଭି,ଜିଏସ୍‌ଏଲ୍‌ଭି ଓ ରିୟୁଜେବଲ ଲଞ୍ଚ ଭେହିକିଲ କାର୍ଯ୍ୟକ୍ରମରେ ତାଙ୍କ ଯୋଗଦାନକୁ ଲକ୍ଷ୍ୟ କରି ତାଙ୍କୁ ରକେଟ୍‌ମ୍ୟାନ ଆଖ୍ୟା ଦିଆଯାଇଛି। ୨୦୧୭ରେ ଭାରତ ମହାକାଶକୁ ଏକାଥରକେ ୧୦୪ଟି ଉପଗ୍ରହ ପ୍ରେରଣ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୧୫, ଜୁଲାଇ୨୦୧୯ରେ ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣରେ କିଛି ତ୍ରୁଟି ଦେଖାଦେବା ପରେ ତାହାକୁ ଶିବନ ଓ ସାଥୀ ବୈଜ୍ଞାନିକମାନେ ୨୪ ଘଣ୍ଟା ମଧ୍ୟରେ ଠିକ୍‌ କରିଦେଇଥିଲେ ।
ଶିବନଙ୍କ ପିଲାଦିନ ଏତେ ଅଭାବ ଭିତରେ କଟୁଥିଲା ଯେ, ଚପଲ ପିନ୍ଧବାକୁ ପାଉନଥିଲେ। ଖାଲି ପାଦରେ ସ୍କୁଲକୁ ଯାଉଥିଲେ। ଫୁଲ୍‌ପ୍ୟାଣ୍ଟ ପିନ୍ଧିବା କଲେଜରେ ସାତ ସପନ ଥିଲା। ଧୋତି ବିନ୍ଧି ସେ କଲେଜ ଯାଉଥିଲେ। କିନ୍ତୁ ଏମ୍‌ଆଇଟି ଯିବା ପରେ ପ୍ରଥମେ ପ୍ୟାଣ୍ଟ ପିନ୍ଧିଥିଲେ। ଶିବନ ସମୟ ପାଇଲେ ବଗିଚାରେ କାମ କରିବାରେ ବିତାନ୍ତି । ସଙ୍ଗୀତ ଶୁଣିବାକୁ ବି ଭଲ ପାଆନ୍ତି। ରାଜେଶ ଖାନାଙ୍କ ଅଭନୀତ ‘ଆରାଧନା’ ତାଙ୍କର ପ୍ରିୟ ଫିଲ୍ମ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri