Categories: କଟକ

ଗରିବଙ୍କୁ ରାଶନ ସାମଗ୍ରୀ ବାଣ୍ଟିଲେ ଅରିନ୍ଦମ

କଟକ ଅଫିସ,୩୦।୪: କରୋନାକୁ ନେଇ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଗରିବ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଚଳଚ୍ଚିତ୍ର ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ। କଟକ ମହାନଗର ନିଗମ (ସିଏମ୍‌ସି) ଅନ୍ତର୍ଗତ ୧୯ ନଂ ୱାର୍ଡରେ ରହୁଥିବା ପ୍ରାୟ ୨୫୦ ଅସହାୟ ପରିବାରକୁ ଅରିନ୍ଦମ୍‌ ରାଶନ ସାମଗ୍ରୀ ପ୍ରଦାନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସେକ୍‌ ଗୋରା, ଅବଦୁର୍‌ ରେହମାନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ସବୁ ଲୋକ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବା ସହ ସୁରକ୍ଷିତ ଭାବେ ଘରେ ରହିବାକୁ ସେ ଅନୁରୋଧ କରିଛନ୍ତି। ସେହିପରି ନିଜ ସକ୍ଷମତା ଅନୁସାରେ ସମସ୍ତେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇବାକୁ ସେ ନିବେଦନ କରିଛନ୍ତି।