ଗମନାଗମନରେ ଦାଉ ସାଧୁଛେ କାଦୋ ରାସ୍‌ତା:ଅଂଚଲବାସୀକଁର ଦାବି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

କଲମପୁର,୩୧। ୭ (ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିନୁ ସହର ତକ୍‌ ଗମନାଗମନ ସୁବିଧା ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଆଏଜ୍‌ ବି ଅନେକ ଗଁାଗଁଡ଼ାକେ ଫିଦିନଅଁା ରାସ୍‌ତା ଖଁଡ଼େ ନଁାଇଁନ। ଆରକେତେ ଗଁାରେ ଥିବାର ରାସ୍‌ତାଘାଟ ମରାମତି ଅଭାବୁ ଲୁକ୍‌କର ଲାଗି ମରନ୍‌ଯଁତା ପାଲଟୁଛେ। ଏନ୍‌ତା ଗୁଟେ ଅବହେଲିତ ରାସ୍‌ତା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ ମିନଗୁର ପଁଚେତ୍‌ରେ।
ସୂଚନା ଅନ୍‌ସାରେ ମିନଗୁର ପଁଚେତ୍‌ ଭଇଁରିଠାନୁ ଧନପୁର ହାଇସ୍କୁଲ ତକ୍‌ ଯାଇଥିବାର ରାସ୍‌ତାର ଅବସ୍‌ତା ବହୁତ ଖରାପ ଅଛେ। ରାସ୍‌ତାଟା ଅଂଚଲର ଗୁଟେ ମୁଖିଆ ରାସ୍‌ତା ଆଏ। ଫିଦିନ ଇ ରାସ୍‌ତା ଦେଇ ଭଇଁରି, ମାନପଡ଼ା, ଭିରକାପଡ଼ା, ମିନଗୁର, ସର୍ଗିପଡ଼ା, ସିସୋପଡ଼ା, ଧନପୁର, ଭେଲାଗଁାର ଶତାଧିକ୍‌ ଛାତ୍ରୀଛାତ୍ର ସ୍କୁଲକେ ଯାଆସ କରୁଛନ୍‌। ହେଲେ ମରାମତି, ଦେଖ୍‌ଭାଲ ଅଭାବୁ ଇ ରାସ୍‌ତାଟା ଏହେଦେ କାଦୋ ସରସର ହେଇଯାଇଛେ। ଫିଦିନ ଶହ ଶହ ଲୋକ୍‌ ଇ କାଦୋ ପଚ୍‌ପଚ୍‌ ରାସ୍‌ତାରେ ଗଲାଆଏଲା ବେଲେ ବଡ଼ଭାରି ସମସିଆର ସାମନା କରୁଛନ୍‌। ସେନ୍‌ତା ଶିଶୋପଡ଼ାର ଆରଡି ରାସ୍‌ତା, ଭଇଁରିନୁ ମାନପଡ଼ା ରାସ୍‌ତା ଆର ଭଇଁରିନୁ ଗୁନଗୁନିଆ ରାସ୍‌ତାର ଅବସ୍‌ତା ବି ନିହାତି ଖରାପ ଅବସ୍‌ତାରେ ରହିଛେ। ଇ ରାସ୍‌ତାରେ ବଡ଼ ବଡ଼ ଖାଲ ରହିଥିଲାବେଲେ ଖାଲମାନକେ ବରଷା ପାଏନ୍‌ ଭରି ରାସ୍‌ତାଟା ସମାନ ଦିଶୁଛେ। ହେଲେ ଲୋକ୍‌ ଗାଡ଼ିମଟର, ସାଇକେଲରେ ଗଲାଆଏଲା ବେଲେ ହିଟିହାବଡ଼ି ପଡ଼ି ଖଁଡ଼ିଆଡଁଡ଼ିଆ ହେଉଛନ୍‌। ଇ ଭଇଁରିନୁ ଗୁନଗୁନିଆ ରାସ୍‌ତାଟା ମୋଟେର ଜୟପାଟଣାର ମୁଖିଆ ରାସ୍‌ତା ସଂଗେ ଯୁଡ଼ି ହେଇଛେ। ହେଲେ ମରାମତି ଅଭାବୁ ବହୁତ୍‌ ଦିନ ହେଲା ଇ ରାସ୍‌ତା ଲୁକ୍‌କର ଲାଗି ମରନ୍‌ଯଁତା ପାଲଟିଛେ। ଇ ରାସ୍‌ତା ଦେଇ ଅଂଲବାସୀ କଲମପୁର ବ୍ଲକ, ଡାକ୍‌ତରଖାନା, ତହସିଲ, ବ୍ୟାଙ୍କ ଆର ଉନିଆ ସରକାରୀ ଦପ୍‌ତରମାନକୁ ଯିବାର ଆଏବାର କରୁଛନ୍‌। ସେନ୍‌ତା ଇ ସବୁ ରାସ୍‌ତା କଲମପୁର ଆର ଜୟପାଟଣା ବ୍ଲକକେ ସଂଯୋଗ କରୁଛେ। ସେନ୍‌ଥିରଲାଗି ଅଂଚଲବାସୀ ଇ ରାସ୍‌ତାକେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରବାକେ ଦାବି କରିଛନ୍‌। ଇ ବାବ୍‌ଦେ ମିନଗୁର ସରପଁଚ୍‌ ହରିପ୍ରିୟା ରଣାକୁଁ ପଚରାଲାରୁ ଆମେ ୨୦୧୮-୧୯ ଏକ୍ସନପ୍ଲାନରେ ଇ ସବୁ ରାସ୍‌ତାର ମରାମତି ଲାଗି ପଁଚେତ୍‌ ସମିତିକେ ଜନେଇ ଦେଇଛୁଁ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ କଲମପୁର ବିଡିଓ ହେମସାଗର ଭୋଇକୁଁ ପଚରାଲାରୁ ଇ ରାସ୍‌ତାମାନ ବୁଲି ଦେଖ୍‌ଲା ଉତାରୁ ଯେତେ ଜଲଦି ହେବା ମରାମତି ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ...

କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri