Posted inଖେଳ

ଗତ ଦଶନ୍ଧିରେ ଭାରତୀୟ ଫୁଟବଲ ଉନ୍ନତି କରିଛି: ଛେତ୍ରୀ

ନୂଆଦିଲ୍ଲୀ, ୩୧।୭(ପି.ଟି.)- ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଫୁଟବଲର ଉନ୍ନତି ହୋଇଛି ବୋଲି ତାରକା ଫୁଟବଲର ସୁନୀଲ ଛେତ୍ରୀ କହିଛନ୍ତି। ତେବେ ଅନ୍ୟ ଶକ୍ତିଶାଳୀ ଏସୀୟ ଦେଶ ତୁଳନାରେ ଭାରତ ପଛରେ ରହିଛି। ଖାସ୍‌ କରି ତୃଣମୂଳ ସ୍ତରରେ ଓ ପ୍ରତିଭା ଅନ୍ବେଷଣ ଓ ବିକାଶରେ ଭାରତ ଏବେ ବି ବହୁତ ପଛରେ ପଡିଛି ବୋଲି ସେ କହିଛନ୍ତି। ଏହି ଏସୀୟ ପାଓ୍ବାରହାଉସ୍‌ ତଥା ଦେଶଗୁଡିକ ସହ ଭାରତର ବ୍ୟବଧାନ କମ୍‌ କରିବାକୁ କାର୍ଯ୍ୟକରିବାର ଆବଶ୍ୟକତା ରହିଛି। ଏସିଆର ଶ୍ରେଷ୍ଠ ୧୦ଟି ଦେଶଗୁଡିକ ମଧ୍ୟରେ ଭାରତ ସାମିଲ ହେବା ନିହାତି ଜରୁରୀ ବୋଲି ସେ କହିଛନ୍ତି। ଟପ୍‌ ୧୦ରେ ସାମିଲ ହେବା ଏବେ ମଧ୍ୟ ଭାରତ ପାଇଁ ଏକ ବଡ଼ ସ୍ବପ୍ନ ସଦୃଶ ହୋଇଛି। ଆମର ଯେତେ ଉନ୍ନତି ହେଉଥିଲେ ମଧ୍ୟ ଏହି ଦେଶଗୁଡିକ ତୁଳନାରେ ନଗନ୍ୟ ମନେହେଉଛି। ତେବେ ଭାରତ ଠିକ୍‌ ଦିଗରେ ଅଗ୍ରଗତି କରୁଛି ବୋଲି ଛେତ୍ରୀ କହିଛନ୍ତି।
ପ୍ରତିଭା ଚିହ୍ନଟରେ ଆମେ ଏବେ ବି ଆଶାନୁରୂପ କାର୍ଯ୍ୟ କରିପାରିନାହୁଁ। ଭିତ୍ତିଭୂମୀ ବିକାଶରେ ମଧ୍ୟ ଆମେ ପଛରେ ପଡିଛୁ। ଏବେ ବି ବହୁତ ଦୂର ଯିବାକୁ ବାକି ଅଛି। ଏତିକିରେ ସନ୍ତୁଷ୍ଟ ହେଲେ ଚଳିବ ନାହିଁ। ଆହୁରି କଠିନ ପରିଶ୍ରମ କରିବାକୁ ପଡିବ। ଆମ ଦେଶରେ ଲୋକସଂଖ୍ୟା ୧୩୦ କୋଟି ହୋଇଥିବାରୁ ପ୍ରତିଭା ନିଶ୍ଚିତ ରହିଛି। କେବଳ ଚିହ୍ନଟ ଓ ବିକାଶ କରିବାର ଆବଶ୍ୟକତା ରହିଛି। ଭାରତୀୟ ୧୭ ବର୍ଷରୁ କମ୍‌ ଦଳର ଅଧିନାୟକ ଅମରଜିତ ସିଂ ଓ ନରିନ୍ଦର ଗାହଲଟ ଜାତୀୟ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ଏହି ଦୁଇ ଖେଳାଳି ଉଦାହରଣ ସୃଷ୍ଟି କରିଛନ୍ତି ଓ ଦେଶ ପାଇଁ ଆଶା ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି। ୩୪ ବର୍ଷୀୟ ଛେତ୍ରୀ ଏପର୍ଯ୍ୟନ୍ତ ଭାରତ ପାଇଁ ୧୧୧ଟି ମ୍ୟାଚ୍‌ ଖେଳି ୭୧ଟି ଗୋଲ ସ୍କୋର କରିଛନ୍ତି। ନୂଆ କୋଚ୍‌ ଆଇଗର ଷ୍ଟିମକ୍‌ କାର୍ଯ୍ୟଶୈଳୀକୁ ସେ ପ୍ରଶଂସା କରିଛନ୍ତି। ୧୯୯୮ ଫିଫା ବିଶ୍ୱକପ୍‌ରେ ତୃତୀୟ ସ୍ଥାନ ଅଧିକାର କରିଥିବା କ୍ରୋଏସିଆ ଦଳର ସଦସ୍ୟ ଥିଲେ ଷ୍ଟିମାକ୍‌। ଆଘାତ ସମସ୍ୟା କାରଣରୁ ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଭଲ ପ୍ରଦର୍ଶନ କରିପାରି ନ ଥିଲା ବୋଲି ସେ କହିଛନ୍ତି। ୨୦୨୨ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତ ଏକ ମଜାଦାର ତଥା ରୋଚକ ଗ୍ରୁପ୍‌ରେ ସାମିଲ ହୋଇଛି। ତେବେ ଏଥିରେ ଭାରତକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତ ପରୀକ୍ଷାର ସମ୍ମୁଖୀନ ହେବ। ଘରୋଇ ପରିବେଶରେ ଓମାନ ଓ ପରେ ଆଓ୍ବେ ମ୍ୟାଚ୍‌ରେ ଭାରତ କାତାରକୁ ଭେଟିବ। ସବୁ ଖେଳାଳି ଇଞ୍ଜୁରି ଫ୍ରି ଥିବାରୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଛେତ୍ରୀ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri