ଗଣ୍ଠି ସମସ୍ୟାର ପ୍ରାକୃତିକ ଉପଚାର

”ବୃଦ୍ଧାବସ୍ଥାରେ ବା ବୟସ ବଢ଼ିବା ସଙ୍ଗେ ସଙ୍ଗେ ହାଡ଼ରେ କିମ୍ବା ଗଣ୍ଠିଗୁଡ଼ିକରେ ଅଧିକ ସମସ୍ୟା ଦେଖାଯାଏ ଏବଂ ଦରଜ ଓ ବିନ୍ଧାବିନ୍ଧି ଗମ୍ଭୀର ହୋଇଥାଏ। ସନ୍ଧିବାତ ବୃଦ୍ଧାବସ୍ଥାରେ ସାମାନ୍ୟ ସମସ୍ୟା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅସ୍ଥି ସନ୍ଧିଗୁଡ଼ିକରେ ଘର୍ଷଣ ହୋଇ ଅସ୍ଥି କ୍ଷୟ ଏବଂ ଏହି ଘର୍ଷଣରେ ସାହାଯ୍ୟ କରୁଥିବା ତରଳ ପଦାର୍ଥ ଧୀରେ ଧୀରେ କମ୍‌ ହୋଇ ଫଳସ୍ବରୂପ ସନ୍ଧିଗୁଡ଼ିକୁ ଶୁଷ୍କ କରି ଦେଇଥାଏ। ପରିଣାମ ସ୍ବରୂପ ଚଲାବୁଲା କଲେ କଷ୍ଟ ହୁଏ ଏବଂ ସାମାନ୍ୟ ଦିନଚର୍ଯ୍ୟାରେ ଏହାର ଗତିବିଧି ଉପରେ ବାଧା ଉତ୍ପନ୍ନ ହୁଏ।“

ଅଗ୍ନି, ଜଳ, ଗଗନ, ସମୀର-ଏହି ପଞ୍ଚତତ୍ତ୍ୱରେ ଶରୀର ତିଆରି ହୋଇଛି। ପ୍ରକୃତିର ଏହି ପଞ୍ଚତତ୍ତ୍ୱର ପ୍ରୟୋଗ ଦ୍ୱାରା କରାଯାଉଥିବା ଚିକିତ୍ସାକୁ ପ୍ରାକୃତିକ ଚିକିତ୍ସା କୁହାଯାଏ। ପୃଥିବୀ ତତ୍ତ୍ୱରୁ ଉତ୍ପନ୍ନ ମାଟି, ଅଗ୍ନି/ତାପ ବା ସୂର୍ଯ୍ୟକିରଣର ଚିକିତ୍ସା, ଜଳ ତତ୍ତ୍ୱ ଦ୍ୱାରା ଜଳ ଚିକିତ୍ସା, ଗଗନ ତଥା ସମୀର ଦ୍ୱାରା ଆହାର ବିହାର ଚିକିତ୍ସାକୁ ପ୍ରାକୃତିକ ଚିକିତ୍ସା କୁହାଯାଏ। ପ୍ରାକୃତିକ ଉପଚାର ନିରାପଦ ହୋଇଥାଏ ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥାଏ। ଗଣ୍ଠି ବିନ୍ଧିବା ବା ଦରଜ ହେବା ବୃଦ୍ଧାବସ୍ଥାରେ ଏକ ସାଧାରଣ ସମସ୍ୟା, ଠିକ୍‌ ଯେମିତି ବୃଦ୍ଧାବସ୍ଥା ଆମ ଜୀବନର ଏକ ନିଶ୍ଚିତ ଭାଗ । ବୃଦ୍ଧମାନଙ୍କୁ ସବୁବେଳେ ଗଣ୍ଠି ପୀଡ଼ା ବିଷାଦଗ୍ରସ୍ତ କରାଏ। ଏହା ଛୋଟ ଗଣ୍ଠି ହୋଇପାରେ ବଡ଼ ଗଣ୍ଠି ବି ହୋଇପାରେ। ଚିକିତ୍ସା ଦୃଷ୍ଟିରୁ ଯଦି ଦେଖାଯାଏ ତେବେ ଗଣ୍ଠିପୀଡ଼ାର କେତେକ କାରଣ ହୋଇପାରେ। ଏହା ସନ୍ଧିବାତ, ଆମବାତ, ଗଣ୍ଠିବାତ, ଗଠିୟା ହୋଇଥାଏ। ଆୟୁର୍ବେଦ ଅନୁସାରେ ବୃଦ୍ଧାବସ୍ଥାରେ ବାତ ପ୍ରାଧାନ୍ୟ ହୋଇଥାଏ ତଥା ହାଡ଼ ଏବଂ ଏହାର ଅନ୍ୟାନ୍ୟ ସନ୍ଧିରେ ବାତର ସଞ୍ଚରଣ ବିଶେଷ ସ୍ଥାନ ନେଇଥାଏ। ବୃଦ୍ଧାବସ୍ଥାରେ ବା ବୟସ ବଢ଼ିବା ସଙ୍ଗେ ସଙ୍ଗେ ହାଡ଼ରେ କିମ୍ବା ଗଣ୍ଠଗୁଡ଼ିକରେ ଅଧିକ ସମସ୍ୟା ଦେଖାଯାଏ ଏବଂ ଦରଜ ଓ ବିନ୍ଧାବିନ୍ଧି ଗମ୍ଭୀର ହୋଇଥାଏ। ସନ୍ଧିବାତ ବୃଦ୍ଧାବସ୍ଥାରେ ସାମାନ୍ୟ ସମସ୍ୟା। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅସ୍ଥି ସନ୍ଧିଗୁଡ଼ିକରେ ଘର୍ଷଣ ହୋଇ ଅସ୍ଥି କ୍ଷୟ ଏବଂ ଏହି ଘର୍ଷଣରେ ସାହାଯ୍ୟ କରୁଥିବା ତରଳ ପଦାର୍ଥ ଧୀରେ ଧୀରେ କମ୍‌ ହୋଇ ଫଳସ୍ବରୂପ ସନ୍ଧିଗୁଡ଼ିକୁ ଶୁଷ୍କ କରି ଦେଇଥାଏ। ପରିଣାମ ସ୍ବରୂପ ଚଲାବୁଲା କଲେ କଷ୍ଟ ହୁଏ ଏବଂ ସାମାନ୍ୟ ଦିନଚର୍ଯ୍ୟାରେ ଏହାର ଗତିବିଧି ଉପରେ ବାଧା ଉତ୍ପନ୍ନ ହୁଏ। ଗଣ୍ଠି ପୀଡ଼ା ଏବଂ ଦରଦ ନିବାରଣ ଏବଂ ନିୟନ୍ତ୍ରଣ ହେତୁ ନିମ୍ନବର୍ଣ୍ଣିତ ପ୍ରାକୃତିକ ଉପାୟକୁ ସଫଳତା ପୂର୍ବକ ପ୍ରୟୋଗ କରାଯାଇଥାଏ।
ଆହାର ବ୍ୟବସ୍ଥା: ପୌଷ୍ଟିକ ଏବଂ ସନ୍ତୁଳିତ ଆହାର ପ୍ରତ୍ୟେକ ବ୍ୟକ୍ତି ପାଇଁ ମହତ୍ତ୍ୱପୂର୍ଣ୍ଣ । ବିଶେଷତଃ ଯେତେବେଳେ ଶରୀର ରୋଗଗ୍ରସ୍ତ ତଥା ଅନାବଶ୍ୟକ ରୂପେ ପୀଡ଼ିତ ହୋଇଥାଏ ଏବଂ ଗଣ୍ଠି ପୀଡ଼ା ବଢ଼ି ବଢ଼ି ଚାଲିଥାଏ ସେତେବେଳେ ଦିନଚର୍ଯ୍ୟା ତଥା ଅନ୍ୟ ଗତିବିଧି ଉପରେ ଅନେକ ପ୍ରଭାବ ପଡ଼ିଥାଏ। ଯଦି ପ୍ରାରମ୍ଭରୁ ଆପଣ ନିଜ ଆହାର ବ୍ୟବହାର ପ୍ରତି ଧ୍ୟାନ ଦେଇଥାନ୍ତି ସେମାନେ ଏ ପ୍ରକାର ସ୍ଥିତିରୁ ଉତ୍ପନ୍ନ କଷ୍ଟରୁ ମୁକ୍ତି ପାଇଥାନ୍ତି। ଜଣେ ବ୍ୟକ୍ତି ସବୁବେଳେ ଭିନ୍ନ ଭିନ୍ନ ଆହାର ଗ୍ରହଣ କରିବା ଦରକାର। ଅର୍ଥାତ୍‌ ଭିନ୍ନ ଭିନ୍ନ ଚାଉଳ, ଭିନ୍ନ ଭିନ୍ନ ଡାଲି, ଭିନ୍ନ ଭିନ୍ନ ପରିବାର ପ୍ରୟୋଗ ଶରୀର ତତ୍ତ୍ୱକୁ ଭରପୂର ରଖିବାକୁ ଚେଷ୍ଟ କରିଥାଏ। ମାଂସ, ମାଛ, ଅଣ୍ଡା ଓ ଦୁଗ୍ଧ ଜାତୀୟ ଖାଦ୍ୟ ଅପେକ୍ଷାକୃତ କମ୍‌ କରିବା ଉଚିତ। ଯଦି ଆମବାତ ତେବେ ଚାଉଳ, ଦହି, ମାଖନ, ମଲାଇ ଆଦି କଫ୍‌ବର୍ଦ୍ଧକ ଖାଦ୍ୟ କମ୍‌ ଖାଇବା ଉଚିତ, ଯେତେ ସମ୍ଭବ ତ୍ୟାଗ କଲେ ଭଲ। ମାଛରେ ଓମେଗା-୩ ଯାହା ଫାଟି ଏସିଡ୍‌ରେ ଭରି ରହିଥାଏ ତାକୁ ଖାଇଲେ ସନ୍ଧିରେ ଥିବା ଫୁଲା କମ୍‌ ହୁଏ। ତେଣୁ ସପ୍ତାହକୁ ଦୁଇ ଥର ମାଛ ଖାଇପାରିବ। ପ୍ରତ୍ୟେକ ଦିନ ସେଓ ଖାଇବା ଉଚିତ। ସେଓରେ ଖଣିଜତତ୍ତ୍ୱ ଅତ୍ୟଧିକ ମାତ୍ରାରେ ମିଳିଥାଏ, ଯାହା ଅସ୍ଥି ଏବଂ ଗଣ୍ଠଗୁଡ଼ିକୁ ସୁସ୍ଥ ରଖିଥାଏ ଏବଂ ସୁସ୍ଥ ରଖିବା ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରତ୍ୟେକ ଦିନ ସେଓ ଖାଇଲେ କ୍ୟାଲସିୟମ କ୍ରିୟାଶୀଳତାରେ ଏହା ସହାୟକ ହୋଇଥାଏ। ଦେଖାଯାଏ ଯେ ଯେଉଁ ଶରୀରରେ ୧ ମି.ଗ୍ରା.ରୁ କମ୍‌ ବୋରୋନ୍‌ ଥାଏ ସେ ସନ୍ଧିବାତର କଷ୍ଟ ଅଧିକ ପାଇଥାଏ। ତେଣୁ ପ୍ରତ୍ୟେକ ଦିନ ସେଓ ଖାଇଲେ ସେଥିରୁ ମୁକ୍ତି ମିଳେ। ସେଓକୁ ଛାଡ଼ିଲେ ବ୍ରୋକୋଲି, ଶାଗ, ନାସ୍‌ପାତି, ଅଙ୍ଗୁର ଓ ଡାଲିରୁ ମଧ୍ୟ ବୋରୋନ୍‌ ମିଳିଥାଏ। ଗାଜରରୁ ଫସ୍‌ଫରସ୍‌ ପ୍ରଚୁର ମାତ୍ରାରେ ମିଳିଥାଏ ଏବଂ କ୍ୟାଲ୍‌ସିୟମକୁ କାର୍ଯ୍ୟକାରୀ କରାଇଥାଏ। ଖଟା ଫଳ ଖାଇଲେ ରକ୍ତବାହିନୀଗୁଡ଼ିକ ସତେଜ ରହିଥାନ୍ତି। ଏହାଦ୍ୱାରା ଯଦି ଫୁଲା ଥାଏ ତାହା କମି ସନ୍ଧିଗୁଡ଼ିକରେ ଦୃଢ଼ତା ଆସିଥାଏ। ରସୁଣ ଆମବାତ, ଗଣ୍ଠିଫୁଲା ବିନ୍ଧାବିନ୍ଧି ପାଇଁ ବହୁ ଉପକାରୀ। ଏହା ଭଲ ଭାବରେ ପାଚନ କରାଇଥାଏ, ତେଣୁ ଗଣ୍ଠିବାତରୁ ଆମକୁ ଆରାମ ମିଳେ। ନିୟମିତ ଅମୃତଭଣ୍ଡା ସେବନ ଦ୍ୱାରା ପାଚନ ଶକ୍ତି ସୁଦୃଢ଼ ହେବା ସହ ଭିଟାମିନ୍‌ର ମହତ୍ତ୍ୱପୂର୍ଣ୍ଣ ସ୍ରୋତ ସୁନିଶ୍ଚିତ ହୋଇଥାଏ। ଅନାର/ବେଦନା/ଡାଳିମ୍ବ ଶରୀରର ରକ୍ତିବାହିନୀକୁ ମଜଭୁତ କରିଥାଏ। ଗହମ, ଯଅ, ବାଜରା ଆଦି ଭିଟାମିନ୍‌ ‘ବି’ ମଧ୍ୟ ମୁଖ୍ୟସ୍ରୋତ ।
ବିହାର ବ୍ୟବସ୍ଥା: ନିୟମିତ ଶାରୀରିକ ବ୍ୟାୟାମ ଗଣ୍ଠିଗୁଡ଼ିକୁ ମଜଭୁତ କରିବା ସହ କାର୍ଯ୍ୟଦକ୍ଷତା ବଢ଼ାଇଥାଏ। ପ୍ରତିଦିନ ବ୍ୟାୟାମ କଲେ ଶରୀର ଭାର ନିୟନ୍ତ୍ରଣ ହୋଇଥାଏ। ନିୟମିତ ବ୍ୟାୟାମ ଦ୍ୱାରା ଗଣ୍ଠିଗୁଡ଼ିକର ଗତିବିଧି ବଢ଼ିଥାଏ ଏବଂ ପୀଡ଼ାରୁ ଆରାମ ମିଳେ। ମାଲିସ କରିବା ଦ୍ୱାରା ଗଣ୍ଠିବାତରୁ ମଧ୍ୟ ଆରାମ ମିଳେ। ସୋରିଷ ତେଲ, ଏରଣ୍ଡ ତୈଳର ପ୍ରୟୋଗରୁ ବହୁତ ଆରାମ ମିଳେ। ମାଲିସ ବିଭିନ୍ନ ପ୍ରକାର ଅଛି, ରଗଡ଼ି ରଗଡ଼ି ମାଲିସ୍‌ କରିବା, ଥପ୍‌ଥପାକରି ମାଲିସ କରିବା, ମୁଠିବନେଇ ମାଲିସ କରିବା ଆବଶ୍ୟକ ଅନୁଯାୟୀ ବ୍ୟବହାର କରାଯାଇଥାଏ।
ଜଳ ଚିକିତ୍ସା: ଜଳ ଚିକିତ୍ସା ଥଣ୍ଡା ଓ ଗରମ ପାଣିକୁ ନେଇ କରାଯାଇଥାଏ। ଗରମ ବାଷ୍ପ କିମ୍ବା ବରଫ ଦ୍ୱାରା ସେକ ଦେଇ ତ୍ୱଚାକୁ ସତେଜ କରି ପୁନଃ ଶକ୍ତି ସ୍ଥାପନ କରାଯାଏ। ପ୍ରାକୃତିକ ଚିକିତ୍ସାରେ ଜଳ ଚିକିତ୍ସା ଏକ ମୁଖ୍ୟ ଆଧାର। ଜଳ ଚିକିତ୍ସା ବାହ୍ୟ ଓ ଆଭ୍ୟନ୍ତର ଉଭୟ ଭାବରେ କରାଯାଇଥାଏ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗଣ୍ଠି ପୀଡ଼ାରେ ମାଟିର ଲେପ, ବାଲିର ସେକ ଇତ୍ୟାଦି ପ୍ରୟୋଗ କରାଯାଇଥାଏ।
ଆଜିକାଲି ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଉଛି। ଅପରେଶନ କରିବା, ବତା ବାନ୍ଧିବା, ଆଣ୍ଠୁରେ ଇଞ୍ଜେକ୍‌ସନ ନେବା, ଦୈନିକ ଇଞ୍ଜେକ୍‌ସନ ନେବା, ଔଷଧ ଖାଇବା, ସେକଦେବା, ଜଳ ଚିକିତ୍ସା, ମାଟି ଚିକିତ୍ସା, ଧାତବ ଚିକିତ୍ସା, ନେଚୁରୋପାଥି, ହୋମିଓପାଥି, ଜଡିବୁଟି ଚିକିତ୍ସା, ଆୟୁର୍ବେଦ ଚିକିତ୍ସା ଓ ସର୍ବୋପରି ଆଧୁନିକ ଚିକିତ୍ସା ବ୍ୟବହାର କରାଯାଇଛି। କିନ୍ତୁ ପୂର୍ଣ୍ଣ ଭାବରେ ଭଲ ହେଉ ନାହିଁ ଏବଂ ରୋଗୀସଂଖ୍ୟା ବଢ଼ିବାରେ ଲାଗିଛି। ରୋଗର ପ୍ରବଳତା ଓ କଷ୍ଟ ପାଇଁ ମଣିଷ ପାଖରେ ଧୈର୍ଯ୍ୟ ନାହିଁ। ସେ ଏ ଡାକ୍ତର ପାଖରୁ ସେ ଡାକ୍ତର, ଏ ପ୍ରଣାଳୀଠାରୁ ସେ ପ୍ରଣାଳୀ ଏମିତି ଧଁ। ଧଉଡ଼ କରି ରୋଗର ପ୍ରବଳତା ବଢ଼ାଇବାରେ ଲାଗିଛନ୍ତି। ରୋଗର ପ୍ରାରମ୍ଭରେ ଯଦି ପ୍ରାକୃତିକ ଚିକିତ୍ସା ବା ଆୟୁର୍ବେଦ ଚିକିତ୍ସା ଅବଲମ୍ବନ କରାଯାଏ ତେବେ ଉପକାର ମିଳିଥାଏ। ଏହି ପଞ୍ଚତତ୍ତ୍ୱାଧୀନ ଚିକିତ୍ସା ଗଣ୍ଠିବାତକୁ ନିୟନ୍ତ୍ରଣ କରିପାରିଥାଏ। ଯାହାଦ୍ୱାରା ଗଣ୍ଠି ବଦଳାଇବାର ମଉକା ନ ଆସେ। ତେଣୁ ଯେଉଁମାନେ ଗଣ୍ଠିବିନ୍ଧା (ଆର୍ଥ୍ରାଇଟିସ୍‌)ରେ ପୀଡ଼ିତ ସେମାନେ ଧୀରସ୍ଥିର ଭାବରେ ନିର୍ଣ୍ଣୟ ନିଅନ୍ତୁ ଏବଂ ଠିକ୍‌ ଭାବରେ ଠିକ୍‌ ସମୟରେ ଠିକ୍‌ ଜାଗାରେ ଚିକିତ୍ସା କରାଇ ଉପକୃତ ହେବା ଉଚିତ। ଯାହା ସେମାନଙ୍କୁ ସୁସ୍ଥ ରହିବାକୁ ସାହାଯ୍ୟ କରିପାରେ।

ଡା. ରୀତା ସାହୁ
– ୧୧୭, ମହାନଦୀ ବିହାର, କଟକ,
ମୋ : ୯୪୩୭୨୭୨୬୬୩


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri