ଗଣେଶଙ୍କ ଶିର ଲାଭ ଅନୁସରଣେ

ଭାରତର ହିନ୍ଦୁ ଧର୍ମଶାସ୍ତ୍ର ଶିବ ପୁରାଣରେ ସର୍ବାଗ୍ରେ ପୂଜିତ ଗଜାନନ ଗଣେଶଙ୍କର ପିଲାଦିନୁ ହାତୀମୁଣ୍ଡ ନ ଥିଲା। ଭିତରକୁ କାହାକୁ ପ୍ରବେଶ ନ କରିବାର ନିଜ ମାତାଙ୍କ ଆଦେଶକୁ ସମ୍ମାନ କରିବାକୁ ଯାଇ କୈଳାସ ପର୍ବତ ଦ୍ୱାରରେ ଜଗି ବସିଥିବା ଗଣେଶ ନିଜ ଅଜାଣତରେ ମହାକାଳ ଶିବଙ୍କୁ ଆହ୍ବାନ କରିଥିଲେ ଓ ନିଜେ ଭଗବାନ ଶିବ ଯୁଦ୍ଧରେ ଗଣେଶଙ୍କର ଶିର ଛେଦନ କରିଥିଲେ। କିନ୍ତୁ ପରେ ଅନୁତପ୍ତ କରି ହାତୀମୁଣ୍ଡକୁ ଗଣେଶଙ୍କ ମୁଣ୍ଡ ଭାବରେ ପ୍ରତିରୋପଣ କରାଗଲା। ଏହାକୁ ପୌରାଣିକ ଇତିହାସର ପ୍ରଥମ ଶିର ପ୍ରତିରୋପଣ କୁହାଯାଇପାରେ। ସେହିପରି ପାର୍ବତୀଙ୍କ ପିତା ଦକ୍ଷ ପ୍ରଜାପତିଙ୍କ ଅପମାନ ସହି ନ ପାରି ଶିବ କ୍ରୋଧିତ ହୋଇ ତାଙ୍କର ଶିର ଛେଦନ କରିଥିଲେ। ପରେ ଅନୁତପ୍ତ ହୋଇ ଦକ୍ଷଙ୍କ ମୁଣ୍ଡରେ ଛେଳିମୁଣ୍ଡ ପ୍ରତିରୋପଣ କରିଥିଲେ। ପ୍ରାଚୀନ ଭାରତୀୟ ଭେଷଜ ଶାସ୍ତ୍ର ସୁଶ୍ରୁତ ସଂହିତାରେ ଅଙ୍ଗ ପ୍ରତିରୋପଣ କରିଥିବାର ବର୍ଣ୍ଣନା କରିଛନ୍ତି। ଖ୍ରୀଷ୍ଟପୂର୍ବ ୭୦୦ରୁ ୫୦୦ ମଧ୍ୟରେ ପ୍ରାଚୀନ ଗ୍ରୀକ୍‌ ଶାସ୍ତ୍ରରେ ଅନେକ ପ୍ରକାର ପ୍ରାଣୀଙ୍କ ଅଙ୍ଗକୁ ମିଶାଇ ସଙ୍କର ଜାତୀୟ ପ୍ରାଣୀ ଉତ୍ପତ୍ତି କରିବାର ଉଦାହରଣ ଅଛି। ସିଂହ ଶରୀର, ସାପ ଲାଞ୍ଜ, ଛେଳି ମୁଣ୍ଡକୁ ନେଇ ଏହି ପ୍ରଜାତିକୁ ଚି଼ମେରା କୁହାଯାଉଥିଲା। ତେବେ ନିକଟରେ ଜଣେ ଲୋକର ଶରୀରରୁ ମୁଣ୍ଡକୁ ରୋବଟ୍‌ ସାହାଯ୍ୟରେ ଅଲଗା କରିଦେଇ ତାକୁ ଅନ୍ୟ ଜଣେ ଲୋକର ମୁଣ୍ଡ ସାହିର ଅଦଳବଦଳ କରିଦେଉଥିବା ଏକ ଭୟଙ୍କର ଓ ବିଚଳିତ କଲାପରି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଅନେକ ଲୋକ ଆଶଙ୍କାରେ ପଡିଗଲେ। ଏପରି ଦୁଃସାହସିକ କାର୍ଯ୍ୟ କରି ଭେଷଜ ବିଜ୍ଞାନରେ ଇତିହାସ ସୃଷ୍ଟି କରିବା ପାଇଁ ବ୍ରେନବ୍ରିଜ୍‌ ନାମକ ଆମେରିକାର ଏକ ଷ୍ଟାର୍ଟଅପ୍‌ କମ୍ପାନୀ ଏହି ଆନିମେଟେଡ ଭିଡିଓ ପ୍ରସାରିତ କରି ଈଶ୍ୱରଙ୍କ ସହିତ ପ୍ରତିଦ୍ବନ୍ଦ୍ୱିତା କରିପାରିବା ନାହିଁ ବୋଲି କହିଛି। ଏହି ତନ୍ତ୍ରିକା ବିଜ୍ଞାନ ଓ ଜୈବ ଚିକିତ୍ସା ଷ୍ଟାର୍ଟଅପ୍‌ କମ୍ପାନୀ ଈଶ୍ୱରଙ୍କୁ ଯଥାରୀତି ସମ୍ମାନ ପ୍ରଦାନ କରି ବିଶ୍ୱର ପ୍ରଥମ ସଫଳ ମାନବ ମସ୍ତିଷ୍କ ପ୍ରତିରୋପଣ କରିବାର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛି।
ଏହି ସଂସ୍ଥା ଏବେ ଖୁବ୍‌ ଗୋପନୀୟ ଭାବରେ ଏହି ଯୁଗାନ୍ତରୀ ଓ ବୈପ୍ଳବିକ ଗବେଷଣାକୁ ଜାରି ରଖିଛି। ଯଦି ଏହା ସଫଳ ହୁଏ ତାହାହେଲେ ମାନବ ଚିକିତ୍ସା କ୍ଷେତ୍ରରେ ଏହା ଏପରି ବିପ୍ଳବ ଆଣିଦେବ ତାହାର କଳ୍ପନା କଲେ ଆଶ୍ଚର୍ଯ୍ୟ ଚକିତ ହେବେ। ଏହା ଫଳରେ ଦୁରାରୋଗ୍ୟ କର୍କଟର ଶେଷ ଅବସ୍ଥାରେ ପଡିଥିବା ରୋଗୀ, ପକ୍ଷାଘାତ, ମସ୍ତିଷ୍କଜନିତ ରୋଗୀ ଓ ଅନ୍ୟ ଚିକିତ୍ସା ଦ୍ୱାରା ବିଫଳ ହୋଇଥିବା କଷ୍ଟସାଧ୍ୟ ରୋଗୀମାନଙ୍କୁ ସଫଳ ଉପଚାର ମିଳିପାରିବ। ଏହି ପ୍ରକ୍ରିୟାରେ ଏକ ଅଚଳ ଶରୀର କିନ୍ତୁ ସୁସ୍ତ ଥିବା ବ୍ୟକ୍ତିର ଶିରକୁ ବ୍ରେନଡେଡ୍‌ ଥିବା ରୋଗୀ ସହିତ ପ୍ରତିରୋପଣ କରିହେବ। ମୁଣ୍ଡ ତଳକୁ ଅନ୍ୟ ଶରୀର ଥିଲେ ମଧ୍ୟ ଦୁଇ ଶରୀରକୁ ମିଶାଇ ଏକ ସୁସ୍ତ ମଣିଷ ବଞ୍ଚି ଉଠିବ। ନିକଟରେ ଶିଳ୍ପପତି ଏଲୋନ ମସ୍କ ତାଙ୍କ କମ୍ପାନୀ ନ୍ୟୁରୋଲିଙ୍କ୍‌ରେ ଜଣେ ମଣିଷ ମସ୍ତିଷ୍କରେ କମ୍ପ୍ୟୁଟର ଚିପ୍‌ ପ୍ରତିରୋପଣ ସଫଳତାର ସହିତ କରିଥିଲେ। ଏହି ଶିର ପ୍ରତିରୋପଣ ପରି ଜଟିଳ ପ୍ରକ୍ରିୟା ପାଇଁ ସବୁଠୁ ବଡ଼ ସମସ୍ୟା ହେଲା ଭେଷଜ ଚି଼କିତ୍ସା ବିଜ୍ଞାନରେ ଶିରା ଓ ମେରୁଦଣ୍ଡଜନିତ ମରାମତି ଚିକିତ୍ସାର ପାରଙ୍ଗମତା ଏଯାଏ ଠିକ୍‌ ଭାବରେ ହୋଇପାରିନାହିଁ। ତେବେ ମୁଣ୍ଡ ପ୍ରତିରୋପଣ ବିଜ୍ଞାନ ଇତିହାସରେ ବିଂଶ ଶତାଦ୍ଦୀରେ ପ୍ରଥମେ ୧୯୦୮ରେ ଦୁଇଟି କୁକୁରକୁ ନେଇ ବିଫଳତାର ସହିତ ଚେଷ୍ଟା କରାଯାଇଥିଲା। ୧୯୫୦ରେ ରୁଷିଆର ଭ୍ଲାଡିମିର ଡେମିକଭ ନାମକ ବୈଜ୍ଞାନିକ ଅନୁରୂପ ଚେଷ୍ଟା କରି ବିଫଳ ହୋଇଥିଲେ। ୧୯୭୦ ମସିହାରେ ଆମେରିକୀୟ ନୃତତ୍ତ୍ୱ ବିଜ୍ଞାନୀ ମାଙ୍କଡ଼ ମୁଣ୍ଡ ପ୍ରତିରୋପଣ ସଫଳତାର ସହିତ କରିଥିଲେ ଓ ଏହି ପ୍ରକ୍ରିୟାରେ ମାଙ୍କଡ଼ ଆଠଦିନ ପର୍ଯ୍ୟନ୍ତ ବଞ୍ଚିଥିଲେ ମଧ୍ୟ ମସ୍ତିଷ୍କ ମେରୁଦଣ୍ଡ ସହିତ ସଂଯୋଗ ନ କରିପାରିବାରୁ ମାଙ୍କଡ଼ ମୃତ୍ୟୁବରଣ କରିଥିଲା।
ନିକଟରେ ୨୦୧୭ରେ ଇଟାଲୀର ସର୍ଜିଓ କାନବେର ନାମକ କୁଖ୍ୟାତ ନୃତତ୍ତ୍ୱଶାସ୍ତ୍ରୀ ମାନବ ମସ୍ତିଷ୍କ ପ୍ରତିରୋପଣ କରିବାର ଦାବି କରିଥିଲେ ମଧ୍ୟ ଏହାର ସତ୍ୟତା ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରିନାହିଁ। ଯେତେ ବିଳମ୍ବ ହେଲେ ମଧ୍ୟ ଏହି ବିରଳ ଚିକିତ୍ସା ପଦ୍ଧତି ନିଶ୍ଚୟ ଭବିଷ୍ୟତରେ ସଫଳ ହେବ ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏହା ପଛରେ ଥିବା ମାନବ ନୈତିକତା ବିରାଟ ପ୍ରଶ୍ନବାଚୀ ଛିଡା କରିବ। ଜଣେ ଦୁଇଟି ଭିନ୍ନ ମଣିଷର ଶରୀର ଓ ମୁଣ୍ଡକୁ ନେଇ ଜୀବିତ ହୋଇଥିବା ଲୋକର ସାମାଜିକ ପରିଚୟ କ’ଣ ହେବ ଓ ତା’ର ଆଇନଗତ ଅଧିକାର ବିଷୟରେ ତର୍ଜମା ହେବା ନିହାତି ଜରୁରୀ। ମାନବର ମୁଣ୍ଡ ଶରୀରର ମାତ୍ର ଆଠ ପ୍ରତିଶତ ଓଜନ ବହନ ଓ ଅବଶିଷ୍ଟ ଶରୀର ବୟାନବେ ଭାଗ ଓଜନ ବହନ କରୁଥିବା ବେଳେ ଆଇନଗତ ଅଧିକାର ମୁଣ୍ଡର ହେବ ନା ଦେହର ତାହା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେଣୁ ଦେହଥିବା ବ୍ୟକ୍ତିର ମୁଣ୍ଡ ହେବ ନା ମୁଣ୍ଡଥିବା ବ୍ୟକ୍ତିର ଦେହ ହେବ, ତାହା ନିର୍ଣ୍ଣୟ କରିବା କଷ୍ଟକର ହୋଇପାରେ। ତେବେ ହିନ୍ଦୁ ପୌରାଣିକ ଗ୍ରନ୍ଥରେ ଗଣେଶ ଓ ଦକ୍ଷଙ୍କ ଭଳି ଦୁଇଟି ଅତି ଲୋକପ୍ରିୟ ଶିର ପ୍ରତିରୋପଣ ଘଟଣାରେ ପରିଚୟ ଦେହକୁ ମିଳିଥିଲା ଓ ମୁଣ୍ଡ ତା’ର ପରିଚୟ ହରାଇ ବସିଥିଲା, କିନ୍ତୁ ଆଧୁନିକ ଆଇନକାନୁନ କାହାକୁ ଚୟନ କରିବ ତାହା ଦେଖିବାକୁ ବାକି ରହିଲା। ବିଜ୍ଞାନ ଯେତେ ଆଗକୁ ଯିବ ଓ ତା’ର ପରିଣାମ ସବୁବେଳେ ମଣିଷକୁ ଅପାର ଉପକାର ଦେବା ସଙ୍ଗେ ସଙ୍ଗେ କିଛକୁ ପରିଣାମ ମଧ୍ୟ ଆଣିଦେଇଥାଏ ମାନବ କ୍ଲୋନିଙ୍ଗ, ଶିର ପ୍ରତିରୋପଣ, ଯନ୍ତ୍ର ମାନବ ଇତ୍ୟାଦି ବିଜ୍ଞାନର ଚରମ ସଫଳତା ହୋଇପାରେ, କିନ୍ତୁ ଏହା ଈଶ୍ୱରଙ୍କ ଅଙ୍କିତ ଦୁନିଆରେ ହସ୍ତକ୍ଷେପ କରି ସନ୍ତୁଳନକୁ ବିଗାଡିଦେବା ଭଳି ପରିସ୍ଥିତି ସୃଷ୍ଟି ନ କରୁ। ତେବେ ବିଜ୍ଞାନର ଏହି ଗଣେଶଙ୍କ ଶିର ପ୍ରତିରୋପଣ ଅନୁସରଣ ପଦ୍ଧତି ମାନବ କଲ୍ୟାଣମୁଖୀ ହେଉ ।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri