ଗଣମାଧ୍ୟମ, ଲୋକସମ୍ପର୍କ ଉପଦେଷ୍ଟା ମାନସ ମଙ୍ଗରାଜଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ମାନସ ରଞ୍ଜନ ମଙ୍ଗରାଜ ବୁଧବାର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ ମାନସଙ୍କୁ ଏହି ପଦରେ ନିଯୁକ୍ତି ଦେଇଥିଲେ। ଦାୟିତ୍ୱ ନେବା ସହ ମାନସ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଗସ୍ତ କରିଥିଲେ। ସେଠାରେ ବିଭାଗ ପକ୍ଷରୁ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉକତ୍ଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁ ସମ୍ପାଦକ ଡ. ଲେଲିନ୍‌ ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକି ଏବଂ ଅନ୍ୟ ଅଧିକାରୀ ମଙ୍ଗରାଜଙ୍କୁ ସାଦର ସ୍ବାଗତ ଜଣାଇଥିଲେ।
ଦାୟିତ୍ୱ ନେବା ପରେ ମାନସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳ୍ପନା ପ୍ରସୂତ ୫-ଟି କାର୍ଯ୍ୟକ୍ରମକୁ ସଫଳତାର ସହ ପ୍ରୟୋଗ କରାଯିବ। ସେ ନିଜେ ଏଥିପାଇଁ ଯନତ୍ବାନ ହେବା ସହ ବିଭାଗୀୟ କର୍ମଚାରୀଙ୍କୁ ଯତ୍ନବାନ କରାଇବେ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମ୍ୟ। ସେହିପରି ଆଗାମୀ ଦିନରେ ଲୋକସମ୍ପର୍କ, ଖବରକାଗଜ ସଂସ୍ଥା ଓ ଖବରକାଗଜ ପ୍ରତିନିଧି ଏବଂ ସମସ୍ତ ସରକାରୀ ବିଭାଗ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।