ଗଣବଳାତ୍କାର ଭିଡିଓ ଭାଇରାଲ, ୩ ଅଟକ

କବିସୂର୍ଯ୍ୟନଗର,୨୭ା୧୨- ଗଞ୍ଜାମ ଜିଲା କବିସୂର୍ଯ୍ୟନଗରରେ ପୁଣି ଲଜ୍ଜା। ୩ ଜଣ ସାଙ୍ଗ ମିଶି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ୩ ଅଭିଯୁକ୍ତଙ୍କୁ ଗୁରୁବାର ଥାନାକୁ ଆଣି ପଚରାଉଚରା କରୁଥିବା ଥାନା ଅଧିକାରୀ ପ୍ରଭାତ କୁମାର ସାହୁ କହିଛନ୍ତି। ପ୍ରକାଶ ଯେ, ସମ୍ପୃକ୍ତା ଛାତ୍ରୀଙ୍କୁ ୩ଜଣ ଏକ ଭଡ଼ାଘରେ ଗଣବଳାତ୍କାର କରୁଥିବା ଭିଡିଓ ଗତ ୧୦ଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜଣେ ସମ୍ପର୍କୀୟ ଭିଡିଓଟି ଦେଖିବା ପରେ ଛାତ୍ରୀଙ୍କ ପରିବାର ଲୋକଙ୍କୁ କହିଥିଲେ। ଏହାପରେ ଥାନାରେ ଅଭିଯୋଗ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।