Categories: ଜାତୀୟ

ଗଞ୍ଜେଇ ଗଛ ନଷ୍ଟ ପାଇଁ ମହିଳା ସଂଗଠନ ଭିଡ଼ିଲା ଅଣ୍ଟା

ଶିମଲା,୧୧।୮: ହିମାଚଳପ୍ରଦେଶର ଏକ ମହିଳା ସଂଗଠନ ଗଞ୍ଜେଇ ଗଛ ନଷ୍ଟ ପାଇଁ ଅଣ୍ଟା ଭିଡ଼ିଛି। ରାମପୁର ଭୁଶହାହର ସ୍ଥିତ ଡାକୋଲାଡ୍‌ ଗାଁରେ ଥିବା ମହିଳା ସଂଗଠନ ଏନେଇ ଗାଁରେ ସଚେତନତା ବାର୍ତ୍ତା ପ୍ରସାର କରିବା ସହିତ ଗାଁର ବିଭିନ୍ନ ସ୍ଥାନରେ ଥିବା ଗଞ୍ଜେଇ ଗଛଗୁଡ଼ିକୁ ନଷ୍ଟ କରୁଛି। ଗଞ୍ଜେଇ ଗଛଗୁଡ଼ିକୁ ଉପାଡ଼ି ମହିଳାମାନେ ନିଆଁ ଲଗାଇ ଜଳାଇ ଦେଉଛନ୍ତି। ମହିଳା ସଂଗଠନର ଏହି କାର୍ଯ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share