ଗଞ୍ଜାମ ସ୍ଥିତି ସାଙ୍ଘାତିକ: ସୁରଟରୁ ସୁନାମି ଭଳି ଆସୁଛନ୍ତି କରୋନା ପଜିଟିଭ୍‌

ବ୍ରହ୍ମପୁର ଅଫିସ,୯।୫ – ବିଶ୍ୱରେ କରୋନା ଭୁତାଣୁ ଏବେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ରାଷ୍ଟ୍ର ସମୁଦାୟ ଭୟଭୀତ ହେବା ସହ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏହିଧାରାରେ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗ୍ରୀନଜୋନ୍‌ରେ ଥିବା ଗଞ୍ଜାମ ଜିଲା ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟରେ ରେଡ୍‌ ଜୋନ ଭାବେ ହଠାତ ମୁଣ୍ଡଟେକି ଉଠିଛି। ଏବେ ଗଞ୍ଜାମର ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି। ସୁରଟ ଫେରାନ୍ତ ପ୍ରବାସୀ ଓଡ଼ିଆଙ୍କ ପ୍ରତିଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।

ଏପ୍ରିଲ ୨୮ ତାରିଖରୁ ସୁରଟ ଫେରାନ୍ତାଙ୍କ ଘରବାହୁଡା ପରେ ଜିଲାରେ କରୋନା ଖାତା ଖୋଲିଥିଲା। ଗତ ୨ ତାରିଖରେ କରୋନା ଜିଲାରେ ଖାତା ଖୋଲିଥିଲା। ୨ ତାରିଖରେ ୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଥିବା ବେଳେ ୪ ରେ ଜଣେ ଲେଖାଏ ଚିହ୍ନଟ ହୋଇଥିଲେ । ସେହିପରି ୬ ରେ ୧୭ ଜଣ, ୭ରେ ୨୬ ଜଣ, ୮ରେ ୨୪ ଜଣ ଓ ୯ରେ ୧୨ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ୱେବସାଇଟରେ ଉଲ୍ଲେଖ ରହିଛି। ଅନ୍ୟପଟେ ସୁରାଟରୁ ସୁନାମୀ ଭଳି କରୋନା ପଜେଟିଭ ମାଡି ଆସୁଛି ଏବେ ଗଞ୍ଜାମ ଜିଲାକୁ। ଯାହାଫଳରେ ଜିଲାର ସ୍ଥିତି ଏବେ ଅସମ୍ଭାଳ ହୋଇ ପଡିଛି।

ଲକଡାଉନ ପରେ ସୁଦୂର ସୁରଟ, ଚେନ୍ନାଇରେ ନିଜ ନିଜର ପରିବାରକୁ ଧରି ରହୁଥିବା ପ୍ରବାସୀ ଶ୍ରମିକମାନେ କମ୍ପାନୀ ବନ୍ଦ ହେବା ସହ ମାଲିକ ମାନଙ୍କର ଆକ୍ରୋଶ ର ଶିକାର ହୋଇଥିଲେ। ପେଟର ଅସମ୍ଭାଳ ଭୋକ ବାରମ୍ବାର ସେମାନଙ୍କୁ ଭିଟାମାଟି ଫେରିବାକୁ ସେମାନଙ୍କୁ ବାଧ୍ୟ କରିଥିଲା। ବିଭିନ୍ନ ଉପାୟରେ ସେମାନେ ପିଲାଛୁଆଙ୍କୁ ଧରି ନିଜର ଭିଟାମାଟି ଫେରୁଥିବା ବେଳେ ରାସ୍ତାରେ କାହାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ତ ଆଉ କେହି ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ । ଗୋଟିଏ ପଟେ ମୃତ୍ୟୁକୁ ଖାତିର ନ କରି ସୁରାଟ ଓ ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ଜନ୍ମଭୂମି ମୋହରେ ଘରବାହୁଡା ହେଉଛନ୍ତି।
ଗଞ୍ଜାମ ଜିଲାକୁ ଏହା ଭିତରେ ହଜାର ହଜାର ଶ୍ରମିକ ତାଙ୍କ ଜନ୍ମ ଭୂମିକୁ ଫେରିଛନ୍ତି । ଯାହାକି ଆଗାମୀ ଦିନରେ ଅଧିକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି। ଜୁନ ଓ ଜୁଲାଇରେ ଅଧିକ କରୋନା ପଜିଟିଭ ସାମ୍ନାକୁ ଆସିବାର ଅଧିକ ସମ୍ଭାବନା ରହିଥିବା ନେଇ ସର୍ବ ଭାରତୀୟସ୍ତରରେ ଆକଳନ କରାଯାଇଛି। ଜିଲାକୁ ଆସିଥିବା ୩୦ ହଜାରରୁ ଅଧିକ ସୁରଟ ଫେରନ୍ତାଙ୍କ ଯୁଦ୍ଧକାଳୀନ ଭିତ୍ତିରେ ନମୁନା ପରୀକ୍ଷା କରିବା ଆବଶ୍ୟକ ରହିଛି । ଏପରିକି ସଂଗରୋଧ କେନ୍ଦ୍ର ଅଞ୍ଚଳକୁ ସମ୍ପୂର୍ଣ ଭାବେ ସଟ୍‌ଡାଉନ୍‌ କରାଯାଉ ବୋଲି ଏମ୍‌କେସିଜି ମେଡିକାଲ ଅଧିକ୍ଷକ ପ୍ରଫେସର ଡ଼. ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି। ସୁରାଟ ଫେରନ୍ତା ମାନେ ବସରେ ତିନିଦିନ ଧରି ବସ୍‌ ଓ ଟ୍ରେନ୍‌ରେ ଆସିଛନ୍ତି। ସେମାନେ ସେଥିରେ ସାମାଜିକ ଦୂରତା ଅବଲମ୍ବନ କରିନାହାନ୍ତି। ସେମାନେ ମିଳିମିଶି କରି ଯାତ୍ରା କରିଥିବାରୁ ସେମାନଙ୍କ ଫୋମାଇଟ ଓ ଡ୍ରପଲେଟ ଜନିତ ସଂକ୍ରମଣ ଆଶଙ୍କା ଅଧିକ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri