ଗଞ୍ଜାମ ମିନି ଷ୍ଟାଡିୟମ୍‌ରେ ମାଛ, ମାଂସ ଦୋକାନ: ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ, ୧୯।୬(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ବିଭିନ୍ନ ଅଭିନବ ପ୍ରୟାସ ଜାରିରଖିଛି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ପରିବା ଓ ମାଛ ମାଂସ ଦୋକାନଗୁଡିକୁ ମିନିଷ୍ଟାଡିୟମରେ ବ୍ୟାରିକେଟକରି ଭର୍ତ୍ତିକରିଛି । ଦୁଇ ଦିନ ହେଲା ସେଠାରେ ଆମିଷ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଆମିଷ ବେପାରୀମାନେ ମାଛ, ମାଂସ ଚଢ଼ାଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ରୋହି ଭାକୁର କିଲୋ ପିଛା ୧୬୦ରୁ ୧୭୦ ଟଙ୍କା ଥିବା ବେଳେ, କଉ ମାଛ ୧୨୦, ଅନ୍ୟାନ ଛୋଟ ମାଛ ୧୪୦ ଟଙ୍କାରେ ବିକ୍ରି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ସେମାନଙ୍କୁ ସ୍ଥାନାନ୍ତର କରାଯିବା ଯୋଗୁ ଏହାର ପ୍ରଭାବ ଖାଉଟି ଉପରେ ପଡୁଛି ବୋଲି ଚର୍ଚ୍ଚା ହେଉଛି । ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।
ସୂଚନା ଯୋଗ୍ୟ, ଏହି ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢୁଥିବା ଯୋଗୁ ଏନ୍‌ଏସି ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।