ଗଞ୍ଜାମ ବସ୍‌ ବନ୍ଦ: ୫ ରୁ୍‌ଟ୍‌ରେ ଯାତ୍ରୀଙ୍କ ପାଇଁ ପ୍ରଶାସନର ସ୍ବତନ୍ତ୍ର ବସ୍‌

ବ୍ରହ୍ମପୁର ଅଫିସ, ୨୭।୧୧-ହଲଦିଆପଦର ବସଷ୍ଟାଣ୍ଡରୁ ଘରୋଇ ବସ୍‌ ଚଳାଚଳ ନେଇ ବିଡିଏର ନୋଟିସକୁ ବିରୋଧ କରି ବସ୍‌ ମାଲିକ ସଂଘ ବନ୍ଦ ଡାକରା ଦେଇଥିବାବେଳେ ପ୍ରଶାସନ ଏହାର ମୁକାବିଲା ତଥା ଯାତ୍ରୀଙ୍କ ସୁବିଧା ପାଇଁ ସୱତନ୍ତ୍ର ବସ୍‌ର ବ୍ୟବସ୍ଥା କରିଛି। ହଲାଦିଅପଦରରୁ ସହର ମଧ୍ୟକୁ ଚଳାଚଳ କରୁଥିବା ୧୦ ସ୍ବତନ୍ତ୍ର ସିଟି ବସକୁ ଚାରୋଟି ରୁଟରେ ବର୍ଦ୍ଧିତ କରିଛି। ସେହିପରି ଭଞ୍ଜନଗର, ଫୁଲବାଣୀ, କଟକ, ଗଜପତି ରୁଟରେ ୧୬ଟି ସ୍ବତନ୍ତ୍ର ଓଏସଆରଟିସି ବସ୍‌ ସମେତ ବିଭିନ୍ନ ରୁଟରେ ଓଏସଆରଟିସିର ୪୬ଟି ବସ୍‌ ବୁଧବାରରୁ ଚଳାଚଳ ଆରମ୍ଭ କରିଛି।