ଗଞ୍ଜାମ ଜିଲା ଚିଠି: ପଛକୁ ଦେଖ

ଗତ ଏକ ବର୍ଷ ହେଲା ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ରେ ଅମଲାତନ୍ତ୍ର ଶାସନ ଚାଲିଛି। ୨୦୧୮ ସେପ୍ଟେମ୍ବର ୩୦ରେ ରାଜ୍ୟବ୍ୟାପୀ ସମସ୍ତ ପୌରସଂସ୍ଥାକୁ ରାଜ୍ୟ ସରକାର ଭାଙ୍ଗିଦେଇଥିଲେ ମଧ୍ୟ ଏଯାଏଁ ନିର୍ବାଚନ କରାଇନାହାନ୍ତି। ସୁତରାଂ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବେ ବିଏମ୍‌ସିର ପ୍ରଶାସକ ଦାୟିତ୍ୱରେ ରହିଛନ୍ତି। ନିୟମିତ ବ୍ୟବଧାନରେ ବିଏମ୍‌ସି ପକ୍ଷରୁ ନୂଆ ନୂଆ ଯୋଜନା ଘୋଷଣା କରାଯାଉଛି। ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଆରମ୍ଭ ହେଉଛି, କିନ୍ତୁ ଶେଷ ହେଉନି। ବିଏମ୍‌ସିର ଅଧିକାରୀମାନେ କେବଳ ଶ୍ରେୟ ନେବା ପାଇଁ ଏଭଳି କରୁଥିବା ବିରୋଧୀ ଅନେକ ସମୟରେ ଅଭିଯୋଗ କରୁଛନ୍ତି। ଯାହାର ପରିଣାମ ସହରବାସୀ ଭୋଗୁଛନ୍ତି। ପୂର୍ବତନ କମିଶନର୍‌ ନିଖିଲ ପୱନ କଲ୍ୟାଣଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ଥିଲା ଡିଜିଟାଲ୍‌ ଡୋର୍‌ ନମ୍ବରିଙ୍ଗ୍‌। ପ୍ରତ୍ୟେକଙ୍କ ଘର ଆଗରେ ଏକ ସ୍ବତନ୍ତ୍ର ନମ୍ବର ରହିବ। ୱେବ୍‌ସାଇଟ୍‌ରେ କେବଳ ଘରର ନମ୍ବର ଦେଲେ, ଠିକଣା ମିଳିଯିବ। ସେ ଦାୟିତ୍ୱରେ ଥିବା ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ବିଏମ୍‌ସି ଅଧିକାରୀମାନେ ଆଗ୍ରହ ଦେଖାଇଥିଲେ। ହେଲେ ସେ ବଦଳି ହେବା ପରଠୁ ଏହା ବନ୍ଦ ପଡ଼ିଛି। ଅଧିକାରୀମାନେ ଏହାକୁ କାର୍ଯ୍ୟକାରୀ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। କେବଳ ଏହି ଗୋଟିଏ ନୁହଁ, ତାଙ୍କ ସମୟର ଅନେକ ଯୋଜନା ବର୍ତ୍ତମାନ ବନ୍ଦ ହୋଇଯାଇଛି କିମ୍ବା ମନ୍ଥର ଗତିରେ ଚାଲିଛି। ୭୦ଲକ୍ଷରୁ ଅଧିକ ଟଙ୍କାରେ ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ନିର୍ମାଣ କରାଯାଇଛି। ଉଦ୍‌ଘାଟନ ପରଠୁ ସେଗୁଡ଼ିକ ବନ୍ଦ ପଡ଼ିଛି। ଓଡ଼ିଶା ବିପର୍ଯ୍ୟୟ ଥଇଥାନ ପ୍ରକଳ୍ପ(ଓଡିଆର୍‌ପି)ରେ ବସ୍ତି ଅଞ୍ଚଳ ଉନ୍ନୟନ ପାଇଁ ୨୦୧୪ ମସିହା ପହିଲାରୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ତାହା ଏଯାଏଁ ଶେଷ ହୋଇନି। ପ୍ରାୟ ୯କୋଟି ଟଙ୍କାରେ ରାମଲିଙ୍ଗମ୍‌ ପୋଖରୀର ସୌନ୍ଦର୍ଯ୍ୟକରଣ କାମ ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ବେଳେ ତାହା ଅଧା ମଧ୍ୟ ହୋଇନାହିଁ। ଅସଫଳ ତାଲିକାରେ ଆହୁରି ଅନେକ ପ୍ରକଳ୍ପ ଅଛି। ବର୍ତ୍ତମାନର କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର୍‌ଙ୍କ ସମୟରେ ମଧ୍ୟ ଆରମ୍ଭ ଅନେକ ଯୋଜନା ଉଦ୍‌ଘାଟନ ପରେ ପ୍ରାୟତଃ ବନ୍ଦ ପଡ଼ିଛି। କୋଟିଏ ଟଙ୍କା ଖର୍ଚ୍ଚରେ ବ୍ରହ୍ମପୁର ସହରକୁ ମାଗଣା ୱାଇଫାଇ ଜୋନ୍‌ କରିବା ହେଉ ଅବା ୱାଟର୍‌ ଏଟିଏମ୍‌, ଉଭୟ ଠିକ୍‌ରେ କାର୍ଯ୍ୟ କରୁନି। ସୋଲାର୍‌ ବସ୍‌ଷ୍ଟାଣ୍ଡ, ଗୃହପାଳିତ ପ୍ରାଣୀଙ୍କ ଟ୍ୟାଗିଂ ଯୋଜନା ବନ୍ଦ ହୋଇପଡ଼ିଛି। ୪ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜାନବିଲି ପ୍ରକଳ୍ପରେ ସହରବାସୀଙ୍କୁ ପାନୀୟ ଜଳ ଯୋଗାଣ କରାଯିବ। ସହର ସାରା ପାଇପ୍‌ ବିଚ୍ଛାଇବା ପାଇଁ ରାସ୍ତାଘାଟ ଖୋଳି ଦିଆଗଲା। ଦୁଇ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରିନି। ମହୁଡ଼ାସ୍ଥିତ ସେପ୍ଟିକ୍‌ ଟ୍ରିଟ୍‌ମେଣ୍ଟ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ ପରଠୁ ଅକାମୀ ହୋଇଯାଇଛି। ଏସବୁ ବ୍ୟତୀତ ଯାହା ବ୍ରହ୍ମପୁରବାସୀଙ୍କୁ ହଇରାଣରେ ପକାଇଛି, ତାହା ହେଉଛି ଖରାପ ରାସ୍ତା। ସହରବ୍ୟାପୀ ରାସ୍ତାଗୁଡ଼ିକର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ। ଯାନ ଦୂରର କଥା, ଏମିତି ଅନେକ ରାସ୍ତାରେ ଚାଲିବା ବି କଷ୍ଟ। ସହରବାସୀଙ୍କ ମତ ହେଲା, ଯେଉଁ ଯୋଜନାଗୁଡ଼ିକ ପୂର୍ବରୁ ଆରମ୍ଭ ହୋଇଛି, ବିଶେଷକରି ଜାନବିଲି ପ୍ରକଳ୍ପ, ତାହାକୁ ପ୍ରଥମେ ଶେଷ କରାଯାଉ। ବିଏମ୍‌ସି ଏବଂ ଜିଲା ପ୍ରଶାସନର ଅଧିକାରୀମାନେ ଟିକେ ପଛକୁ ଦେଖି ଅସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଶେଷ କରନ୍ତୁ, ତା’ ପରେ ଆଗକୁ ଦେଖନ୍ତୁ ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି ା

– ଆଶୀର୍ବାଦ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri