ମଧ୍ୟସ୍ଥଙ୍କ ଚୁକ୍ତିରେ ନାହିଁ ସବୁ ପକ୍ଷଙ୍କ ସ୍ବାକ୍ଷର

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦର ସମାଧାନ ପାଇଁ କେତେକ ପକ୍ଷ ମଧ୍ୟସ୍ଥତା ଲାଗି ରାଜି ହୋଇଥିଲେ ହେଁ ଏହା ସର୍ତ୍ତମୂଳକ ଥିଲା। ଏହାକୁ ମାନିବା କୌଣସି ପକ୍ଷ ପାଇଁ ବାଧ୍ୟତାମୂଳକ ନୁହେଁ ବୋଲି ଅଯୋଧ୍ୟା ରାୟ ପ୍ରକାଶ ବେଳେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଶତାବ୍ଦୀ ପୁରୁଣା ଏହି ବିବାଦର ସମାଧାନ ଦିଗରେ ମଧ୍ୟସ୍ଥଙ୍କ ଉଦ୍ୟମକୁ ଖଣ୍ଡପୀଠ ପ୍ରଶଂସା କରିଛନ୍ତି। ମଧ୍ୟସ୍ଥ କମିଟି ସମସ୍ତ ପକ୍ଷଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣି ମୁକ୍ତ ଆଲୋଚନାରେ ସାମିଲ କରାଇଥିବା ଖଣ୍ଡପୀଠ କହିଛନ୍ତି।
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଫକିର ମହମ୍ମଦ ଇବ୍ରାହିମ୍‌ କାଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ମଧ୍ୟସ୍ଥ କମିଟିରେ ଆଧ୍ୟାମତ୍ିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁ ସାମିଲ ଥିଲେ। ସେମାନେ ଆବେଦନଗୁଡ଼ିକରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ସମ୍ଭାବ୍ୟ ଉପାୟ ଖୋଜିଥିଲେ। କିନ୍ତୁ ମଧ୍ୟସ୍ଥତା ବିଫଳ ହୋଇଥିଲା। ଅକ୍ଟୋବର ୧୬ରେ ଚୂଡ଼ାନ୍ତ ଶୁଣାଣି ଶେଷ ହେବା ପରେ ଉକ୍ତ ପ୍ୟାନେଲ ‘ଫାଇନାଲ ରିପୋର୍ଟ ଅଫ୍‌ ଦି କମିଟି’ ଶୀର୍ଷକ ଏକ ରିପୋର୍ଟ ଅଦାଲତରେ ଦାଖଲ କରିଥିଲା। କେତେକ ପକ୍ଷଙ୍କୁ ନେଇ ସମାଧାନର ପନ୍ଥା ବାହାରିଥିବା ଏଥିରେ ଉଲ୍ଲେଖ କରାଯାଇଥିଲା। ସୁନ୍ନି ଓ୍ବାକଫ୍‌ ବୋର୍ଡ ତା’ର ସମସ୍ତ ଅଧିକାର ଓ ସ୍ବାର୍ଥ ତ୍ୟାଗ କରିବାକୁ ରାଜି ହୋଇଥିଲେ ହେଁ ଅନ୍ୟ କେତେକ ସର୍ତ୍ତ ବାଢ଼ିଥିଲା। ମଧ୍ୟସ୍ଥ କମିଟି ଦାଏର କରିଥିବା ଚୁକ୍ତିନାମାରେ ମଧ୍ୟ ସମସ୍ତ ପକ୍ଷ ସ୍ବାକ୍ଷର କରି ନ ଥିଲେ। ତେବେ ଏହା ସର୍ତ୍ତମୂଳକ ଥିଲା, ଯାହାକୁ ମାନିବା ବାଧ୍ୟତାମୂଳକ ନୁହେଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ମୁସଲମାନ ମିଳିମିଶି ନିର୍ମାଣ କରନ୍ତୁ ମନ୍ଦିର-ମସଜିଦ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ଐତିହାସିକ ରାୟ ଦେଇଛନ୍ତି ତାହା...

ଆସନ୍ତା ବର୍ଷ ନିର୍ମାଣ ହେବ ରାମ ମନ୍ଦିର: ସମ୍ପୂର୍ଣ୍ଣ ହେବାକୁ ଲାଗିପାରେ ୫ ବର୍ଷ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏବେ ସମସ୍ତଙ୍କ ନଜର କେବେ ଓ କେମିତି ନିର୍ମାଣ ହେବ ଅଯୋଧ୍ୟାରେ ରାମ ମନ୍ଦିର। ତେବେ ରାଷ୍ଟ୍ରୀୟ ସ୍ବୟଂ...

ଅଯୋଧ୍ୟା ବିବାଦର ଇତିହାସ

ନୂଆଦିଲ୍ଲୀ,୧୦ା୧୧: ଅଯୋଧ୍ୟାରେ ୨.୭୭ ଏକର ଜମିକୁ ନେଇ ବହୁ ଦଶନ୍ଧି ଧରି ବିବାଦ ଲାଗିରହିଛି। ଏହି ମାମଲା ଅନେକ ବର୍ଷ ଧରି ଏକ ରାଜନୈତିକ, ଐତିହାସିକ...

ଅନୁଚ୍ଛେଦ ୧୪୨ କ’ଣ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁଯାୟୀ କେତେକ ରାୟ ଶୁଣାଇବା ସହ ୨.୭୭ ଏକର ବିବାଦୀୟ ଜମି ହସ୍ତାନ୍ତର ଲାଗି...

୪୦ ଦିନିଆ ଶୁଣାଣି ସୁପ୍ରିମକୋର୍ଟ ଇତିହାସରେ ଦ୍ୱିତୀୟ ଦୀର୍ଘତମ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଦୀର୍ଘ ଦଶନ୍ଧିର ମନ୍ଦିର-ମସ୍‌ଜିଦ ଜମି ବିବାଦ ମାମଲା ଉଭୟ ରାଜନୈତିକ ଓ ଧର୍ମୀୟ ଦୃଷ୍ଟିରୁ ସମ୍ବେଦନଶୀଳ ହୋଇଥିଲାବେଳେ ସୁପ୍ରିମକୋର୍ଟରେ କ୍ରମାଗତ ୪୦ ଦିନ ଧରି...

ବାବ୍ରୀ ମସ୍‌ଜିଦ ଭଙ୍ଗ ଆଇନର ଉଲ୍ଲଂଘନ

ନୂଆଦିଲ୍ଲୀ,୧୦ା୧୧: ଦୀର୍ଘବର୍ଷର ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ଐତିହାସିକ ରାୟ ପ୍ରଦାନ କରିଛନ୍ତି। ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ ପାଇଁ...

ରିଭ୍ୟୁ ପିଟିଶନ ଦାଏର କରିପାରେ ଏଆଇଏମ୍‌ପିଏଲ୍‌ବି

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଅଯୋଧ୍ୟା ରାୟକୁ ନେଇ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଅସନ୍ତୋଷ ବ୍ୟକ୍ତ କରିଛି। ଏହା ଉପରେ ରିଭ୍ୟୁ ପିଟିଶନ ଦାଏର...

ରାମମନ୍ଦିର ସପକ୍ଷରେ ରାୟ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଦୀର୍ଘ ୧୩୪ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇ ଓ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ୱର ଅନ୍ୟତମ ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଐତିହାସିକ ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri