ଗଞ୍ଜାମ ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ

ଛତ୍ରପୁର, ୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ ସୋମବାର ପାଳିତ ହୋଇଯାଇଛି। ଛତ୍ରପୁରସ୍ଥିତ ପୋଲିସ ପଡ଼ିଆରେ ଆୟୋଜିତ ପରେଡ୍‌ରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଅଭିବାଦନ ଗ୍ରହଣ କରିଥିଲେ। ଦେଶରେ ଶହୀଦ ହୋଇଥିବା ୨୯୨ ଜଣଙ୍କ ନାମ ଏସ୍‌ପି ପାଠ କରିଥିଲେ। ଶହୀଦ ସ୍ତମ୍ଭରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଏସ୍‌ପି ରୟ, ଆଇନ ପରାମର୍ଶଦାତା କେ. ଧର୍ମା ରାଓ ଦୋରା, ଅତିରିକ୍ତ ଏସ୍‌ପି ପତିତପାବନ ଚୌଧୁରୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।