ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା କାମଚଳା :ଖାଲି ପଡ଼ିଛି ୨୧୦ ଡାକ୍ତର ପଦବୀ

ଛତ୍ରପୁର,୨୪୮(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା ଏବେ କାମଚଳାରେ ଚାଲିଛି। ଡାକ୍ତର ଅଭାବଠାରୁ ଆରମ୍ଭ କରି ବିଭିନ୍ନ ଷ୍ଟାଫ୍‌ ପଦବୀ ଖାଲି ପଡିଛି ା ସେହିପରି ଭିତ୍ତିଭୂମି ଅଭାବ ମଧ୍ୟ ରହିଛି ା ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଗତ ସପ୍ତାହରେ ହୋଇଥିବା ଜିଲାପରିଷଦ ବୈଠକରେ ବିଧାୟକ, ବ୍ଲକ ଅଧ୍ୟକ୍ଷ, ଜିଲାପରିଷଦ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ ପାଣିଗ୍ରାହୀ ଉକ୍ତ ବୈଠକରେ ଦେଇଥିବା ତଥ୍ୟ ଅନୁସାରେ ଜିଲାରେ ଡାକ୍ତର, ନର୍ସ ଓ ବିଭିନ୍ନ ଷ୍ଟାଫ ୨ ହଜାର ୯୧୯ ଜଣ ରହିବା କଥା ା ମାତ୍ର ଏବେ ଅଛନ୍ତି ୧ ହଜାର ୭୦୯ ଜଣ। ୧୨୧୦ ପଦବୀ ଖାଲି ରହିଛି। ଜିଲାରେ ୩୯୯ ଡାକ୍ତର ରହିବା ବଦଳରେ ଏବେ ୧୮୯ ଡାକ୍ତର ସେବା ଯୋଗାଉଛନ୍ତି। ୨୧୦ ଡାକ୍ତର ପଦବୀ ଖାଲି ପଡିଛି ା
ସେହିପରି ଆସିଷ୍ଟାଣ୍ଟ ମାଟ୍ରନ ୨ଟି ପଦବୀ ଖାଲି ପଡିଥିବା ବେଳେ ୨ ନର୍ସିଂ ସିଷ୍ଟର, ୪୨ ଷ୍ଟାଫ୍‌ ନର୍ସ, ୨୭ ଫାର୍ମାସିଷ୍ଟ, ୧୨ ରେଡିଓଗ୍ରାଫର, ୩୬ ଲ୍ୟାବ୍‌ ଟେକ୍ନିସିଆନ୍‌ ପଦବୀ ଖାଲି ରହିଛି ା ଅନ୍ୟପକ୍ଷରେ ଜିଲାରେ କେହି ଫୁଡ୍‌ ଇନ୍ସପେକ୍ଟର, ଫିଜିଓ ଥେରାପିଷ୍ଟ ନ ଥିବା ବେଳେ ସମସ୍ତ ୯ ନନ୍‌ ମେଡିକାଲ ସୁପରଭାଇଜର ପଦବୀ ଖାଲି ଥିବା ସୂଚନା ଦିଆଯାଇଛି। ୨୦ ପିଅନ, ୧୦୬ ଆଟେଡାଣ୍ଟ, ୨୫ ସିନିୟର ହେଲପର, ୪ ଧୋବି, ୫ ୱାଚମ୍ୟାନ୍‌, ୨୮ କୁକ୍‌, ୭୯ ସ୍ବାସ୍ଥ୍ୟକର୍ମୀ, ୨୭ କ୍ଲର୍କ, ୨୩ ଡ୍ରାଇଭର ପଦବୀ ଖାଲି ରହିଛି ା ଜିଲାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ପ୍ରସବ (ଡେଲିଭରି) ହେଉ ନ ଥିବା ଦିଆଯାଇଥିବା ତଥ୍ୟରୁ ଜଣାପଡିଛି ା ଜିଲା ହେଡକ୍ୱାର୍ଟର ହସ୍ପିଟାଲ, ଛତ୍ରପୁର ଓ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ, ୨୮ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୨୬ଟିରେ ପ୍ରସବ କରାଯାଉଛି ା ଜିଲାରେ ୯୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ନୂଆ) ରହିଥିବା ବେଳେ ସେଥିରୁ ମାତ୍ର ୮ ଟିରେ ପ୍ରସବ କରାଯାଉଛି। ଜିଲାର କୌଣସି ବି ଅପଗ୍ରେଡେଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡେଲିଭରି ହେଉ ନ ଥିବା ଜଣାପଡିଛି। ୪୬୦ ସବସେଣ୍ଟର ମଧ୍ୟରୁ ୨ଟିରେ ପ୍ରସବ କରାଯାଉଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୯୪୯ ଶଯ୍ୟା ରହିଛି। ସେଥିମଧ୍ୟରେ ଜିଲା ହେଡକ୍ୱାର୍ଟର ହସ୍ପିଟାଲରେ ୧୩୭ ଶଯ୍ୟା ରହିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲରେ ୮୦, ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ୭୬, ହିଞ୍ଜିଳିରେ ୧୦, ୨୩ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୭୨ ଏବଂ ୧୧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୭୪ ଶଯ୍ୟା ରହିଛି ା