ଗଞ୍ଜାମ ଜିଲାରେ ଟିଡି ଟିକାର ବ୍ୟବହାର ଆରମ୍ଭ : ୧ ଲକ୍ଷ ୭୭ହଜାର ଜଣଙ୍କୁ ଦିଆଯିବ ଟିକା

ବ୍ରହ୍ମପୁର ଅଫିସ୍‌,୧୩ା୬-ଗଞ୍ଜାମ ଜିଲାରେ ଟିଟାନାସ୍‌ ଏବଂ ଆଡଲଟ୍‌ ଡିପ୍‌ଥେରିଆ (ଟିଡି) ଟିକାର ବ୍ୟବହାର ଆରମ୍ଭ ହୋଇଛି। ବ୍ରହ୍ମପୁର ସିଟି ହସ୍ପିଟାଲ୍‌ ପରିସରସ୍ଥ ପୋଷ୍ଟପାର୍ଟମ ଏବଂ ଟିକାକରଣ କେନ୍ଦ୍ରରେ ବୁଧବାର ସକାଳେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ଏହାକୁ ଆରମ୍ଭ କରିଥିଲେ। ପୂର୍ବରୁ ଗର୍ଭବତୀ ଏବଂ ଶିଶୁମାନଙ୍କୁ ଟିଟାନସ୍‌ ଟକ୍ସାଇଡ୍‌(ଟିଟି) ଟିକା ଦିଆଯାଉଥିଲା। କିନ୍ତୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନ୍ୟାଶନାଲ୍‌ ଟେକ୍ନିକାଲ୍‌ ଆଡଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେଶନ୍‌(ଏନ୍‌ଟିଏଜିଆଇ) ତରଫରୁ ଟିଟି ବଦଳରେ ଟିଡି ଟିକାର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ୧୩୩ ଦେଶ ଏହାକୁ ଲାଗୁ କରିସାରିଲେଣି। ଶିଶୁଙ୍କୁ ଟିଟି ଟିକା ଦିଆଯାଉଥିଲେ ମଧ୍ୟ ଡିପ୍‌ଥେରିଆ ରୋଗ ଦେଖିବାକୁ ମିଳିଥିଲା । କ୍ରମାଗତ ଭାବେ ଡିପ୍‌ଥେରିଆ ରୋଗୀର ଶିଶୁମାନେ ଅଧିକରୁ ଅଧିକ ଆକ୍ରାନ୍ତ ହେବାରେ ଲାଗିଲେ। ତେଣୁ ଚଳିତ ବର୍ଷଠାରୁ ଟିଟି ବଦଳରେ ଟିଡି ଟିକା ଦେବାକୁ ନିଷ୍ପତ୍ତିି ହୋଇଛି । ଗର୍ଭବତୀଙ୍କୁ ୩ଟି ପର୍ଯ୍ୟାୟରେ ଯଥା ଗର୍ଭାବସ୍ଥାର ପ୍ରାଥମିକ ଅବସ୍ଥା, ଏହାର ୪ ସପ୍ତାହ ପରେ ଏବଂ ଯଦି ପୂର୍ବ ଗର୍ଭଧାରଣର ତିନି ବର୍ଷ ପରେ ପୁଣି ଗର୍ଭଧାରଣ କରନ୍ତି, ତେବେ ପୁଣି ଥରେ ଟିଡି ଟିକା ଦିଆଯିବ। ସେହିପରି ୧୦ବର୍ଷ ଏବଂ ୧୬ ବର୍ଷରେ ପିଲାମାନଙ୍କୁ ମଧ୍ୟ ଏହି ଟିକା ଦିଆଯିବ । ଗଞ୍ଜାମ ଜିଲାରେ ପ୍ରାୟ ୫୯,୩୬୮ଜଣ ଗର୍ଭବତୀ, ୫୮,୩୪୨ଜଣ ୧୦ବର୍ଷୀୟ ଶିଶୁ ଏବଂ ୫୯,୫୦୩ଜଣ ୧୬ବର୍ଷ ବୟସ୍କ ଏପରି ଭାବେ ମୋଟ ୧ ଲକ୍ଷ ୭୭ହଜାର ୨୧୩ଜଣଙ୍କୁ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଏଏନ୍‌ଏମ୍‌, ସ୍ବାସ୍ଥ୍ୟ କର୍ମୀ ଏବଂ ମେଡ଼ିକାଲ୍‌ ଅଫିସର୍‌ଙ୍କୁ ଏ ସମ୍ପର୍କରେ ତାଲିମ୍‌ ପ୍ରଦାନ କରାଯାଇଛି। ପର୍ଯ୍ୟାୟକ୍ରମେ ଜିଲାବ୍ୟାପୀ ଟିକାକରଣ କରାଯିବ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଏଡିପିଏଚ୍‌ଓ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ, ସିଟି ହସ୍ପିଟାଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଡା. ପି. କୁର୍ମେୟା, ପ୍ରଫେସର(କମ୍ୟୁନିଟି ମେଡ଼ିସିନ୍‌) ଡା. ଦୁର୍ଗା ପ୍ରସାଦ ଶତପଥୀ, ପୋଷ୍ଟପାର୍ଟମ ଏବଂ ଟିକାକରଣ କେନ୍ଦ୍ରର ମୁଖ୍ୟ ଡା. ସୀତାଂଶୁ ଶତପଥୀ, ପ୍ରଜନନ ଏବଂ ଶିଶୁ ସ୍ବାସ୍ଥ୍ୟ ପ୍ରବନ୍ଧକ ଶକ୍ତି କୁମାର ଦିଗାଲ୍‌ଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri