ଗଞ୍ଜାମ ଜିଲାରେ ଟିଡି ଟିକାର ବ୍ୟବହାର ଆରମ୍ଭ : ୧ ଲକ୍ଷ ୭୭ହଜାର ଜଣଙ୍କୁ ଦିଆଯିବ ଟିକା

ବ୍ରହ୍ମପୁର ଅଫିସ୍‌,୧୩ା୬-ଗଞ୍ଜାମ ଜିଲାରେ ଟିଟାନାସ୍‌ ଏବଂ ଆଡଲଟ୍‌ ଡିପ୍‌ଥେରିଆ (ଟିଡି) ଟିକାର ବ୍ୟବହାର ଆରମ୍ଭ ହୋଇଛି। ବ୍ରହ୍ମପୁର ସିଟି ହସ୍ପିଟାଲ୍‌ ପରିସରସ୍ଥ ପୋଷ୍ଟପାର୍ଟମ ଏବଂ ଟିକାକରଣ କେନ୍ଦ୍ରରେ ବୁଧବାର ସକାଳେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ଏହାକୁ ଆରମ୍ଭ କରିଥିଲେ। ପୂର୍ବରୁ ଗର୍ଭବତୀ ଏବଂ ଶିଶୁମାନଙ୍କୁ ଟିଟାନସ୍‌ ଟକ୍ସାଇଡ୍‌(ଟିଟି) ଟିକା ଦିଆଯାଉଥିଲା। କିନ୍ତୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନ୍ୟାଶନାଲ୍‌ ଟେକ୍ନିକାଲ୍‌ ଆଡଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେଶନ୍‌(ଏନ୍‌ଟିଏଜିଆଇ) ତରଫରୁ ଟିଟି ବଦଳରେ ଟିଡି ଟିକାର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ୧୩୩ ଦେଶ ଏହାକୁ ଲାଗୁ କରିସାରିଲେଣି। ଶିଶୁଙ୍କୁ ଟିଟି ଟିକା ଦିଆଯାଉଥିଲେ ମଧ୍ୟ ଡିପ୍‌ଥେରିଆ ରୋଗ ଦେଖିବାକୁ ମିଳିଥିଲା । କ୍ରମାଗତ ଭାବେ ଡିପ୍‌ଥେରିଆ ରୋଗୀର ଶିଶୁମାନେ ଅଧିକରୁ ଅଧିକ ଆକ୍ରାନ୍ତ ହେବାରେ ଲାଗିଲେ। ତେଣୁ ଚଳିତ ବର୍ଷଠାରୁ ଟିଟି ବଦଳରେ ଟିଡି ଟିକା ଦେବାକୁ ନିଷ୍ପତ୍ତିି ହୋଇଛି । ଗର୍ଭବତୀଙ୍କୁ ୩ଟି ପର୍ଯ୍ୟାୟରେ ଯଥା ଗର୍ଭାବସ୍ଥାର ପ୍ରାଥମିକ ଅବସ୍ଥା, ଏହାର ୪ ସପ୍ତାହ ପରେ ଏବଂ ଯଦି ପୂର୍ବ ଗର୍ଭଧାରଣର ତିନି ବର୍ଷ ପରେ ପୁଣି ଗର୍ଭଧାରଣ କରନ୍ତି, ତେବେ ପୁଣି ଥରେ ଟିଡି ଟିକା ଦିଆଯିବ। ସେହିପରି ୧୦ବର୍ଷ ଏବଂ ୧୬ ବର୍ଷରେ ପିଲାମାନଙ୍କୁ ମଧ୍ୟ ଏହି ଟିକା ଦିଆଯିବ । ଗଞ୍ଜାମ ଜିଲାରେ ପ୍ରାୟ ୫୯,୩୬୮ଜଣ ଗର୍ଭବତୀ, ୫୮,୩୪୨ଜଣ ୧୦ବର୍ଷୀୟ ଶିଶୁ ଏବଂ ୫୯,୫୦୩ଜଣ ୧୬ବର୍ଷ ବୟସ୍କ ଏପରି ଭାବେ ମୋଟ ୧ ଲକ୍ଷ ୭୭ହଜାର ୨୧୩ଜଣଙ୍କୁ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଏଏନ୍‌ଏମ୍‌, ସ୍ବାସ୍ଥ୍ୟ କର୍ମୀ ଏବଂ ମେଡ଼ିକାଲ୍‌ ଅଫିସର୍‌ଙ୍କୁ ଏ ସମ୍ପର୍କରେ ତାଲିମ୍‌ ପ୍ରଦାନ କରାଯାଇଛି। ପର୍ଯ୍ୟାୟକ୍ରମେ ଜିଲାବ୍ୟାପୀ ଟିକାକରଣ କରାଯିବ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଏଡିପିଏଚ୍‌ଓ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ, ସିଟି ହସ୍ପିଟାଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଡା. ପି. କୁର୍ମେୟା, ପ୍ରଫେସର(କମ୍ୟୁନିଟି ମେଡ଼ିସିନ୍‌) ଡା. ଦୁର୍ଗା ପ୍ରସାଦ ଶତପଥୀ, ପୋଷ୍ଟପାର୍ଟମ ଏବଂ ଟିକାକରଣ କେନ୍ଦ୍ରର ମୁଖ୍ୟ ଡା. ସୀତାଂଶୁ ଶତପଥୀ, ପ୍ରଜନନ ଏବଂ ଶିଶୁ ସ୍ବାସ୍ଥ୍ୟ ପ୍ରବନ୍ଧକ ଶକ୍ତି କୁମାର ଦିଗାଲ୍‌ଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri