ଗଞ୍ଜାମ:୧୮ବର୍ଷରେ ୬ଲକ୍ଷ ୬୮ହଜାର ଜନସଂଖ୍ୟା ବୃଦ୍ଧି

ବ୍ରହ୍ମପୁର ଅଫିସ୍‌,୧୪ା୭-ଗଞ୍ଜାମ ଜିଲାରେ ଜନସଂଖ୍ୟା ବୃଦ୍ଧି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି । ୨୦୦୧ ଜନଗଣନା ବେଳେ ଜିଲାରେ ଜନସଂଖ୍ୟା ଥିଲା ୩୧ଲକ୍ଷ ୬୦ହଜାର ୬୩୫ । ହେଲେ ୨୦୧୯ ବେଳକୁ ଏହା ୩୮ଲକ୍ଷ ୨୮ହଜାର ୮୭୩ରେ ପହଞ୍ଚିଲାଣି । ଅନୁମାନ କରାଯାଉଛି ଯେ, ଦିନ ଆସିବ ଭବିଷ୍ୟତରେ ଲୋକମାନେ ରହିବା ପାଇଁ ଜାଗା କିମ୍ବା ଖାଇବା ପାଇଁ ଖାଦ୍ୟ ପାଇବେ ନାହିଁ । ଏଣୁ ବର୍ତ୍ତମାନଠାରୁ ହିଁ ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ସମସ୍ତେ ସଚେତନ ହେବା ଦରକାର । ଆସନ୍ତା ୧ ମାସ ପର୍ଯ୍ୟନ୍ତ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଚେତନତା, ଅସ୍ତ୍ରୋପଚାର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଆଇଇସି ହଲ୍‌ରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଏହା ଘୋଷଣା କରାଯାଇଛି ।
ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ ରୋଗ) ଡା. ଆର୍‌. ଜଗଦୀଶ ପଟ୍ଟନାୟକ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(କୁଷ୍ଠ)ଡା. ତୃପ୍ତିଲତା ମହାପାତ୍ର, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡା. ଅବନୀ କୁମାର ପାତ୍ର ଉପସ୍ଥିତ ଥିଲେ। ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ବୈଠକରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁଯାୟୀ, ୨୦୧୮ରେ ବିଶ୍ୱ ଜନସଂଖ୍ୟା ପକ୍ଷ ପାଳନ ଅବସରରେ ୧୫ଦିନ ବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମରେ ୧୫ଶହ ବନ୍ଧ୍ୟାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ମାତ୍ର ୯୧୫ ବନ୍ଧ୍ୟାକରଣ ହୋଇପାରିଛି। ୨୮୬୫ ଆଇୟୁସିଡି ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୧୨୭୮ ଦିଆଯାଇଛି। ସେହିଭଳି ୧୧୭୫ଟି ‘ଅନ୍ତରା’(ଗର୍ଭନିରୋଧ ଇଞ୍ଜେକ୍ସନ) ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୬ଜଣ ମହିଳାଙ୍କୁ ହିଁ ଏହି ଇଞ୍ଜେକ୍ସନ ପ୍ରଦାନ କରାଯାଇଛି । ତେବେ ପୂର୍ବ ବର୍ଷଗୁଡ଼ିକରେ ମଧ୍ୟ ବନ୍ଧ୍ୟାକରଣ ସଂଖ୍ୟା ଖୁବ୍‌ କମ୍‌ ରହିଛି । ବିଶେଷକରି ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଅନାଗ୍ରହ ଦେଖିବାକୁ ମିଳୁଛି। ୨୦୧୮ରେ ୮ହଜାର ୬୭୭ଜଣଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେଥିରେ ପୁରୁଷଙ୍କ ସଂଖ୍ୟା ଥିଲା ମାତ୍ର ୨୫ । ସେହିଭଳି ୨୦୧୭ରେ ୮ହଜାର ୪୩୫ଜଣଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିବା ବେଳେ ପୁରୁଷଙ୍କ ସଂଖ୍ୟା ଥିଲା ୯ । ୨୦୧୬ରେ ୮ହଜାର ୩୩୬ଜଣଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇଥିଲା। ସେଥିରୁ ୫୧ଜଣ ଥିଲେ ପୁରୁଷ । ୨୦୧୫ରେ ୮ହଜାର ୯୧୬ଜଣଙ୍କ ଅସ୍ତ୍ରପଚାର ହୋଇଥିବା ବେଳେ ପୁରୁଷ ଥିଲେ ମାତ୍ର ୩୫ଜଣ । ଏଭଳି ଭାବେ ଗତ ୪ବର୍ଷ ଭିତରେ ମୋଟ ୩୪ହଜାର ୩୬୪ଜଣ ମହିଳା ଏବଂ ମାତ୍ର ୧୨୦ଜଣ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରପଚାର କରିଛନ୍ତି। ତେବେ ଚଳିତ ବର୍ଷ ବନ୍ଧ୍ୟାକରଣ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ ପ୍ରକାଶ କରିଥିଲେ । ଜୁନ୍‌ ୨୭ରୁ ଜୁଲାଇ ୧୦ତାରିଖ ପର୍ଯ୍ୟନ୍ତ ଆଶା, ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ମାଧ୍ୟମରେ ଜନସଂଖ୍ୟା ବୃଦ୍ଧିର କୁପ୍ରଭାବ ଏବଂ ପରିବାର ନିୟନ୍ତ୍ରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହା ପରେ ଜୁଲାଇ ୧୧ରୁ ୨୪ତାରିଖ ପର୍ଯ୍ୟନ୍ତ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଏବଂ ଗର୍ଭନିରୋଧ ଇଞ୍ଜେକ୍ସନ ପ୍ରଦାନ କରାଯିବ । ଚଳିତ ଥର ୧୫ଶହ ବନ୍ଧ୍ୟାକରଣ ଅସ୍ତ୍ରେପଚାର, ୨୮୬୫ ଆଇୟୁସିଡି ଏବଂ ୧୧୭୫ ଅନ୍ତରା ଇଞ୍ଜେକ୍ସନ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ମହିଳାମାନଙ୍କୁ ଗର୍ଭପାତ/ପ୍ରସବ ପରବର୍ତ୍ତୀ ଆଇୟୁସିଡି ପାଇଁ ୩ଶହ ଟଙ୍କା, ମହିଳା ବନ୍ଧ୍ୟାକରଣ ପାଇଁ ୧୪ଶହ ଟଙ୍କା, ପ୍ରସବ ପରବର୍ତ୍ତୀ ବନ୍ଧ୍ୟାକରଣ ପାଇଁ ୨୨ଶହ ଟଙ୍କା ଏବଂ ପୁରୁଷ ବନ୍ଧ୍ୟାକରଣ ପାଇଁ ୨ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ରାଶୀ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପାଣିଗ୍ରାହୀ ଚଳିତ ବର୍ଷର ସ୍ଲୋଗାନ୍‌ ‘ପରିବାର ନିୟୋଜନ କରି ତୁଲାନ୍ତୁ ଦାୟିତ୍ୱ, ମା ଓ ଶିଶୁ ସ୍ବାସ୍ଥ୍ୟ ପାଇଁ ରୁହନ୍ତୁ ସମ୍ପୂୂର୍ଣ୍ଣ ପ୍ରସ୍ତୁତ’ ଉପରେ ନିଜର ମତ ରଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କୌଳିକ ବୃତ୍ତିରୁ ମୁହଁ ଫେରେଇଲେଣି ବାଉଁଶ କାରିଗର: ପହଞ୍ଚୁନି ସରକାରୀ ପ୍ରୋତ୍ସାହନ

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ ):ଅତ୍ୟାଧୁନିକ ଯୁଗ ତଥା ଆଜିର ବିଜ୍ଞାନ ଯୁଗରେ ହାତ ତିଆରି ଜିନିଷ ଅଲୋଡ଼ା ହୋଇ ପଡୁଛି । ପ୍ଲାଷ୍ଟିକର ବହୁଳ ବ୍ୟବହାର ଏବଂ ବିଭିନ୍ନ…

ହନୁମାନ ଜୟନ୍ତୀ ପାଇଁ ଉତ୍ସବମୁଖର: ମନ୍ଦିରରେ ଭକ୍ତଙ୍କ ଭିଡ଼

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି, ଓଡିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ…

ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା, ମେରୁ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଦୀର୍ଘ ୨୧ଦିନ ଧରି ମା’ ଦଣ୍ଡକାଳୀ ଗାଁ ଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri