ଗଞ୍ଜାମରେ ୪ ନୂଆ ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮, ସୁସ୍ଥ ହେଲେଣି ୩୦୨

ବ୍ରହ୍ମପୁର ଅଫିସ,୨୯।୫: ପ୍ରବାସୀ ଫେରନ୍ତାଙ୍କ ପାଇଁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଜିଲାରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮ରେ ପହଞ୍ଚିଛି। ସେହିପରି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅବଶିଷ୍ଟ ୯୩ ଜଣ ଜିଲାର ବିଭିନ୍ନ କୋଭିଡ୍‌ -୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି । ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର କାମୁଥିବା ବେଳେ ଅନ୍ୟପଟେ ଦିନକୁ ଦିନ ନୂତନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।
ରାଜ୍ୟରେ ଏଯାବତ୍‌ ମୋଟ ୧୭୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଗଞ୍ଜାମ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ(୩୯୮) ରହିଥିବା ବେଳେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର(୨୫୩)।