Categories: ଗଞ୍ଜାମ

ଗଞ୍ଜାମରେ ସୁସ୍ଥ ହେଲେଣି ୨୦୩ କରୋନା ଆକ୍ରାନ୍ତ

ଛତ୍ରପୁର,୨୩ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଶନିବାର ପୁଣି ୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ପୂର୍ବରୁ ୧୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ମୋଟ ୨୦୩ଜଣ ସୁସ୍ଥ ହୋଇ ଫେରିଲେଣି। ଅପରପକ୍ଷରେ ଦିନକୁ ଦିନ ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ବଢିବାରେ ଲାଗିଛି। ସୁସ୍ଥ ମାନଙ୍କୁ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏମାନେ ଘରେ କ୍ୱାରାଣ୍ଟାଇନ୍‌ରେ ରହିବେ। ସ୍ବାସ୍ଥ୍ୟ ଟିମ୍‌ ନିୟମିତ ସେମାନଙ୍କ ଘରକୁ ଯାଇ ସ୍ବାସ୍ଥ୍ୟବସ୍ଥା ବୁଝିବେ। ତେବେ ପ୍ରାୟ ସମସ୍ତ ପଜିଟିଭ୍‌ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ହିଁ ଚିହ୍ନଟ ହେଉଛନ୍ତି। ଗୋଷ୍ଠୀ ସଂକ୍ରମଣ ହୋଇନି, ଏଣୁ କୌଣସି ଚିନ୍ତା କରିବାର ନାହିଁ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ କହିଛନ୍ତି। ସାମାଜିକ ଦୂରତା ରକ୍ଷା, ମାସ୍କ ଓ ଗ୍ଲୋବସ ବ୍ୟବହାର କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।