Categories: ଗଞ୍ଜାମ

ଗଞ୍ଜାମରେ ନୂଆ ୧୨ ସ୍ପେସାଲିଷ୍ଟ ଡାକ୍ତର ନିଯୁକ୍ତି

ଛତ୍ରପୁର,୧୯ା୧୦(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ହସ୍ପିଟାଲରେ ୧୨ ନୂଆ ସ୍ପେସାଲିଷ୍ଟ ଡାକ୍ତର ନିଯୁକ୍ତି ମିଳିଛି। ଏହି ଡାକ୍ତରମାନେ ବିଭିନ୍ନ ମେଡିକାଲ କଲେଜରୁ ନିକଟରେ ପିଜି ପାଶ୍‌ କରିବା ପରେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୭ତାରିଖରେ ଆସିଥିବା ଚିଠି (ନଂ.୨୫୯୩୨)ରୁ ଏହା ଜଣାପଡିଛି ା ୧୧୬ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେଥିରୁ ୧୨ ଜଣ ଗଞ୍ଜାମ ଜିଲା ପାଇଁ ରହିଛନ୍ତି। ଭଞ୍ଜନଗର ହସ୍ପିଟାଲ ନିମନ୍ତେ ଚକ୍ଷୁ ବିଶେଷଜ୍ଞ ଚନ୍ଦନ କୁମାର ମେକାପ, ଇଏନ୍‌ଟି ବିଶେଷଜ୍ଞ ସତ୍ୟ ରଞ୍ଜନ ମହାପାତ୍ର ଓ ଡା. ରଶ୍ମିତା ବେହେରାଙ୍କୁ ନିଯୁକ୍ତି ମିଳିଛି। ସେହିପରି ଛତ୍ରପୁର ହସ୍ପିଟାଲକୁ ଭେଷଜ ବିଶେଷଜ୍ଞ ସୁଶାନ୍ତ କୁମାର ନାହକ, ହିଞ୍ଜିଳି ହସ୍ପିଟାଲକୁ ଭେଷଜ ବିଶେଷଜ୍ଞ ସୌମ୍ୟ ରଞ୍ଜନ ମହାନ୍ତି, ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସର୍ଜରୀ ବିଶେଷଜ୍ଞ ସତିଶ କୁମାର ପାତ୍ର, ଖଲ୍ଲିିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସର୍ଜରୀ ବିଶେଷଜ୍ଞ ଇତିଶ୍ରୀ ଦାସ ଓ ଶିଶୁ ବିଶେଷଜ୍ଞ ମିନାକ୍ଷୀ କୁମାରୀ ସାହୁଙ୍କୁ ନିଯୁକ୍ତି ମିଳିଛି। ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସର୍ଜରୀ ବିଶେଷଜ୍ଞ ପଞ୍ଚାନନ ପାଣିଗ୍ରାହୀ, କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଶିଶୁ ବିଶେଷଜ୍ଞ ସୁଜିତ କୁମାର ବେହେରା, ବ୍ରହ୍ମପୁର ସିଟି ହସ୍ପିଟାଲକୁ ଡା. ବାପୁ ନାୟକ, ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଭେଷଜ ବିଶେଷଜ୍ଞ କେଦାରନାଥ ପରିଜାଙ୍କୁ ନିଯୁକ୍ତି ହୋଇଛି ା