ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ହୋଇନି: ଜିଲାପାଳ

ଛତ୍ରପୁର,୩।୬(ଡି.ଏନ.ଏ.)-ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ସଂଖ୍ୟା ଗଞ୍ଜାମ ଜିଲାରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୪୯୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ଜିଲାରେ ୧୫୬ କରୋନା ପଜିଟିଭ୍‌ ଆକ୍ଟିଭ୍‌ ଅଛନ୍ତି। ଏମାନଙ୍କୁ ଟାଟା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା କରାଯାଉଛି ା ଅପରପକ୍ଷରେ ବୁଧବାର ଗୋଟିଏ ଦିନରେ ଗଞ୍ଜାମ ଜିଲାରେ ୪୧ କରେନା ପଜିଟିଭ୍‌ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରାଣ୍ଟାଇନ ସେଣ୍ଟରରୁ ୧୫ ପଜିଟିଭ୍‌ ବାହାରିଛି। ଏଥିରେ ଆନ୍ଧ୍ରପ୍ରଦେଶରୁ ଜଣେ, ଗୁଜରାଟରୁ ୧୦ ଜଣ ଏବଂ ମହାରାଷ୍ଟ୍ରରୁ ଫେରିଥିବା ୪ ଜଣ ଅଛନ୍ତି। ଏଥିସହ ମହାରାଷ୍ଟ୍ର ଓ ଗୁଜରାଟରୁ ଫେରିଥିବା ୨୧ଜଣ ପ୍ରବାସୀ ପଜିଟିଭ୍‌ ହୋଇଛନ୍ତି ଏବଂ ଏମାନେ ହୋମ୍‌ କ୍ୱାରାଣ୍ଟାଇନରେ ରହିଥିଲେ। କରୋନ ପଜିଟିଭ୍‌ଙ୍କ କନଟାକ୍ଟରେ ଆସି ୫ ଜଣ ମଧ୍ୟ କରେନା ପଜିଟିଭ୍‌ ହୋଇଛନ୍ତି। ଅପରପକ୍ଷରେ ବୁଧବାର ୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏମାନଙ୍କୁ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଗଞ୍ଜାମକୁ ଫେରିଥିବା ପ୍ରବାସୀଙ୍କ ସଂସ୍ପର୍ଶରେ ଆସି କେତେକଙ୍କ ଠାରେ ପଜିଟିଭ୍‌ ବାହାରିଛି ଏବଂ ବର୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିପାଇଁ କୌଣସି ଭୟଭୀତ ନ ହେବାକୁ ଜିଲାପାଳ କହିଛନ୍ତି।