ଗଞ୍ଜାମରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ପୁଣି ୪ ପଜିଟିଭ୍‌ ଚିହ୍ନଟ

ଛତ୍ରପୁର,୧୪।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ୫୫ ବର୍ଷୀୟ ବ୍ୟକ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟଛି । ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରବିବାର ଟୁଇଟ୍‌ କରି ସୂଚନା ଦିଆଯାଇଛି । ଏହାଫଳରେ ଗଞ୍ଜାମ ଜିଲାରେ କରୋନା ପଜିଟିଭ୍‌ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛିା ଏହି ବ୍ୟକ୍ତି ଜଣଙ୍କ ଡାଇବେଟିସ୍‌, ହାଇପରଟେନଶନ୍‌, କ୍ରୋନିକ୍‌ କିଡ୍‌ନୀ‌ ରୋଗରେ ମଧ୍ୟ ଆକ୍ରାନ୍ତଥିଲେ । ଅପରପକ୍ଷରେ ରବିବାର ଜିଲାରେ ଆଉ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ ଚିକିଟି ବ୍ଲକର ୨ ଜଣ ଓ ଶେରଗଡ଼ ବ୍ଲକର ଜଣେ କରୋନା ଯୋଦ୍ଧା ରହିଛନ୍ତି । ଏଥିସହ ସାନଖେମୁଣ୍ଡି ବ୍ଲକର ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନେ କରୋନା ପଜିଟିଭ୍‌ ମାନଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍‌ ହୋଇଛନ୍ତି । ରବିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି ।