ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୭।୬(ବ୍ୟୁରୋ): କରୋନାରେ ପ୍ରାଣ ହରାଇଥିବା ୯ମ ଆକ୍ରାନ୍ତ ଗଞ୍ଜାମ ଜିଲାର। ସେ ୫୫ବର୍ଷୀୟ ପୁରୁଷ। ସେ ଯକ୍ଷ୍ମା ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। କରୋନା ସଂକ୍ରମିତ ହେବା ପରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ତେବେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃ୍‌ଦ୍ଧି ପାଇଛି।

ପ୍ରକାଶ ଯେ, ରାଜ୍ୟରେ ରବିବାର ୭୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୫୬ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରୁ ୧,୭୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୧୨୯ ଆକ୍ଟିଭ କେସ୍‌ ରହିଛି। ସେହିଭଳି କରୋନାରେ ୯ଜଣଙ୍କ ମୃତ୍ୟୁ ଘଟିଛି।