Categories: ଯାଜପୁର

ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଧର୍ମଶାଳା,୧୭ା୬(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଚଳଚଞ୍ଚଳ ହୋଇଛି। ଏହି ଅବସରରେ ପ୍ରଥମେ ସ୍ନାନବେଦୀରେ ମହାପ୍ରଭୁ ଜଗନ୍ନାଥ, ବଳଦେବ ଓ ମା’ ଶୁଭଦ୍ରାଙ୍କ ସୁଦର୍ଶନଙ୍କୁ ମନ୍ଦିରରୁ ସ୍ନାନବେଦୀ ପର୍ଯନ୍ତ ନିଆଯାଇଥିଲା। ସ୍ନାନବେଦୀରେ ଠାକୁରଙ୍କ ସ୍ନାନ କରାଯାଇଥିଲା। ପରେ ହାତୀବେଶରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୋରଣ, ମୁଖାରବିନ୍ଦ, ଅଧର, ଥୋଡପାହୁଡ, କର୍ଣ୍ଣ, ବଜରକୁମ୍ଭ, ଆଡକାନି, ପଦ୍ମକଢ, ନାକଚଣା, ଚିତା ତିଳକ ଓ କର ପଲ୍ଲବରେ ସୁସଜ୍ଜିତ କରାଯାଇଥିଲା। ପ୍ରଭୁ ବଳଦେବଙ୍କୁ ମଧ୍ୟ ଅନୁରୂପ ଭାବେ ସାଜରେ ସଜ୍ଜିତ କରାଯିବା ସହ ସୁଦର୍ଶନଙ୍କ ମସ୍ତକରେ ନୀଳଚକ୍ର ଖଞ୍ଜାଯାଇଥିଲା। ଛେରାପହଁରା ପରେ ଏହି ବେଶ କରାଯାଇଥିଲା। ସ୍ନାନ ବେଦୀ ଉପରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଏହି ବେଶ ଦର୍ଶନ କରିଥିଲେ। ପରିଚାଳନା ମୁଖ୍ୟ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, ଅବସରପ୍ରାପ୍ତ ସିଡିଏମ୍‌ଓ ବିଜୟ କୁମାର ଶତପଥୀ, ପ୍ରାକ୍ତନ ସିଡିଏମ୍‌ଓ ରମେଶଚନ୍ଦ୍ର ସାହୁ, ପ୍ରତିଷ୍ଠାତା ସଭ୍ୟ ପୀତାମ୍ବର ଜେନା, ଅବଧୂତ ରାଉତ, ପ୍ରସନ୍ନ କୁମାର ବରାଳ, ଇନ୍ଦ୍ରମଣି ମହାନ୍ତି, କାର୍ତ୍ତିକ ଚନ୍ଦ୍ର ସାହାଣୀ, ସବ୍ୟସାଚୀ ବେହେରା ପ୍ରମୁଖ ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟ ପରିଚାଳନା କରିଥିଲେ। ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। (ଫଟୋ-୨-ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଓ ଠାକୁରଙ୍କ ଗଜାନନ ବେଶ