Posted inଫୁରସତ

ଗଛ କରୁଛି ଟ୍ବିଟ୍‌

ଆଜିର ଏହି ସୋସିଆଲ ମିଡିଆ ଯୁଗରେ ସୋସିଆଲ ସାଇଟ୍ସକୁ ନେଇ ପ୍ରାୟ ସମସ୍ତେ ଅବଗତ। ଫେସବୁକ, ହ୍ବାଟ୍ସଆପ, ଟ୍ବିଟର ଭଳି ସୋସିଆଲ ସାଇଟ୍ସର ଏବେ ବହୁଳ ବ୍ୟବହାର ହେବାରେ ଲାଗିଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ମଣିଷଙ୍କ ଭଳି ଏବେ ଏକ ଗଛ ମଧ୍ୟ କରୁଛି ଟ୍ବିଟ୍‌। ମାଶାଚୁସେଟ ପିଟରସନ୍‌ର ହାଓ୍ବାର୍ଡ ଜଙ୍ଗଲରେ ରହିଛି ଏଭଳି ଏକ ଗଛ ଯିଏକି ପରିବେଶର ତାପମାତ୍ରା ସମ୍ପର୍କରେ ଅବଗତ କରାଇବାକୁ ଯାଇ ପ୍ରତିଦିନ କରୁଛି ଟ୍ବିଟ୍‌। ୮୫ ଫୁଟ ଲମ୍ବ ବିଶିଷ୍ଟ ଏହି ଗଛଟି ହାଓ୍ବାର୍ଡ ଜଙ୍ଗଲରେ ଥିବା ସବୁଠାରୁ ପୁରୁଣା ଗଛ। ଯାହାର ନାଆ ହେଉଛି ‘ରେଡ ଓକ୍‌’। ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ଏରିଜୋନା ବିଶ୍ୱବିଦ୍ୟାଳୟର ଏକ ପୋଷ୍ଟ ଡକ୍ଟୋରାଲ ଟିମ୍‌ ଏଠାରେ ଥିବା ବିଭିନ୍ନ ଗଛ ଉପରେ ଗବେଷଣା କରିବା ପରେ ଏହି ଗଛକୁ ବାଛିଥିଲେ ଏଭଳି ଏକ ଆଧୁନୀକ ପରିକ୍ଷଣ କରିବା ଲାଗି। ଗବେଷକମାନେ ଏହି ଗଛରେ ବିଭିନ୍ନ କାର୍ଯ୍ୟ ଲାଗି ଭିନ୍ନ ଭିନ୍ନ ଅଟୋମେଟିକ ସେନସର ଲଗାଇଛନ୍ତି ଯାହା ବୋଟ୍‌କୁ ଡାଟା ପ୍ରଦାନ କରିଥାଏ ଏବଂ ଏହି ବୋଟ ଟ୍ବିଟରରେ ଟ୍ବିଟ କରିଥାଏ। ଗଛର ଶାଖା ଏବଂ ଗଣ୍ଡିରେ ଲାଗିଥିବା ଏହି ସେନସର ବାୟୁମଣ୍ଡଳ ତାପମାତ୍ରା ସମ୍ପର୍କରେ ସୂଚନା ଦେବା ସହ ଗଛ ଏବଂ ଜଙ୍ଗଲରେ ପାଣିର ମାତ୍ରା ସମ୍ପର୍କରେ ମଧ୍ୟ ଅବଗତ କରାଇଥାଏ। କେବଳ ସେତିକି ନୁହେଁ ଏହି ଗଛରେ ଏକ କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି ଯାହା ବିଭିନ୍ନ ସମୟରେ ପାରିପାର୍ଶ୍ୱିକ ପରିବେଶର ଫଟୋ ଉଠାଇ ଟ୍ବିଟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri