ଗଛରେ ରାଖୀ ବାନ୍ଧିଲେ ଛାତ୍ରୀ, ଅତିଥି, ଶିକ୍ଷୟିତ୍ରୀ

ଚନ୍ଦାହାଣ୍ଡି, ୧୫।୮(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଯାଦବ ମାଝି ବାଳିକା ବିଦ୍ୟାଳୟରେ ଗୁରୁବାର ସ୍ବାଧୀନତା ଦିବସ ଓ ରକ୍ଷାବନ୍ଧନ ପାଳନ କରାଯାଇଛି। ବିଦ୍ୟାଳୟ ପୂର୍ବତନ ସମ୍ପାଦକ ତଥା ଜିଲା ଭାଜପା ସଭାପତି ଗୋବିନ୍ଦ କୁମାର ଜୈନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ନଜରାନା ପରବିନ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବ୍ଲକ ବିଜେଡି ସଭାପତି ଗୌରହରି ନାୟକ, ଖବରଦାତା ଦିଲୀପ ଦାସ, ଶ୍ୟାମଲାଲ ସାହୁ, ମଣ୍ଡଳ ସଭାପତି ଡମ୍ବରୁ ମାଝି, ପ୍ରତାପ ବାଘ ପ୍ରମୁଖ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ସ୍କୁଲ ପରିସରରେ ଥିବା ଗଛଗୁଡିକୁ ଛାତ୍ରୀ, ଶିକ୍ଷୟିତ୍ରୀ ଓ ଅତିଥିମାନେ ପୂଜା କରି ରାଖୀ ବାନ୍ଧିଥିଲେ। ସ୍କୁଲ ପରିବେଶକୁ ସବୁଜ ସୁନ୍ଦର ରଖିବା ପାଇଁ ଗଛରେ ରାଖୀ ବାନ୍ଧିଛୁ ବୋଲି ଛାତ୍ରୀମାନେ କହିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଲକ୍ଷ୍ମୀଧର ନାୟକ, ଦେବରାଜ ସାହୁ, ପ୍ରତିଭା ଖମାରୀ, ସୁଚିତ୍ରା ଶତପଥୀ, ତରଣୀ ସାହୁ, ଧରିତ୍ରୀ ସାହୁ ତପନ ପୂଜାରା ପ୍ରମୁଖ ଉପସ୍ଥିତ ଥିଲେ।