ଗଛକୁ ଧକ୍କା ଦେଲା ଗାଡ଼ି: ୪ ଆହତ

ଠାକୁରମୁଣ୍ଡା,୧୨ା୧୨(ଡି.ଏନ୍‌.ଏ.)- ଠାକୁରମୁଣ୍ଡାଠାରୁ ୪ କି.ମି ଦୂର ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର ହାଣ୍ଡିଫୁଟା ଛକ ନିକଟରେ ବୁଧବାର ସକାଳେ ଏକ ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଏକ ଟାଟା ସୁମୋ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରୁ ଜଣେ ରୋଗୀଙ୍କୁ ନେଇ ସମ୍ପର୍କୀୟମାନେ ଠାକୁରମୁଣ୍ଡା ନିକଟ ଚିରୁପଦା ଗ୍ରାମର ଜଣେ ବୈଦ୍ୟଙ୍କୁ ଦେଖାଇବାକୁ ଆସୁଥିଲେ। ଡ୍ରାଇଭର ଭାରସାମ୍ୟ ହରାଇ ଗାଡ଼ିକୁ ଏକ ଗଛରେ ପିଟି ଦେଇଥିଲେ। ଏହି ଦୁର୍ଘଟଣାରେ ଗାଡ଼ିିରେ ଥିବା ରୋଗୀ ସଳକା ମହାନ୍ତ (୭୫), ପ୍ରଜ୍ଞାନ ମହାନ୍ତ( ୮୦) , ନୟନ କୁମାର ମହାନ୍ତ (୪୫) ଓ ନମିତା ମହାନ୍ତ (୩୨) ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।