Categories: ଜାତୀୟ

ଗଙ୍ଗା ପ୍ରଦୂଷଣ: ମୋଦି ସରକାର ଆଣିବେ ନୂଆ ଆଇନ; ୫ ବର୍ଷ ଜେଲ୍‌ ସହିତ ହୋଇପାରେ ୫୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭।୧୧: ଗଙ୍ଗା ପ୍ରଦୂଷଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନୂଆ ଆଇନ ଆଣିବେ। ଏନେଇ ଶୀତ ଅଧିବେଶନରେ ପ୍ରସ୍ତାବ ଅଣାଯିବାର ସମ୍ଭାବନା ରହିଛି। ଏହା ଆଇନରେ ପରିଣତ ହେଲେ ପ୍ରଦୂଷଣକାରୀଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡ ସହିତ ୫୦ କୋଟି ଟଙ୍କାର ଜରିମାନା ଦଣ୍ଡାଦେଶ କରାଯିବ। ଗଙ୍ଗାରେ ବର୍ଜ୍ୟବସ୍ତୁ ପକାଇବା, ପାଣି ଅବରୋଧ କରିବା, ବେଆଇନ ନିର୍ମାଣ ଆଦି ୧୩ ପ୍ରକାର କାର୍ଯ୍ୟଦ୍ୱାରା ପ୍ରଦୂଷଣ ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷ ଅବା ଶିଳ୍ପସଂସ୍ଥା ମାଲିକଙ୍କ ଉପରେ ଏହି ନିୟମ ଲାଗୁ ହେବ ବୋଲି କୁହାଯାଉଛି।

 

Share