ହିଞ୍ଜିଳିକାଟୁ,୨୦ା୧୦(ଡି.ଏନ୍.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମରେ ଜଣେ ବିବାହିତା ମହିଳା ଚାକିରୀ ନ ଛାଡ଼ିବାରୁ ଗ୍ରାମ୍ୟ କମିଟି କଙ୍ଗାରୁ କୋର୍ଟ କରି ମହିଳାଙ୍କ ମା’ ବାପାଙ୍କୁ ଗ୍ରାମରୁ ସାମାଜିକ ବାସନ୍ଦ କରିଛନ୍ତି। ଗତ ଜୁଲାଇ ୪ରେ ଗ୍ରାମର ନାଡ଼ି ରାଜେଶ୍ୱରୀ ଓ ନାଡ଼ି ଭଗବାନଙ୍କ ପରିବାରଙ୍କୁ ଗ୍ରାମ୍ୟ କମିଟି ଏହି ଦଣ୍ଡାଦେଶ ଶୁଣାଇଥିଲେ। ୫ହଜାର ୫ଶହ ଟଙ୍କା ଜରିମାନା କରିବା ସହ ଧେଣ୍ଡୁରା ଦେଇ ନିଅଁ।ପାଣି ଓ ସାମାଜିକ ବାସନ୍ଦ କରିଛନ୍ତି। ଏନେଇ ପ୍ରଥମେ ଧରିତ୍ରୀ/ଓଡ଼ିଶା ପୋଷ୍ଟରେ ଗତ ୩ରେ ଖବର ପ୍ରକାଶିତ ପରେ ରଫାଦଫା ପାଇଁ ପ୍ରଶାସନ ଉଦ୍ୟମ କରିଥିଲା। ଗ୍ରାମର କିଛି ବ୍ୟକ୍ତିଙ୍କ ଜିଦ୍ ଯୋଗୁ ଏମାନେ ଗଁ।କୁ ଫେରିବାକୁ ଭୟ କରୁଛନ୍ତି। ଶୁକ୍ରବାର ବାସନ୍ଦ ପରିବାର ଯୋଡ଼ହସ୍ତରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ, ପୋଲିସ ଉଚ୍ଚ ଅଧିକାରୀ ଓ ଗଁ। ଲୋକଙ୍କୁ ନିବେଦନ କରି ସେମାନଙ୍କୁ ଗଁ। ରେ ଶାନ୍ତିରେ ରହିବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଭିଡ଼ିଓ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ପରେ ବହୁ ମାନବ ଅଧିକାର ଓ ସମାଜିକ କର୍ମୀଙ୍କ ସମେତ ବିଭିନ୍ନ ସ୍ତରରେ ପ୍ରଶାସନର ସ୍ଥାଣୁତା ଓ ଗ୍ରାମ୍ୟ କମିଟି ନାମରେ କଙ୍ଗାରୁ କୋର୍ଟକୁ ବିରୋଧ କରିଛନ୍ତି।
ପ୍ରକାଶ ଥାଉ କି, ବଡ଼ଖଣ୍ଡି ଗ୍ରାମର ନାଡ଼ି ଭଗବାନଙ୍କ ସାନ ଝିଅ ମମତା ଗଜପତି ଜିଲା ଲକ୍ଷ୍ମୀପୁର ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଅଛନ୍ତି। ସେ ବଡ଼ଖଣ୍ଡି ଗ୍ରାମରେ ବିବାହ କରିଥିଲେ। ସ୍ବାମୀଙ୍କ ସହ ମତାନ୍ତର ଯୋଗୁ ଗ୍ରାମ୍ୟ କମିଟି ବିଚାର କରି ମମତାଙ୍କୁ ଚାକିରି ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା। ଏଥିରେ ଅରାଜି ହେବାରୁ ତାଙ୍କ ପରିବାରକୁ ବାସନ୍ଦ କରାଯାଇଥିଲା।
କମିଟି ପକ୍ଷରୁ ନାଡ଼ି ଭଗବାନଙ୍କ ପରିବାରକୁ କୌଣସି ବାସନ୍ଦ କରାଯିବ ନାହିଁ ବୋଲି ଗ୍ରାମବାସୀ ପ୍ରତିଶ୍ରୁତି ଦେଇଥିବା ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାଶ କହିଛନ୍ତି।
ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ
ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…
ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର
ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…
ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…
ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼
ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…
ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…
ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…
ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା
ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…
ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…
୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…
Archives

