ଗଁ।କୁ ଫେରୁନି ଦାଦନ ଶ୍ରମିକଙ୍କ ମୃତଦେହ

ଖଲ୍ଲିକୋଟ,୨୨ା୧୦(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ ଖୋଜାପଲି ଗ୍ରାମର ହରସ ସାମଲ (୨୬)ଙ୍କ ଗତ ୧୧ ଅକ୍ଟୋବରରେ ମୃତ୍ୟୁ ହୋଇଥିବା ନେଇ କୁଏତରୁ ପରିବାରକୁ ଫୋନ ଆସିଥିଲା। ପରିବାର ଲୋକେ ପ୍ରଥମେ ଖଲ୍ଲିକୋଟ ତହସିଲଦାରଙ୍କୁ ଜଣାଇଥିଲେ। ତହସିଲଦାର ଚିତ୍ତରଞ୍ଜନ ମହାନ୍ତ ଜିଲା ପ୍ରଶାସନକୁ ଏହି ବିଷୟରେ ଅବଗତ କରାଇଥିଲେ। କିନ୍ତୁ ମୃତ୍ୟୁକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ ମୃତଦେହ ଗାଁକୁ ଫେରିନି। ଏ ନେଇ ଜିଲା ଶ୍ରମ ଅଧିକାରୀ ଶିବ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଗତ ୧୯ ତାରିଖରେ ସରକାରଙ୍କୁ ଅବଗତ କରାଯାଇଛି। ଶୀଘ୍ର ଆଣିବା ପାଇଁ ଚେଷ୍ଟା ଚାଲିଛି। ଅନ୍ୟପଟେ ପରିବାର ଲୋକ, ବଂଶଧର ହରସଙ୍କ ମୃତଦେହ ଫେରିବା ବାଟକୁ ଚାହିଁ ରହିଛନ୍ତି। ଶୀଘ୍ର ପ୍ରଶାସନ ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ପ୍ରକାଶ ଯେ, ଦେଢ଼ ବର୍ଷ ହେଲା ହରସ କୁଏତ୍‌ର ଏକ କମ୍ପାନୀରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଗତ ୧୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ଘରକୁ ଫୋନ ଆସିଥିଲା। ଏହା ଶୁଣି ସ୍ତ୍ରୀ ଗୀତା, ଦୁଇ ଝିଅ ପୁଅ, ମା’, ବାପା ଧୈର୍ଯ୍ୟହରା ହୋଇପଡ଼ିଛନ୍ତି।