ଗଁ।କୁ ନାହିଁ ସବୁଦିନିଆ ପକ୍କାରାସ୍ତା: ବିଧାୟକଙ୍କୁ ଭେଟିଲେ ଗ୍ରାମବାସୀ

ଭଦ୍ରକ ଅଫିସ, ୨୧।୮: ଭଦ୍ରକ ବ୍ଲକ ଦଇସିଂ ପଞ୍ଚାୟତ କୁଶୁନନଗର ମୌଜାର ବଢେଇଗଡିଆ ଗଁ।କୁ ନାହିଁ ସବୁଦିନିଆ ପକ୍କାରାସ୍ତା। ଫଳରେ ଲୋକେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୁଧବାର ଏହି ଗ୍ରାମବାସୀ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଭେଟି ସେମାନଙ୍କ ଗଁ।କୁ ସବୁଦିନିଆ ପକ୍କାରାସ୍ତା କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାୟକ ମଲ୍ଲିକ ପକ୍କାରାସ୍ତା ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।
ପ୍ରକାଶ ଯେ, ବରପଦା ବଜାରରୁ ବଢେଇଗଡିଆ ଗଁ।କୁ ଯିବାକୁ ହେଲେ ଅଣଓସାରିଆ ରାସ୍ତା ରହିଛି। ବର୍ଷାଦିନେ ୪ ମାସ କାଦୁଅ ପଚପଚରେ ଯିବାଆସିବା କରିବାକୁ ପଡ଼େ। ଖରାଦିନେ ମଧ୍ୟ ଚାରିଚକିଆ ଗାଡ଼ି ଯିବା ଏପରିକି ଗଁ।ରେ ନିଅଁ। ଲାଗିଲେ ଦମକଳ ଗାଡ଼ି ଆସିବା କିମ୍ବା ଜରୁରୀ ସମୟରେ ଗର୍ଭବତୀ, ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ବରପଦା ମେଡିକାଲକୁ ନେବା କଷ୍ଟକର ହୋଇପଡୁଛି। ରାସ୍ତାଟି ଅତ୍ୟନ୍ତ ଅଣଓସାରିଆ ହୋଇଥିବାରୁ ଗ୍ରାମବାସୀ ନାନା ସମସ୍ୟା ଭୋଗୁଛନ୍ତି। ଏବେ ବର୍ଷାଦିନ ହୋଇଥିବାରୁ କେତେକ ଲୋକ ଜଳ ନିଷ୍କାସନ ପାଇଁ ରାସ୍ତାକୁ କାଟି ଦେଇଛନ୍ତି। ଫଳରେ ଏହି ରାସ୍ତା ଦେଇ ବରପଦା ସ୍କୁଲ, କଲେଜକୁ ଆସିବା ପାଇଁ ଛାତ୍ରୀଛାତ୍ର ହଇରାଣ ହେଉଛନ୍ତି ବୋଲି ଗଁ। ଲୋକେ ଅଭିଯୋଗ କରିଥିଲେ। ବିଧାୟକଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଗଁ।ର ସଂଗ୍ରାମ ନାୟକ, କ୍ଷୀରୋଦ ମଲ୍ଲିକ, ସୂର୍ଯ୍ୟକାନ୍ତ ମଲ୍ଲିକ, ବିକାଶ ବେହେରା ଓ ଅଭିଜିତ୍‌ ଜେନା ପ୍ରମୁଖ ଉପସ୍ଥିତ ଥିଲେ।