ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨ ଗେଟ୍‌

ଭୁବନେଶ୍ୱର,୪।୯(ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍‌ ବୁଧବାର ଖୋଲିଛି । ତେବେ ପୂର୍ବରୁ ସବୁ ଗେଟ୍‌ ବନ୍ଦ ଥିବା ବେଳେ ଏବେ ୨ ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୨୫.୧୫ ଘନ ଫୁଟ ଥିବା ବେଳେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଘନ ଫୁଟ ରହିଛି।