ଖୋଲା ରହିବ ବଛା ବଛା ବ୍ୟାଙ୍କ ଶାଖା

ନୂଆଦିଲ୍ଲୀ,୨୪-୩: କରୋନା ଲାଗି ବର୍ତ୍ତମାନ ସାରା ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସ୍ଥାନଗୁଡିକରେ କେତେକ ବଛା ବଛା ଶାଖା ଖୋଲା ରଖିବାକୁ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ(ଆଇବିଏ) ବ୍ୟାଙ୍କଗୁଡିକୁ କହିଛି। ବ୍ୟାଙ୍କଗୁଡିକ ଏହି ସମୟରେ ଜରୁରୀ ସେବା ପ୍ରଦାନ କରିବେ ବୋଲି ଜଣାପଡିଛି। ବ୍ୟାଙ୍କଗୁଡିକର ମୁଖ୍ୟମାନଙ୍କ ଏ ନେଇ ଆଇବିଏ ପକ୍ଷରୁ ଅବଗତ କରାଯାଇଛି। ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି)ର କନଭେନର ଏବଂ ଲିଡ ଡିଷ୍ଟ୍ରିକ୍ଟ ମ୍ୟାନେଜରଙ୍କୁ ଆଇବିଏ ଏ ନେଇ ନିବେଦନ କରିଛି। ବ୍ୟାଙ୍କଗୁଡିକର ବିଜନେସ କଣ୍ଟିନ୍ୟୁଇଟି ପ୍ଲାନ (ବିସିପି) ନେଇ ପଦକ୍ଷେପ ନେବାକୁ ରାଜ୍ୟ ପ୍ରଶାସନ ସହ ମିଳିତ ହୋଇ କାମ କରିବା ଲାଗି ଆଇବିଏ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଅର୍ଥାତ ନିର୍ଦ୍ଧାରତ ବ୍ୟାଙ୍କଗୁଡିକର କାମ କିଭଳି ଚାଲିପାରିବ ସେ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ଥାନୀୟ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରଖାକରିବେ।
ରବିବାର କରୋନା ଯୋଗୁ ଅଧିକ ୩ ଜଣ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। ବିହାର ଏବଂ ଗୁଜରାଟ ଭଳି ରାଜ୍ୟରେ ପ୍ରଥମ କାଜୁଆଲ୍‌ଟି ଦେଖାଯାଇଛି। ଏବେ ଦେଶରେ କୋଭିଡ-୧୯ରେ ପ୍ରାୟ ୩୬୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ସାରା ଦେଶରେ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିବା ବେଳେ ଆନ୍ତଃ ରାଜ୍ୟ ବସ୍‌ ଚଳାଚଳକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖାଯାଇଛି। କରୋନା ବ୍ୟାପିବାକୁ ରୋକିବା ଲାଗି ଅନିର୍ଦ୍ଧିଷ୍ଟ ସମୟ ଯାଏ କଟକଣା ଲଗାଇଛନ୍ତି। ଏଣୁ ବ୍ୟାଙ୍କଗୁଡିକ ଏଭଳି ସ୍ଥିତିକୁ ନଜରରେ ରଖି ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ୟାଙ୍କଗୁଡିକର ଆଞ୍ଚଳିକ କାର୍ଯ୍ୟାଳୟ, ଜୋନାଲ ଅଫିସ ଏବଂ ସର୍କଲ ମୁଖ୍ୟ ମାନଙ୍କୁ ଏ ଦିଗରେ ଠିକ୍‌ ଭାବେ ଅବଗତ କରାଇବା ଲାଗି ଆଇବିଏ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ସିଇଓଙ୍କୁ କୁହାଯାଇଛି।
ବ୍ୟାଙ୍କଗୁଡିକ ପ୍ରସ୍ତୁତ କରିଥିବା ବିସିପି କିଭଳି ଠିକ୍‌ ଭାବେ କାର୍ଯ୍ୟ କରିବ ସେ ନେଇ ଏସ୍‌ଏଲ୍‌ବିସି କନଭେନର ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସହ ମଧ୍ୟ ସମନ୍ବୟ ରକ୍ଷା କରିବେ। ଏସ୍‌ଏଲ୍‌ବିସି କନଭେନର ବ୍ୟାଙ୍କଗୁଡିକର ଏମ୍‌ଡି ଏବଂ ସିଇଓ ମାନେ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଆଇବିଏ ଆଶାବାଦୀ ରହିଛି। ଏହା ସହ ରାଜ୍ୟ ସ୍ତରରେ ମେମ୍ବର ବ୍ୟାଙ୍କ ମାନଙ୍କୁ ଯୋଜନା କିଭଳି ଠିକ୍‌ ଭାବେ କାର୍ଯ୍ୟ କରିବ ସେ ନେଇ ଧ୍ୟାନ ରଖିବାକୁ ଅବଗତ କରାଯାଇଛି। ସବୁ ବ୍ୟାଙ୍କ କୋଭିଡ-୧୯ ବିରୋଧରେ ଏକତ୍ର ହୋଇ ଲଢିବା ଲାଗି ଆଇବିଏ ନିବେଦନ କରିଛି। ବିକଳ୍ପ ପନ୍ଥା ଦ୍ୱାରା ବ୍ୟାଙ୍କିଙ୍ଗ ସେବା ଯୋଗାଣ ଏବଂ ଯେଭଳି ବ୍ୟାଙ୍କିଙ୍ଗ ସେବାରେ କୌଣସି ବାଧା ନ ଉପୁଯେ ତାକୁ ଧ୍ୟାନରେ ରଖିବା ଉପରେ ଆଇବିଏ ଗୁରୁତ୍ୱ ଦେଇଛି। ଆଇବିଏ ସୋମବାର ଗ୍ରାହକଙ୍କୁ ନିବେଦନରେ ଅନଲାଇନ ଏବଂ ଡିଜିଟାଲ ନେଣଦେଣ କରିବା ଲାଗି କହିଥିଲା। ଅତି ଆବଶ୍ୟକ ନ ହେଲେ ବ୍ୟାଙ୍କ ଶାଖା ନ ଯିବା, ଶାଖାରେ ଭିଡ ନ ଜବାଇବା, ନୋଟ ଛୁଇଁବା, ଗଣିବା ପରେ ହାତ ଧୋଇବା ଭଳି ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଏହାବାଦ କରୋନାରେ ଡରୋନା ଡିଜିଟାଲ କରୋନା କ୍ୟାମ୍ପେନ ଆରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri