ଖୋଲାକୂଅରୁ ୫ ମୃତ ବାର୍‌ହା ଉଦ୍ଧାର

ବଇଣ୍ଡା,୧୫।୫(ଡି.ଏନ.ଏ.)- କିଶୋରନଗର ବ୍ଲକ ବାମୁର ରେଞ୍ଜ ଶାହାଜବାହାଳି ଗ୍ରାମର  ଅକ୍ଷୟ ସାହୁଙ୍କ ଖୋଲାକୂଅରୁ  ମଙ୍ଗଳବାର ବାମୁର ବନବିଭାଗ ୫ଟି ବାର୍‌ହାର ମୃତଦେହ ଉଦ୍ଧାର କରିଛି। ଘଟଣାରୁ ଜଣାପଡ଼ିଛି, ଅକ୍ଷୟ ତାଙ୍କ ଜମିରେ ପାଣି ମଡ଼ାଇବା ପାଇଁ ଏକ ଖୋଲାକୂଅ ନିର୍ମାଣ କରିଛନ୍ତି। ପାଣି ପିଇବା ପାଇଁ ନିକଟସ୍ଥ ନାଳକୁ ବାରହାମାନେ ଆସୁଥିବାବେଳେ ୫ଟି ବାରହା କୂଅ ଭିତରେ ପଡ଼ିଯାଇଥିଲେ। ୪ରୁ ୫ ଦିନ ତଳେ ଏହି ଘଟଣା ଘଟିଥିବାବେଳେ ମଙ୍ଗଳବାର କେତେଜଣ ପତ୍ର ତୋଳାଳି ମହିଳା ସେହି ବାଟ ଦେଇ ଯାଉଥିବାବେଳେ କୂଅରେ ବାର୍‌ହା ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ। ଖବରପାଇ ବାମୁର ରେଞ୍ଜର ଚିତ୍ତରଞ୍ଜନ ପ୍ରଧାନ, ଫରେଷ୍ଟର ଗୌରଚନ୍ଦ୍ର ଦନ୍ତା, ନିଳାମ୍ବର ମହାର, ପ୍ରଦୀପ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି କୂଅରେ ଭାସୁଥିବା ମୃତ ବାରହାଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି।