ଖୋର୍ଦ୍ଧା ନୂଆ ଆକ୍ରାନ୍ତଙ୍କ ତଥ୍ୟ: ଅଛନ୍ତି ଟାଙ୍ଗିର ୨, ବାଣପୁରର ଜଣେ; ଚିହ୍ନଟ ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ବିଶୋଧନ

ଖୋର୍ଦ୍ଧା ଅଫିସ,୧୪।୫: ରାଜ୍ୟରେ ଗୁରୁବାର ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଉପଖଣ୍ଡ ଅନ୍ତର୍ଗତ ଟାଙ୍ଗି ବ୍ଲକର ୨ଏବଂ ବାଣପୁର ବ୍ଲକର ଜଣେ ରହିଛନ୍ତି। ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ କ୍ବାରେଣ୍ଟାଇନ ସେଣ୍ଟର ରହୁଥିଲେ ବୋଲି ଗୁରୁବାର ଜିଲାପାଳ ଶିତାଂଶୁ ରାଉତ କହିଛନ୍ତି । ସେମାନେ ରହୁଥିବା କ୍ବାରେଣ୍ଟାଇନ ସେଣ୍ଟର ସମସ୍ତ ପ୍ରବାସୀ ଏବଂ ସେହି ସେଣ୍ଟରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ମଧ୍ୟ ସ୍ବାବ ପରୀକ୍ଷା ଲାଗି ପଠାଯିବ। ଏହି କ୍ବାରେଣ୍ଟାଇନ ସେଣ୍ଟରକୁ ନିଷେଧାଞ୍ଚଳ ଘୋଷଣା କରାଯାଇଛି। ଏହାର ଶହେ ମିଟର ଅବଧି ଅଞ୍ଚଳକୁ ୧୪୪ ଧାରା ଜାରି କରାଯାଇଛି। ଏଥିସହିତ ସମସ୍ତ କ୍ବାରେଣ୍ଟାଇନ ସେଣ୍ଟର ରେ ୧୪୪ଧାରା ଜାରି କରାଯାଇଛି। ଆକ୍ରାନ୍ତ ମାନେ କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ରିପୋର୍ଟ ସଂଗ୍ରହ କରାଯିବ। ଉକ୍ତ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରାପିଡ ରେସପନ୍ସ ଟିମ(ଆର୍‌ଆର୍‌ଟି) ସ୍ବାସ୍ଥ୍ୟ ସଚେତନତା ସହ ରିପୋର୍ଟ ସଂଗ୍ରହ କରିବେ। ଆକ୍ରାନ୍ତ ଚିହ୍ନଟ ହୋଇଥିବା କ୍ବାରାଣ୍ଟାଇନ ସେଣ୍ଟର କୁ ବିଶୋଧନ କରାଯିବ ବୋଲି ଜିଲାପାଳ ରାଉତ କହିଛନ୍ତି।