ଖୋର୍ଦ୍ଧା ଜିଲାରେ କରୋନା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର

ଖୋର୍ଦ୍ଧା ଅଫିସ,୨୯।୪: କୋରୋନା ପ୍ରସ୍ତୁତି ନେଇ ଖୋର୍ଦ୍ଧା ଜିଲାରେ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ । ବୁଧବାର ଆର୍‌ଡିସି ସାମଲ ଖୋର୍ଦ୍ଧା ଜିଲାପାଳଙ୍କ ସଦଭାବନା କକ୍ଷରେ ଜିଲାପାଳ ସିତାଂଶୁ ରାଉତଙ୍କ ସମେତ ଜିଲାର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସେହିପରି ଜିଲାକୁ ଫେରିବାକୁ ଥିବା ପ୍ରବାସୀ ଓ ଲାଗି କ୍ବାରାଣ୍ଟାଇନ କକ୍ଷ ବୁଲି ଦେଖିଛନ୍ତି। ଏପର୍ଯ୍ୟନ୍ତ ଖୋର୍ଦ୍ଧାରୁ ମୋଟ ୧,୦୯୭ ନମୁନା ପରୀକ୍ଷା କରାଯାଇଛି। ସମସ୍ତ ନମୁନା ନେଗେଟିଭ ରହିଛି। ପ୍ରବାସୀ ଓ କରୋନା ମୁକାବିଲା ନେଇ ଜିଲାରେ ୨୧୦ଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର କରାଯାଇଛି । ଗ୍ରାମାଞ୍ଚଳରେ ୨୦୧ଟି ସ୍ବାସ୍ଥ୍ୟ ଶିବିର କରାଯାଇଥିବା ବେଳେ ପୋରାଞ୍ଚଳରେ ୯ଟି ଶିବିର ହୋଇଛି। ଜିଲାକୁ ଫେରିବା ପାଇଁ ଏପର୍ଯ୍ୟନ୍ତ ୧୯,୧୯୨ ପଞ୍ଚିକୃତ କରିଛନ୍ତି। ଏମାନେ ଖୋର୍ଦ୍ଧାକୁ ଆସିଲେ କ୍ବାରାଣ୍ଟାଇନରେ ରହିବେ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ସମୀକ୍ଷା ବୈଠକରେ ଜିଲାପାଳ, ଅତିରିକ୍ତ ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦେଶକ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ ।