ଖୋର୍ଦ୍ଧାରେ ଲକ୍‌ଡାଉନ୍‌ ଉଲ୍ଲଂଘନ: ୭ ଦୋକାନ ସିଲ୍‌ କଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୭ା୪ : କୋଭିଡ୍‌-୧୯ ଭୁତାଣୁ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲା ନ ରଖିବା ଲାଗି ପ୍ରଶାସନ ପକ୍ଷରୁ କଡା ତାଗିଦ ସତ୍ତ୍ୱେ ଏହାକୁ ଉଲ୍ଲଂଘନ କରି ଦୋକାନ କରି ଗହଳି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ପୌର ପ୍ରଶାସନ ୬ଟି ଦୋକାନକୁ ସିଲ୍‌ କରିଛି। ଏଥିମଧ୍ୟରୁ ଗୁରୁଜଙ୍ଗ, ମୁକୁନ୍ଦପ୍ରସାଦ ଏବଂ ଖୋର୍ଦ୍ଧାରୁ ଦୁଇଟି ଲେଖାଏ ଦୋକାନ ରହିଛି। ସେଥିରୁ ଚାହା ଓ ପାନ ଦୋକାନୀ ଏବଂ ଦୁଇ ଜଣ ଉଠାଦୋକାନୀ ରହିଛନ୍ତି। ବାରମ୍ବାର ତାଗିଦ ସତ୍ତ୍ୱେ ଦୋକାନ ଖୋଲା ରଖିବା ନେଇ ଏହି ଦୋକାନୀ ଗୁଡିକୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ସିଲ କରାଯାଇଛି ବୋଲି ସେ କହିଛନ୍ତି।